‘ସୌଭାଗ୍ୟ’ର ଭାଗ୍ୟ ବଦଳୁନି

ପାଟଣା,୧୭।୭(ସ୍ବ.ପ୍ର.)-ବଦଳୁନି ‘ସୌଭାଗ୍ୟ’ ଯୋଜନାରେ ଭାଗ୍ୟ। ଏହି ଯୋଜନାରେ ସାମିଲ ହୋଇ ୨୪ ପରିବାର ବିଜୁଳି ଆଲୁଅରୁ ବଞ୍ଚିତ ହୋଇଛନ୍ତି। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର ବି ଟଣାଯାଇଛି। ହେଲେ ଖୁଣ୍ଟରେ ହିଁ ଝୁଲି ରହିଛି ‘ସୌଭାଗ୍ୟ’ ଯୋଜନା ସହ ହିତାଧିକାରୀଙ୍କ ଭାଗ୍ୟ। ଫଳରେ ଦୀର୍ଘ ୨ବର୍ଷ ହେଲା ସେହି ତାର, ଖୁଣ୍ଟ ଦେଖି ବିଜୁଳି ବଦଳରେ ଡିବିରିରେ କାମ ଚଳାଉଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଶରଧାପୁର ଗ୍ରାମବାସୀ। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ତ୍ୱେ କେହି ଗୁରୁତ୍ୱ ଦେଉ ନ ଥିବା ସେମାନେ କହିବା ସହ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।
ଏନେଇ ଗ୍ରାମର କୀର୍ତ୍ତନ ବିହାରୀ ନାଏକ ଓ ସୁକାନ୍ତ ବେହେରା ପ୍ରମୁଖଙ୍କ ଅଭିଯୋଗ ମୁତାବକ ୨୦୧୮ରୁ ସମସ୍ତ ପରିବାରକୁ ‘ସୌଭାଗ୍ୟ’ ଯୋଜନାରେ ବିଜୁଳି ଯୋଗାଯିବା ଖୁଣ୍ଟ ପୋତାଯାଇ ଟ୍ରାନ୍ସଫର୍ମର ବସାଯାଇଛି। ଏଥିସହ ଘରକୁ ଘର ତାର ମଧ୍ୟ ଟଣାଯାଇଛି। ହେଲେ କାହିଁକି କେଜାଣି କୋଉଠି କାମ ଅଟକିଛି ବିଜୁଳି ଜଳୁନି। କେତେ ବର୍ଷ ପୂର୍ବରୁ ଏକ ସଂସ୍ଥା ସୋଲାର ଲାଇଟ ଦେଇଥିଲା ଯେ ସେସବୁ ଖରାପ ହୋଇଗଲାଣି। ପିଲା ଛୁଆ ଡିବିରି ଆଲୁଅରେ ବହୁତ ହଇରାଣ ହୋଇ ପାଠ ପଢୁଛନ୍ତି। ଏଣେ ଗାଁକୁ ଲାଗି ଜଙ୍ଗଲ ଥିବାରୁ ଅନ୍ଧାରହେଲେ ଜଙ୍ଗଲ ଜନ୍ତୁଙ୍କ ଭୟ ଯୋଗୁ ପଦାକୁ ବାହାରି ହେଉନାହିଁ। ନଳକୂଅ ଖରାପ ହେଲେ କାଞ୍ଝାରି ନଦୀ ବାଲିରେ ଚୁଆ ଖୋଳି ପାଣି ଆଣିବାକୁ ପଡୁଛି। ନଳ ପାଣି ଆସିବ ବୋଲି ପାଇପ ପଡିଥିଲା ଯେ, ପାଇପ ଚୋରି ହୋଇଗଲା ପଛେ ଗାଁ କୁ ପାଣି ଆସି ପାରିଲା ନାହିଁ। ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ବି ହୋଇ ପାରୁନି। ପିଲାମାନଙ୍କୁ ପାଠ ପଢିବା ପାଇଁ ବିଲ ଖମାର ରାସ୍ତା ଡେଇଁ ୨ କି.ମି. ଦୂରରେ ଥିବା ବୟା ମୁଣ୍ଡା ଇରିଙ୍ଗର ସାହି ପ୍ରାଥମିକ ବିଦ୍ୟାଳୟକୁ ଚାଲି ଚାଲି ଯିବାକୁ ପଡୁଛି। ଏଭଳି ଅନେକ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ପାଇବାରୁ ଏହି ସାହିର ପିଲାମାନେ ବଞ୍ଚିତ ହେଉଛନ୍ତି। ସ୍ବାଧୀନତାର ୭୨ ବର୍ଷ ପରେ ବି ଏଠିକାର ଅଧିବାସୀଙ୍କ ବିକାଶ କଥା ଦୂରେ ଥାଉ ମୌଳିକ ସମସ୍ୟା ଗୁଡିକର ସମାଧାନ ଏଯାଏ ହୋଇପାରିନାହିଁ। ଏସମ୍ପର୍କରେ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଏକ ଠିକା ସଂସ୍ଥା ତରଫରୁ ସରକାରଙ୍କ ‘ସୌଭାଗ୍ୟ’ ଯୋଜନାରେ ଉକ୍ତ ଗାଁକୁ ବିଦ୍ୟୁତକରଣ କାର୍ଯ୍ୟ ହାତକୁ ନିଆଯାଇଛି। ପ୍ରାୟ ୯୦% କାମ ସମ୍ପୂର୍ଣ୍ଣ ହୋଇଛି। ସମ୍ପୃକ୍ତ ସଂସ୍ଥା ଯେତେଶୀଘ୍ର କାର୍ଯ୍ୟ ଶେଷ କରି ବିଦ୍ୟୁତ ବିଭାଗକୁ କାଗଜପତ୍ର ହସ୍ତାନ୍ତର କରିବ ସେତେ ଶୀଘ୍ର ବିଦ୍ୟୁତ ସଂଯୋଗ ହୋଇ ପାରିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri