ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ଗିରଫ ୨ ମୁଖ୍ୟ ଅଭିଯୁକ୍ତ ଜେଲଗଲେ

ସୋନପୁର,୧୭।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ବିଚାରପତି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବାରୁ ସେମାନଙ୍କୁ ସୋନପୁର ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ହେଲେ ସହର ସ୍ଥିତ ଝୁପୁଡିପଡାର ସୁଶାନ୍ତ ବାଗ(୨୫) ଓ ରୁନୁ ନାଗ(୨୫)। ସହଯୋଗୀ ରଥି ବାଗ(୨୪) ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି। ରବିବାର ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ ପୋଲିସ ସୋମବାର ସୁଶାନ୍ତ ଓ ରୁନୁଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ସୋମବାର ସକାଳେ ଏସ୍‌ପି ଦେବୀପ୍ରସାଦ ଦାଶ, ଡିଏସପି କ୍ରାଇମ୍‌ ଆନ୍ଥୋନୀ ତିର୍କୀ, ସୋନପୁର ଏସଡିପିଓ ମିହିର କୁମାର ପଣ୍ଡା ଓ ଆଇଆଇସି ଲୋକେଶ କୁମାର ସାହୁ ପ୍ରମୁଖ ପୀଡିତାଙ୍କୁ ବଳାତ୍କାର କରାଯାଇଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ। ଶନିବାର ରାତି ୯ଟାରେ ଯୁବତୀ ଗଣବଳାତ୍କାରର ଶିକାର ହୋଇଥିଲେ। ସହରର ଏକ ପୋଷାକ ଦୋକାନରେ ସେଲସ୍‌ ମ୍ୟାନ ଭାବେ କାମ କରୁଥିବା ଉକ୍ତ ଯୁବତୀ ସାଇକେଲରେ ଘରକୁ ଫେରୁଥିବା ସମୟରେ ୩ ଅଭିଯୁକ୍ତ ତାଙ୍କୁ ଟେକି ନେଇଥିଲେ। ରୟାଲ ପଡିଆ ନିକଟସ୍ଥ ଜିମ୍‌ ପାର୍ଶ୍ୱରେ ତାଙ୍କୁ ସୁଶାନ୍ତ ଓ ରୁନୁ ବଳାତ୍କାର କରିଥିଲେ। ଫେରାର ଥିବା ରଥି ମୋବାଇଲରେ ବଳାତ୍କାରର ଦୃଶ୍ୟକୁ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଥିଲା। ଥାନାରେ ଅଭିଯୋଗ କଲେ ପୀଡିତାଙ୍କୁ ଜୀବନରୁ ମାରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିଲେ। ପୀଡିତା ସୋନପୁର ଥାନାରେ ରବିବାର ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video Viral: ଘରେ ରଖିଥିବା ହେଲମେଟ୍‌ ଭିତରୁ ବାହାରିଲା ନାଗ, ଆଉ ତା’ପରେ…

ନୂଆଦିଲ୍ଲୀ,୨।୧: ଦେଶର ଅନେକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଲୋକମାନେ ଥଣ୍ଡାରେ ବାହାରକୁ ଯିବାକୁ ସଂକୋଚ କରୁଛନ୍ତି। ବାହାରକୁ ପାଦ ଦେବା ମାତ୍ରେ ଶରୀର...

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...

‘ମୁଁ ନୁହେଁ, ସେ ମୋତେ ଭେଟିବାକୁ ଆସିଥିଲେ…’ ଜୟଶଙ୍କରଙ୍କ କରମର୍ଦ୍ଦନକୁ ନେଇ ଗର୍ବ କଲା ପାକିସ୍ତାନ, କଲା ଏମିତି ଦାବି

ନୂଆଦିଲ୍ଲୀ/ଇସଲାମାବାଦ,୨।୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ, ଢାକାରୁ ଆସିଥିବା ଏକ ଫଟୋ ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି।...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ପ୍ରିୟଙ୍କା ଗାନ୍ଧୀଙ୍କ ଜିପ୍‌ ସାମ୍ନାକୁ ଚାଲିଆସିଲା ବାଘ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧: କଂଗ୍ରେସ ମହାସଚିବ ଏବଂ ଏମପି ପ୍ରିୟଙ୍କା ଗାନ୍ଧୀ ତାଙ୍କ ପୁଅର ନିର୍ବନ୍ଧ ପାଳନ କରିବା ଏବଂ ଏକ ବ୍ୟକ୍ତିଗତ ଯାତ୍ରାରେ ନୂତନ ବର୍ଷ ଛୁଟି...

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri