ବିନା ବେଦୀ, ମନ୍ତ୍ର ପାଠରେ ଆଦର୍ଶ ବିବାହ

ଭଦ୍ରକ ଅଫିସ,୧୭ା୭-ଭଦ୍ରକ ସହରର ଗାନ୍ଧୀପଡ଼ିଆସ୍ଥିତ ସୀତାରାମ କଲ୍ୟାଣମଣ୍ଡପରେ ବୁଧବାର ଏକ ଆଦର୍ଶ ବିବାହ ଅନୁଷ୍ଠିିତ ହୋଇଯାଇଛି। ଏହି ବାହାଘରରେ ନା ଥିଲା ଯୌତୁକ ନେଣଦେଣ, ନା ଥିଲା ଜାତକ ମେଳାପ, ଶୁଭି ନ ଥିଲା ବ୍ରାହ୍ମଣଙ୍କ ମନ୍ତ୍ରପାଠ। କନ୍ୟା ଓ ବର ମାସ୍କ ପିନ୍ଧିଥିଲେ। କେବଳ ଫୁଲମାଳ ଦିଆନିଆ ହୋଇଥିଲା। ଏହି ବାହାଘର ଦେଖିବା ପାଇଁ କନ୍ୟା ଓ ବରଙ୍କ ସମ୍ପର୍କୀୟଙ୍କ ସହ ଭଦ୍ରକ ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀଙ୍କ ଭିଡ଼ ଲାଗିଥିଲା। ବର ସାଜିଥିଲେ ଭଦ୍ରକ ଉପକଣ୍ଠ ଦୋଳସାହି ସେରପୁର ଗାଁର ଗଣେଶ ଯେନା ଓ ଶାନ୍ତିଲତା ଯେନାଙ୍କ ଜ୍ୟେଷ୍ଠପୁତ୍ର ସୁଶାନ୍ତ ଏବଂ କନ୍ୟା ବେଶରେ ସଜେଇ ହୋଇଥିଲେ ଚାନ୍ଦବାଲି ବାଙ୍କିସାହି ଗ୍ରାମର ବଳରାମ ଯେନାଙ୍କ ଜ୍ୟେଷ୍ଠକନ୍ୟା ମାମିନା। କୋଭିଡ୍‌ କଟକଣା କାରଣରୁ ନିରାଡ଼ମ୍ବର ଭାବେ ବିବାହ କାର୍ଯ୍ୟ ସମାପନ ହୋଇଥିଲା। ଏନେଇ ବର ସୁଶାନ୍ତ କୁହନ୍ତି, ସେ ଜଣେ ସାମାଜିକ କର୍ମୀ। ପୂର୍ବରୁ ସେ ଯୌତୁକ ପ୍ରଥା ଓ ବାହାଘରରେ ମନ୍ତ୍ରପାଠକୁ ବିରୋଧ କରି ଆସୁଥିଲେ। ଏନେଇ ଲୋକଙ୍କୁ ସଚେତନ କରାଉଥିଲେ। ଏଣୁ ସେ ଏହା ପ୍ରଥମେ ନିଜ ବାହାଘରରେ କରି ଦେଖାଇଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri