ଏଥିପାଇଁ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ ସରୋଜ ଖାନ୍‌

ବମ୍ବେ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୨୦୦ରୁ ଅଧିକ ଫିଲ୍ମରେ ସେ କୋରିଓଗ୍ରାଫି କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସମସ୍ତ କଳାକାର ସରୋଜଙ୍କ ସହ ସ୍ମୃତିକୁ ମନେପକାଉଥିବା ଦେଖାଯାଉଛି।

୧୯୪୮ ନଭେମ୍ବର ୨୨ ତାରିଖରେ ଜନ୍ମିତ ସରୋଜ କିଶନଚନ୍ଦ ସାନ୍ଧୁ ସିଂହ ଏବଂ ନୋନି ସାନ୍ଧୁ ସିଂହଙ୍କ କନ୍ୟା। ଜନ୍ମ ବେଳେ ତାଙ୍କ ନାମ ଥିଲା ନିର୍ମଳା। ହେଲେ ପରବର୍ତ୍ତୀ ସମୟରେ ନାମ ବଦଳାଇ ସରୋଜ ଖାନ୍‌ ରଖିଥିଲେ। ଦେଶ ବିଭାଜନ ସମୟରେ ତାଙ୍କ ପରିବାର ଭାରତ ଆସିଥିଲେ। ସେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୧୯୫୦ ମସିହାରେ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ।

ମାତ୍ର ୧୩ ବର୍ଷ ବୟସରେ ସରୋଜ ସୋହନଲାଲଙ୍କୁ ବିବାହ କରିଥିଲେ। ତାଙ୍କଠାରୁ ସରୋଜ ନୃତ୍ୟ ଶିକ୍ଷା କରିଥିଲେ। ଏହାପରେ ସେ କୋରିଓଗ୍ରାଫି ଜଗତରେ ପାଦ ଥାପିଥିଲେ। ପ୍ରଥମେ ଆସିଷ୍ଟାଣ୍ଟ କୋରିଓଗ୍ରାଫର ରହିଥିଲେ। ପରେ ୧୯୭୪ରେ ଗୀତା ମେରା ନାମରୁ କୋରିଓଗ୍ରାଫର ହୋଇଥିଲେ।

ସ୍ବାମୀ ସୋହନଲାଲ ପୂର୍ବରୁ ବିବାହିତ ଥିବା ସରୋଜ ଜାଣି ନ ଥିଲେ। ବିବାହ ପରେ ତାଙ୍କର ଏକ ପୁଅ ରାଜୁ ଜନ୍ମ ହୋଇଥିଲା। ଏହାପରେ ସେ ସ୍ବାମୀଙ୍କ ବିବାହ ବିଷୟରେ ଜାଣିବାକୁ ପାଇଥିଲେ। ପରେ ସୋହନଲାଲ ତାଙ୍କ ପୁଅଙ୍କୁ ଆପଣାଇବାକୁ ମନା କରିଥିଲେ। ଶେଷରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା।

ପରେ ସରୋଜ ବ୍ୟବସାୟୀ ସରଦାର ରୋଶନ ଖାନଙ୍କୁ ବିବାହ କରିଥିଲେ। ଏସବୁ ମଧ୍ୟରେ ସରୋଜ ନିଜ ଇଚ୍ଛା ଅନୁସାରେ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ଧର୍ମ ପାଳନ କରୁଥିଲେ।

ଶ୍ରୀଦେବୀ ଅଭିନୀତ ଫିଲ୍ମ ମିଷ୍ଟର ଇଣ୍ଡିଆର ଗୀତ ହବା ହବାଇରୁ ତାଙ୍କୁ ଖ୍ୟାତି ମିଳିଥିଲା। ଏହାପରେ ସେ ପଛକୁ ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri