୭ ମହଲାକୁ ଷ୍ଟ୍ରେଚର ସାହା

ଢେଙ୍କାନାଳ ଅଫିସ,୨୧ା୭ – ୭ ମହଲା ବିଶିଷ୍ଟ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାଗୁଡ଼ିକରେ ରହିଛି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଓ୍ବାର୍ଡ ଓ ଅସ୍ତ୍ରୋପଚାର ଗୃହ। କିନ୍ତୁ ଚିକିତ୍ସାଳୟର ମୋଟ୍‌ ୪ଟି ଲିଫ୍ଟ ମଧ୍ୟରୁ ୩ଟି ଅଚଳ ହୋଇପଡ଼ିଛି। ସପ୍ତାହେ ବିତିଯାଇଥିଲେ ମଧ୍ୟ ଏହାର ମରାମତି କରାଯାଉ ନ ଥିବାରୁ ବଡ଼ କଷ୍ଟରେ ଷ୍ଟ୍ରେଚରରେ ଉପର ମହଲାଗୁଡ଼ିକୁ ବୁହା ହେଉଛନ୍ତି ରୋଗୀ। ଜିଲା ସ୍ବାସ୍ଥ୍ୟ ବିଭାଗ ମରାମତି ଦାୟିତ୍ୱ ପୂର୍ତ୍ତ ବିଭାଗର କହି ଖସିଯିିବାକୁ ବସିଥିବା ବେଳେ ପୂର୍ତ୍ତ ବିଭାଗ ଏହା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ କହି ପାଲଟା ଦୋଷ ଲଦିବା ଚର୍ଚ୍ଚାର ବିଷୟ ହୋଇଛି।
ସହରସ୍ଥିତ ଦକ୍ଷିଣକାଳୀ ଅଞ୍ଚଳରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୭ ମହଲାର ଜିଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଯାଇଥିଲା। ୨୦୧୮ ମେ ୨୬ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ହେଲେ ଦୁଇବର୍ଷ ମଧ୍ୟରେ ବାରମ୍ବାର ଲିଫ୍ଟ ଅଚଳ ହେଉଥିବାରୁ ରୋଗୀମାନେ ଯାତାୟାତରେ ବଡ଼ ହନ୍ତସ୍ତନ୍ତ ହେଉଛନ୍ତି। ତଳ ମହଲାରେ ଡାକ୍ତରମାନଙ୍କ ପ୍ରକୋଷ୍ଠ ଏବଂ ଆଉଟ୍‌ଡୋର ସାଙ୍ଗକୁ ପଞ୍ଜୀକରଣ, ଔଷଧ ପ୍ରଦାନ, ରଞ୍ଜନ ରଶ୍ମି ଓ ରକ୍ତପରୀକ୍ଷା ଆଦି କାଉଣ୍ଟରମାନ ରହିଛି। ପ୍ରଥମ ମହଲାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଦ୍ୱିତୀୟ ମହଲାରେ ଇଞ୍ଜେକ୍‌ଶନ ପ୍ରଦାନ, ଡାଏଲିସିସ୍‌ ପ୍ରକୋଷ୍ଠ ଓ ଅସ୍ତ୍ରୋପଚାର ଗୃହ, ତୃତୀୟ ମହଲାରେ ଶିଶୁ ବିଭାଗ, ୪ର୍ଥ ମହଲାରେ ମହିଳା ଓ ପୁରୁଷ ଭେଷଜ ୱାର୍ଡ, ୫ମ ମହଲାରେ ସର୍ଜରି ଓ ଅର୍ଥୋପେଡିକ୍‌, ୬ଷ୍ଠ ମହଲାରେ ଚକ୍ଷୁ ବିଭାଗ ରହିଛି। ତଳ ମହଲାରେ ଆଉଟ୍‌ଡୋରରେ ଡାକ୍ତରଙ୍କୁ ଦେଖାଇବା ପରେ ଗୁରୁତର ରୋଗୀମାନଙ୍କୁ ଷ୍ଟ୍ରେଚରରେ ଲିଫ୍ଟ ଯୋଗେ ବିଭିନ୍ନ ମହଲାରେ ଥିବା ବିଭାଗଗୁଡିକୁ ନିଆଯାଇଥାଏ। କିନ୍ତୁ ୩ଟି ଲିଫ୍ଟ ଅଚଳ ଯୋଗୁ ସମସ୍ୟା ହେଉଛି। ଫଳରେ ରୋଗୀମାନଙ୍କୁ ପାହାଚ କିମ୍ବା ର଼୍ୟାମ୍ପ ଦେଇ ଷ୍ଟ୍ରେଚରରେ ବୋହିନେବାକୁ ପଡୁଛି। କାର୍ଯ୍ୟ କରୁଥିବା ଏକମାତ୍ର ଲିଫ୍ଟ କେବଳ ଦ୍ୱିତୀୟ ଓ ଷଷ୍ଠ ମହଲାରେ ରହୁଥିବାରୁ ଅସୁବିଧା ବଢ଼ିଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ଲିଫ୍ଟ ଅଚଳ ନେଇ ପୂର୍ତ୍ତ ଓ ଜିଇଡି ବିଭାଗକୁ ଜଣାଇଛୁ। ଏହାକୁ ସଜାଡିବା କାମ ଉକ୍ତ ବିଭାଗର। ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କହିଛନ୍ତି, ସବୁବେଳେ ଲିଫ୍ଟ ମରାମତି ପୂର୍ତ୍ତ ବିଭାଗର କାମ ନୁହେଁ। ବର୍ଷକ ମଧ୍ୟରେ ମରାମତି କରିଥିଲୁ। ଏଣିକି ଚିକିତ୍ସାଳୟ କର୍ତ୍ତୃପକ୍ଷ ନିଜ ଖର୍ଚ୍ଚରେ ରକ୍ଷଣାବେକ୍ଷଣ ଓ ମରାମତି କରିବା କଥା। ତାଲିମପ୍ରାପ୍ତ ଜଣେ ଲିଫ୍ଟ ଅପରେଟରଙ୍କୁ ରଖାଗଲା ନାହିଁ। ଏ ସମ୍ପର୍କରେ ଚିଠି ଲେଖି ଜଣାଇବା ସହ ଜିଲାପାଳଙ୍କୁ ଅବଗତ କରାଇଛୁ। ଏହି ଗୋଟିଏଥର ମରାମତି କରିଦେବୁ। ଆଗକୁ ଆଉ କରିବୁ ନାହିଁ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

‘ଗରିବ ଯଦି ମହାପ୍ରଭୁଙ୍କ ସାମଗ୍ରୀ ବିକ୍ରି କର’, ପୁରୀରେ ସାନ୍ତା ଟୋପି ବିକ୍ରିକୁ ନେଇ ବିବାଦ

ଭୁବନେଶ୍ୱର: ବଡ଼ଦିନ ବା ଖ୍ରୀଷ୍ଟମାସ ଅବସରରେ ରାଜଧାନୀ ଭୁବନେଶ୍ୱରର ଏବଂ ଶ୍ରୀକ୍ଷେତ୍ର ପୁରୀର ରାସ୍ତା କଡ଼ରେ ସାନ୍ତା କ୍ଲଜ୍ ଟୋପି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri