Odisha Elections 2024

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଫୋନ, ମେସେଜ ମାମଲା: ବନ୍ଧା ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୭(ବ୍ୟୁରୋ)-ମହିଳା କର୍ମଚାରୀଙ୍କୁ ବାରମ୍ବାର ଅଶ୍ଳୀଳ ଭିଡ଼ିଓ ଓ ମେସେଜ ପଠାଇବା ସହ ଚାକିରି ନେଇଯିବାକୁ ଧମକ ଦେବା ଜଣେ ଓଏଏସ୍‌ ଅଫିସରଙ୍କୁ ମହଙ୍ଗା ପଡିଛି। ମହିଳା ଥାନା ପୋଲିସ ଗୁରୁବାର ତାଙ୍କୁ ଗିରଫ କରିଛି। ସେ ହେଲେ ଆୟୂଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ। ଆଇପିସି ଦଫା ୩୫୪(ଡି), ୨୯୪, ୫୦୬, ୫୦୭, ୫୦୯ ଓ ଆଇଟି ଆକ୍ଟ ୬୭ ଓ ୬୭(ଏ)ରେ ମାମଲା (ନଂ.୩୪/୨୦) ରୁଜୁ କରି ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ବିଭୂପ୍ରସାଦଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।
ସୂଚନାନୁସାରେ, ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିଲା। ଗୁରୁବାର ଥାନାରେ ହାଜର ହୋଇ ବୟାନ ଦେବାକୁ ଅଭିଯୁକ୍ତ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦଙ୍କୁ ନୋଟିସ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ସେ ହାଜର ହେବାପରେ ପୋଲିସ ତାଙ୍କଠାରୁ ଅଭିଯୋଗ ସଂକ୍ରାନ୍ତରେ ଦୃଢ଼ ପ୍ରମାଣ ନେବାକୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲା। ହେଲେ ପ୍ରତିଟି ପ୍ରଶ୍ନକୁ ସେ ଅତି ଚତୁରତାର ସହ ଉତ୍ତର ଦେବା ସହ ଅଭିଯୋଗକୁ ଖଣ୍ଡନ କରିଥିଲେ। ଶେଷରେ ଆବଶ୍ୟକ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଥାନା ଅଧିକାରୀ ବନୀତା ମହାରଣା କହିଥିଲେ। ଏହାପରେ ତାଙ୍କୁ ଡାକ୍ତରୀ ମାଇନା କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷରେ କୋର୍ଟ ଚାଲାଣ ସମୟରେ ବିଭୂପ୍ରସାଦ ଗଣମାଧ୍ୟମରେ ନିଜର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ମିଛ ମାମଲାରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଫସାଇ ଦେଇଛନ୍ତି। ସେପଟେ ଆୟୂଷ ନିର୍ଦ୍ଦେଶକ ବିଭୂପ୍ରସାଦ ମଧ୍ୟ କ୍ୟାପିଟାଲ ଥାନାରେ ଯେଉଁ ଅଭିଯୋଗ କରିଥିଲେ ତାହାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର...

+୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌…

ଭୁବନେଶ୍ୱର,୧୬।୫: +୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା...

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଖାର୍ଗେ ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ ବିଜେଡି-ଭାଜପା…

ଭୁବନେଶ୍ୱର,୧୬।୫: ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷଛନ୍ତି। ଖାର୍ଗେ କହିଛନ୍ତି, ଓଡ଼ିଶାରେ ବିଜେଡି ୨୪...

ହସ୍ପିଟାଲରେ ଥାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧୬।୫: ବ୍ରହ୍ମପୁରର ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ସୁରକ୍ଷା ଦାବି କରିଛନ୍ତି। ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri