Posted inଫୁରସତ

ଜାଣନ୍ତୁ ହ୍ବାଟ୍ସଆପ୍‌ରେ କେଉଁଭଳି ମେସେଜ୍‌, ଫଟୋ ଶେୟାର କଲେ ଭୋଗିବେ ଜେଲ୍‌ଦଣ୍ଡ

ଆଜିକାଲି ସୋସିଆଲ ମିଡିଆରେ ଯିଏ ଯାହା ପାରୁଛି ପୋଷ୍ଟ କରୁଛି। ସତେ ଯେମିତି ଏଥିପ୍ରତି କଟକଣା ନାହିଁ। ବିଶେଷକରି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମିଥ୍ୟା ଖବର, ଘୃଣା, ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ସମ୍ବନ୍ଧୀୟ ଖବର ସମ୍ପର୍କରେ ଜାଣିବାକୁ ମିଳୁଛି। ତେଣୁ ଏଥିରେ ରୋକ୍‌ ଲଗାଇଛି ଫରିଦାବାଦ ପୋଲିସ। ପୋଲିସ ଆୟୁକ୍ତ ଓପି ସିଂହ ଏଥିରୁ ନିବୃତ୍ତ ରହିବାକୁ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ସେ କହିଛନ୍ତି, ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମିଥ୍ୟା ଖବର ପ୍ରଚାରିତ ହେଉଛି। ଫଳରେ ଶାନ୍ତି ଭଙ୍ଗ ହେଉଛି। ଏପରି ଖବର ଆଇନ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି। ଫରିଦାବାଦ ପୋଲିସ ପକ୍ଷରୁ କଡ଼ା ନିୟମ କରାଯାଇଛି କି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଅଶାଳୀନ ଭାଷା ପ୍ରୟୋଗ ନ କରିବା କିମ୍ବା କାହା ସହ ଏପରି ଭାଷା ଶେୟାର ନ କରିବା, ମିଥ୍ୟା ଖବର ପ୍ରଚାର ନ କରିବା, ଘୃଣା କିମ୍ବା ଅନ୍ୟ ଭୁଲ ପରି ପୋଷ୍ଟ ଗ୍ରୁପ୍‌ରେ ଶେୟାର ନ କରିବା, କୌଣସି ଆପତ୍ତିଜନକ ପୋଷ୍ଟ ନ କରିବା, ଯଦିଓ ଆପଣଙ୍କ ନିକଟକୁ ଏପରି କିଛି ଫଟୋ ଆସୁଛି ତାହାକୁ ତୁରନ୍ତ ଡିଲିଟ୍‌ କରିବା, ହିଂସାତ୍ମକ ଭିଡିଓ ଶେୟାର ନ କରିବା, ଅଶ୍ଲୀଳ ଭିଡିଓ ଶେୟାର ନ କରିବା, କୌଣସି ଜାତି ଧର୍ମକୁ ନେଇ ଆକ୍ଷେପମୂଳକ କଥା ନ କହିବା ଆଦି ପ୍ରତି କଟକଣା ଜାରି କରାଯାଇଛି। ଏତଦ୍‌ବ୍ୟତୀତ ଗ୍ରୁପ୍‌ ଆଡ୍‌ମିନ୍‌ ଗ୍ରୁପ୍‌ରେ ନିୟମିତ ଭାବେ ସକ୍ରିୟ ରହିବା ଏବଂ ଗ୍ରୁପ୍‌ରେ ଥିବା ଅନ୍ୟ ସଦସ୍ୟମାନେ ଯେପରି ଏସବୁ ଦିଗରୁ ନିବୃତ୍ତ ରହିବେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ।
ପୋଲିସ ପକ୍ଷରୁ କୁହାଯାଇଛି, ଏପରି ଅଭିଯୋଗ ଯାହା ବିରୋଧରେ ଆସିବ ତାକୁ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri