Posted inଜାତୀୟ

ଏଲ୍‌ଏସି: କିଏ ସତ କହୁଛନ୍ତି

ନୂଆଦିଲ୍ଲୀ,୨୨ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ସହ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଚରମ ଉତ୍ତେଜନା ପ୍ରକାଶ ପାଇଛି। ଗତ ସୋମବାର ଗଲଓ୍ବାନରେ ପ୍ରକୃତରେ କ’ଣ ଘଟିଥିଲା। ଚାଇନା ସେନା ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରିଥିଲେ କି ନାହିଁ ସେନେଇ ଦେଶରେ ନାନା ଚର୍ଚ୍ଚା ଓ ଆଲୋଚନା ହେଉଛି। ଚାଇନା ସହ ସଂଘର୍ଷକୁ ନେଇ ସରକାର ଓ ସେନା କଥାରେ ତାଳମେଳ ରହୁ ନ ଥିବାରୁ କେନ୍ଦ୍ରକୁ ପ୍ରଶ୍ନବାଣରେ ଘେରି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି ବୋଲି ରାହୁଲ ପୁଣି ଟାର୍ଗେଟ କରିଛନ୍ତି।
ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ପୂର୍ବ ଲଦାଖରେ ଯାହାକିଛି ଘଟିଛି ସେ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କଠାରୁ ଜାଣିବାକୁ ପାଇଛି। ସେମାନଙ୍କ ପ୍ରେଜେଣ୍ଟେଶନ ମଧ୍ୟ ଦେଖିଛି। ଏଲ୍‌ଏସି ଅତିକ୍ରମ କରି କେହି ଆମ ସୀମାକୁ ଆସିନାହାନ୍ତି କି ଆମର କୌଣସି ପୋଷ୍ଟ (ସେନା ଶିବିର) ଅନ୍ୟ କାହାର ଭୂଖଣ୍ଡରେ ନାହିଁ। ସର୍ବଦଳୀୟ ବୈଠକରେ ମୋଦିଙ୍କ ଉପରୋକ୍ତ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ବିଶେଷକରି କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଶନିବାର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଥିଲା। ଏହାସତ୍ତ୍ୱେ ବିବାଦ ଥମିବାର ନାଁ ନେଉନାହିଁ। କାରଣ ଏହାର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ତାଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟିଙ୍କ ସହ ଆଲୋଚନା ହୋଇଥିଲା। ଟେଲିଫୋନ୍‌ରେ ଆଲୋଚନା ବେଳେ ପିଏଲ୍‌ଏ ସୈନ୍ୟମାନେ ଗଲଓ୍ବାନ ଉପତ୍ୟକାର ଭାରତ ପଟକୁ ଅନୁପ୍ରବେଶ କରି କିଛି ଢାଞ୍ଚା ନିର୍ମାଣ ପାଇଁ ଉଦ୍ୟମ କରିଥିବା ଓ୍ବାଙ୍ଗ୍‌ ୟିଙ୍କୁ ଜୟଶଙ୍କର କହିଥିଲେ। ଏହି ବିଷୟରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଥିଲା। ବିବାଦ ଉଠିବା ପରେ ସରକାର ଉକ୍ତ ରିପୋର୍ଟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା କହିଲେ। ସେହିପରି ସଂଘର୍ଷ ବେଳେ କୌଣସି ଯବାନ ନିଖୋଜ ହୋଇନାହାନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା। ଏହାର ୨୪ ଘଣ୍ଟା ନ ପୂରୁଣୁ ଚାଇନା ୧୦ ଭାରତୀୟ ଯବାନଙ୍କୁ ଛାଡ଼ିଥିଲା। ଯଦି ଯବାନମାନେ ନିଖୋଜ ହୋଇ ନ ଥିଲେ ତେବେ ପରେ ସେମାନଙ୍କୁ ଚାଇନା କିପରି ଛାଡ଼ିଲା ବୋଲି ପ୍ରଶ୍ନ ଉଠିଲା। ରବିବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ଆମ ସୀମାକୁ କେହି ଆସି ନ ଥିଲେ କି ଭାରତୀୟ ଭୂଖଣ୍ଡ ଅନ୍ୟ କାହା ଦଖଲରେ ନାହିଁ। କିନ୍ତୁ ଭାରତମାତାର ପବିତ୍ର ଭୂମିରେ ଥିବା ପାଙ୍ଗୋଙ୍ଗ ହ୍ରଦକୁ ଚାଇନା ଦଖଲ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଭାବେ ଜାଣି ହେଉଛି। ରାହୁଲ ଏପରି ଟୁଇଟ୍‌ କରିବା ସହ ଏକ ନ୍ୟୁଜ୍‌ ଚ୍ୟାନେଲର ଭିଡିଓକୁ ଟ୍ୟାଗ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri