ଲକ୍‌ଡାଉଡ୍‌ ନିୟମ ନ ମାନିଲେ ମୃତ୍ୟୁ ଦଣ୍ଡ

କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରିରହିଛି। କେତେକ ସ୍ଥାନରେ ଲକ୍‌ଡାଉନ୍‌ ଶେଷ ହୋଇଥିବା ବେଳେ ଆଉ କେଉଁଠି ଦ୍ୱିତୀୟ, ତୃତୀୟ ଥର ଲକ୍‌ଡାଉନ୍‌ ଜାରି କରାଯାଇଛି। ହେଲେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଲକ୍‌ଡାଉନ୍‌ ନିୟମ ନ ମାନିଲେ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉଛି। ଆଶ୍ଚର୍ଯ୍ୟର କଥା ହେଲା ସରକାର ମଧ୍ୟ ଏହି ଦଣ୍ଡକୁ ରୋକିବାରେ ବିଫଳ ହୋଇଛନ୍ତି।
କଲମ୍ବିଆରେ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରିରହିଛି। କିନ୍ତୁ ଏଠାର ଡ୍ରଗ୍ସ ମାଫିଆଆମେ ଅନ୍ୟ ଏକ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯେଉଁମାନେ ଏହି ଲକ୍‌ଡାଉନ୍‌କୁ ମାନୁ ନାହନ୍ତି ସେମାନେ ତାଙ୍କୁ ଗୁଳିକରି ହତ୍ୟା କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୮ଜଣଙ୍କୁ ଡ୍ରଗ୍ସ ମାଫିଆଆମେ ହତ୍ୟା କରିସାରିଲେଣି।
ଏକ ରିପୋର୍ଟ ଅନୁଯାୟୀ, ସଶସ୍ତ୍ର ଡ୍ରଗ୍‌ ମାଫିଆ ଗୋଷ୍ଠୀ ଲୋକଙ୍କୁ ହ୍ବାଟ୍‌ସ ଆପ୍‌ ଏବଂ ପାମ୍ପଲେଟ ମାଧ୍ୟମରେ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ କହୁଛନ୍ତି। ଏମାନେ ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ସବୁଠାରୁ ଖରାପ ଅବସ୍ଥା ରହିଛି ତୁମାକୋ ସହରର। ଏଠାରେ ମାଫିଆ ଏବଂ ପୋଲିସ ମଧ୍ୟରେ ଘଟୁଥିବା ହିଂସା ଖବର ଅଧିକ ସମୟରେ ଶୁଣିବାକୁ ମିଳିଥାଏ। ଡ୍ରଗ ମାଫିଆମାନେ ତୁମାକୋ ସହରବାସୀଙ୍କୁ ସନ୍ଧ୍ୟା ୫ଟା ପରେ ଘରୁ ବାହାରିବାକୁ ବାରଣ କରିଛନ୍ତି। ଏଥିସହ କେହି ନଦୀକୁ ମାଛ ଧରିବାକୁ ଯିବେ ନାହିଁ। ଏଥିରେ ଖିଲାପ କଲେ ଗୁଳିକରି ମାରିଦିଆଯିବ ବୋଲି ଧମକ ଦେଉଛନ୍ତି। ସହରର ସମସ୍ତ ପ୍ରବେଶପଥକୁ ସେମାନେ ସିଲ୍‌ କରିଦେଇଛନ୍ତି। କାହାକୁ କରୋନା ହୋଇଥିବା ସନ୍ଦେହ ହେଲେ ସେମାନେ ସଙ୍ଗେ ସଙ୍ଗେ ତାଙ୍କୁ ଗୁଳିକରି ହତ୍ୟା କରୁଛନ୍ତି। କଲମ୍ବିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୬୦ ଲକ୍ଷ ଲୋକ କରୋନାରୋ ସଂକ୍ରମିତ ହୋଇଥିବା ବେଳେ ୫୬୨୫ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri