Posted inଖେଳ

କିରନ ମୋରେଙ୍କୁ ବ୍ୟାଟ୍‌ରେ ପିଟିବାକୁ ଉଦ୍ୟମ କରିଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କିରନ ମୋରେଙ୍କୁ ଏକଦା ଗୋଟିଏ ଟେଷ୍ଟ ମ୍ୟାଚ୍‌ ସମୟରେ ପାକିସ୍ତାନର ସଲିମ୍‌ ମଲିକ ବ୍ୟାଟ୍‌ରେ ବାଡ଼େଇବା ପାଇଁ ଉଦ୍ୟମ କରିଥିଲେ। ୧୯୮୯ରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଏହି ଅଘଟଣ ଘଟିଥିଲା। ମ୍ୟାଚ୍‌ ସମୟରେ ମୋରେ ଏମିତି କେଉଁ କଥା କହିଥିଲେ ଯେଉଁଥିରେ ସଲିମ୍‌ ରାଗିଯାଇ ଧମକ ଦେବା ସହ ବ୍ୟାଟ୍‌ରେ ବାଡ଼େଇବା ପାଇଁ ଉଦ୍ୟମ କରିଥିଲେ। ଏହି ଘଟଣାକୁ ମନେ ପକାଇ ଏକ କାର୍ଯ୍ୟକ୍ରମ ଅବସରରେ ମୋରେ କହିଛନ୍ତି, ‘ଯେବେବି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥାଏ ସେତେବେଳେ ସ୍ଲେଜିଂ ହୋଇଥାଏ। ୧୯୮୯ରେ ଆମେ ପାକିସ୍ତାନ ଗସ୍ତରେ ଯାଇଥିବାବେଳେ କରାଚୀରେ ଅନୁଷ୍ଠିତ ଟେଷ୍ଟରେ ମୁଁ ସଲିମ ମଲିକଙ୍କୁ ସ୍ଲେଜିଂ କରିଥିଲି। ଯାହା ଫଳରେ ସେ ମୋତେ ବ୍ୟାଟ୍‌ରେ ବାଡ଼େଇବା ପାଇଁ ଉଦ୍ୟମ କରିଥିଲେ। ପଞ୍ଜାବୀ ଭାଷାରେ ମୁଁ ତାଙ୍କୁ ଗୋଟିଏ ବହୁତ ଖରାପ କଥା କହିଥିଲି। ପଞ୍ଜାବୀ ଏମିତି ଏକ ଭାଷା ଯାହା ଆମ ପାଇଁ ସରଳ ଥିଲା। ବାସ୍ତବରେ ଦେଖିବାକୁ ଗଲେ ଏହା ଏକ ମଜାଦାର ଘଟଣା ଥିଲା। ମୁଁ ଭାବୁଛି ଯଦି ସେ ସମୟରେ ଷ୍ଟମ୍ପ୍ସରେ ମାଇକ୍ରୋଫୋନ ଲାଗିଥାନ୍ତା ତେବେ ଏହା ସମସ୍ତଙ୍କ ପାଇଁ ମଜାଦାର ରହିଥାନ୍ତି। ଏହି ମ୍ୟାଚ୍‌ ମଧ୍ୟ ଆଉ ଏକ ଦୃଷ୍ଟିରୁ ସ୍ମରଣୀୟ ହୋଇ ରହିଛି। ଭାରତୀୟ କ୍ରିକେଟ୍‌ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଳକର ଓ ପାକିସ୍ତାନର ଓ୍ବାକର ୟୁନିସ ଏହି ମ୍ୟାଚ୍‌ ଜରିଆରେ ସେମାନଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri