Posted inଖେଳ

ମ୍ୟାଚ୍‌ ମଝିରେ ଅମ୍ପାୟରଙ୍କ ଦ୍ୱାରା ଚୁଟି କାଟିଥିଲେ ଗାଭାସ୍କର

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ରେ ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନିକଟରେ ତାଙ୍କ ୭୧ତମ ଜନ୍ମଦିବସ ପାଳନ କରିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଗାଭାସ୍କର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ କ୍ରିକେଟ୍‌ରେ ୧୦ ହଜାର ରନ୍‌ ସଂଗ୍ରହ କରିବାର ସୌଭାଗ୍ୟ ଲାଭ କରିଥିଲେ। ନିଜର ପଦାର୍ପଣ ଟେଷ୍ଟ ମ୍ୟାଚ୍‌ରେ ଗାଭାସ୍କର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଯଥାକ୍ରମେ ୬୫ ଓ ୬୭* ରନ୍‌ ସଂଗ୍ରହ କରିଥିଲେ। ବର୍ତ୍ତମାନ କ୍ରିକେଟ୍‌ ଭାଷ୍ୟକାର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିସାରିଥିବା ଗାଭାସ୍କରଙ୍କ କ୍ୟାରିୟରକୁ ନେଇ ଏକ ମଜାଳିଆ କାହାଣୀ ରହିଛି। ଯାହାକୁ ହୁଏତ ଅନେକ ଜାଣି ନ ଥିବେ। ଏକଦା ମ୍ୟାଚ୍‌ ସମୟରେ ଗାଭାସ୍କର ଅମ୍ପାୟରଙ୍କ ସହାୟତାରେ ନିଜ ଚୁଟି କାଟିଥିଲେ। ୧୯୭୪ରେ ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଏହି ଘଟଣା ଘଟିଥିଲା। ଯେତେବେଳେ ଗାଭାସ୍କର ବ୍ୟାଟିଂ କରୁଥିଲେ ତାଙ୍କ ଚୁଟି ବାରମ୍ବାର ଆଖି ଉପରେ ଆସି ପଡ଼ୁଥିଲା। ଫଳରେ ବାଧ୍ୟ ହୋଇ ଅମ୍ପାୟରଙ୍କୁ ଚୁଟି କାଟିବା ପାଇଁ ଗାଭାସ୍କର ଅନୁରୋଧ କରିଥିଲେ। ଏହାପରେ ଫିଲ୍ଡ ଅମ୍ପାୟର ଡିକି ବାର୍ଡ ପଡ଼ିଆ ମଧ୍ୟରେ କଇଁଚି ସହାୟତାରେ ଗାଭାସ୍କାରଙ୍କ ସାମ୍ନା ପଟର କିଛି ଚୁଟି କାଟିଥିଲେ। ସାଧାରଣତଃ ବଲରୁ ବାହାରୁ ଥିବା ସୂତାକୁ କାଟିବା ପାଇଁ ଅମ୍ପାୟରମାନେ ମ୍ୟାଚ୍‌ ସମୟରେ ନିଜ ପାଖରେ କଇଁଚି ରଖିଥାନ୍ତି। ଏହି ମ୍ୟାଚ୍‌ର ଉଭୟ ଇନିଂସରେ ଗାଭାସ୍କର ଦମ୍‌ଦାର ବ୍ୟାଟିଂ କରି ଯଥାକ୍ରମେ ୧୦୧ ଓ ୫୮ ରନ ସଂଗ୍ରହ କରିଥିଲେ। ଭାରତ କିନ୍ତୁ ଏହି ମ୍ୟାଚରେ ପରାଜୟବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri