Posted inଖେଳ

କୋହଲିଙ୍କ ସହ ତୁଳନାକୁ ବାବରଙ୍କ ନାପସନ୍ଦ

କରାଚୀ,୩।୭(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଳିଙ୍କ ସହ ତାଙ୍କୁ ତୁଳନା କରାଯାଉଥିବାରୁ ପାକିସ୍ତାନ ସୀମିତ ଓଭର ଅଧିନାୟକ ବାବର ଆଜମ ନାପସନ୍ଦ କରିଛନ୍ତି। କୋହଲିଙ୍କ ସହ ମୋତେ ବାରମ୍ବାର ତୁଳନା କରାଯାଉଛି। ଏ ନେଇ ବାବର ଆପତ୍ତି ଉଠାଇଛନ୍ତି। ବରଂ ନିଜ ଦେଶର ପୂର୍ବତନ ବ୍ୟାଟ୍ସମ୍ୟାନଙ୍କ ସହ ତୁଳନା କଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।
କୋହଲିଙ୍କଠାରୁ ବାବର ୬ ବର୍ଷ ଛୋଟ। ୩ଟି ଯାକ ଫର୍ମାଟ୍‌ରେ କୋହଲିଙ୍କ ସହ ସମକକ୍ଷ ହେବାକୁ ତାଙ୍କୁ ଆହୁରି ବହୁତ ବାଟ ଯିବାକୁ ଅଛି। କୋହଲି ଏପର୍ଯ୍ୟନ୍ତ ୩ଟି ଫର୍ମାଟରେ ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ୫୦ରୁ ଊର୍ଦ୍ଧ୍ୱ ରନ୍‌ ହାରରେ। କୋହଲିଙ୍କ ବଦଳରେ ଯଦି ମୋତେ ଜାଭେଦ୍‌ ମିଆଁଦାଦ, ମହମ୍ମଦ ୟୁସୁଫ କିମ୍ବା ୟୁନିସ୍‌ ଖାନଙ୍କ ସହ ତୁଳନା କରାଯାଆନ୍ତା ତା’ହେଲେ ଅଧିକ ଖୁସୀ ହୁଅନ୍ତି ବୋଲି ୨୫ ବର୍ଷୀୟ ବାବର କହିଛନ୍ତି। ମୋତେ କୋହଲି କିମ୍ବା ଭାରତୀୟ ଖେଳାଳିଙ୍କ ସହ କାହିଁକି ତୁଳନା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବାବର ଏବେ ପାକିସ୍ତାନ ଦଳ ସହ ଇଂଲଣ୍ଡରେ ଅଛନ୍ତି। ବାବର ଏବେ ୧୬ଟି ଅନ୍ତର୍ଜାତୀୟ ଶତକ ଅର୍ଜନ କରିଛନ୍ତି। ସେ ଦିନିକିଆ ଓ ଟି୨୦ରେ ୫୦ରୁ ଊର୍ଦ୍ଧରନ ହାରରେ ରନ ସଂଗଅହ କରିଛନ୍ତି। ତେବେ ଟେଷ୍ଟ ଫର୍ମାଟ୍‌ରେ ସେ ୪୫.୧୨ ରନ ହାରରେ ୧୮୫୦ ରନ ସଂଗ୍ରହ କରିଛନ୍ତି। ଆଗାମୀ ସିରିଜରେ ସେ କୌଣସି ଇଂଲଣ୍ଡ ବୋଲରଙ୍କୁ ଟାର୍ଗେଟ କରିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ଇଂଲଣ୍ଡର ବୋଲିଂ ଉଚ୍ଚକୋଟୀର। ଘରୋଇ ପରିବେଶ ଇଂଲଣ୍ଡ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏହି ସିରିଜରେ ଆମ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଛି ଓ ରନ୍‌ ସଂଗ୍ରହ କରିବାକୁ ଚାହୁଛି। ସ୍ବାଭାବିକ୍‌ ଭାବେ ଖେଳିବା ଉପରେ ଧ୍ୟାନ ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri