Posted inଜାତୀୟ

ସେନାକୁ ଅସ୍ତ୍ର ବ୍ୟବହାର ସ୍ବାଧୀନତା

ନୂଆଦିଲ୍ଲୀ,୨୨ା୬(ପି.ଟି./ଆଇଏଏନ୍‌ଏସ୍‌) : ସମୟ ସହ ତାଳ ଦେଇ ପରିବର୍ତ୍ତିତ ପରିସ୍ଥିତିରେ ଆଭିମୁଖ୍ୟ ବଦଳାଇଛି ଭାରତ। ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏବେ ସୀମାନ୍ତ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଭାରତ ପକ୍ଷରୁ ରୁଲ୍ସ ଅଫ୍‌ ଏନ୍‌ଗେଜ୍‌ମେଣ୍ଟ (ଆର୍‌ଓଇ)ରେ ପରିବର୍ତ୍ତନ କରାଯାଇଛି। ୩,୫୦୦ କି.ମି. ବିସ୍ତୃତ ଏଲ୍‌ଏସିରେ ଭାରତୀୟ ସଶସ୍ତ୍ର ବଳ ଏଣିକି ଅସ୍ତ୍ର ବ୍ୟବହାର କରିପାରିବେ ବୋଲି ନୂଆ ନିୟମ କରାଯାଇଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ କୌଣସି ପ୍ରକାର ଦୁଃସାହସିକତା ଦେଖାଇଲେ ସେମାନଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ସଶସ୍ତ୍ର ବଳକୁ ଅସ୍ତ୍ର ବ୍ୟବହାରର ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ୩ ସେନାର ମୁଖ୍ୟଙ୍କ ସହ ବୈଠକ କରି ଲଦାଖ ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଲଦାଖର ଗଲଓ୍ବାନ ଉପତ୍ୟକାସ୍ଥିତ ପାଟ୍ରୋଲିଂ ପଏଣ୍ଟ ନମ୍ବର ୧୪ରେ ଗତ ସୋମବାର ଭାରତୀୟ ଯବାନ ଏବଂ ପିଏଲ୍‌ଏ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ୍ୟ ମୃତାହତ ହୋଇଥିଲେ। ଚାଇନା ସୈନ୍ୟ ୧୦ ଭାରତୀୟ ଯବାନଙ୍କୁ ନେଇଯାଇଥିଲେ ଓ ପରେ ଛାଡ଼ିଦେଇଥିଲେ। ସୂଚନାନୁସାରେ ପିଏଲ୍‌ଏ ପକ୍ଷରୁ ଆକ୍ରମଣ କରାଯିବାବେଳେ ଭାରତୀୟ ଯବାନମାନେ ଅସ୍ତ୍ର ବ୍ୟବହାର କରି ନ ଥିଲେ। କାରଣ ଭାରତ-ଚାଇନା ମଧ୍ୟରେ ୧୯୯୬ ଓ ୨୦୦୫ରେ ହୋଇଥିବା ଦୁଇଟି ଚୁକ୍ତି ମୁତାବକ ଏଲ୍‌ଏସିରେ ଅସ୍ତ୍ର ବ୍ୟବହାର ନ କରିବା ପାଇଁ ଉଭୟ ସେନା ପକ୍ଷରୁ ନିଜ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ରହିଥିଲା। ଏବେ ଭାରତ ଆର୍‌ଓଇରେ ପରିବର୍ତ୍ତନ ଆଣିବା ପରେ ନୂଆ ନିୟମ ଅନୁସାରେ ଏଲ୍‌ଏସିରେ ମୁତୟନ ହୋଇଥିବା କମାଣ୍ଡରମାନେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବେ। ପ୍ରତିପକ୍ଷକୁ ଜବାବ ଦେବା ପାଇଁ ଯବାନମାନଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ଇତିମଧ୍ୟରେ ସୀମାନ୍ତ ଅଞ୍ଚଳକୁ ଭାରତ ପକ୍ଷରୁ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧବିମାନ ସହ ଜାଗୁଆର, ମିରାଜ ଓ ଆପେଚେ ଆଟେକ୍‌ ହେଲିକପ୍ଟର ପଠାଯାଇଛି। ସେହିପରି ହଜାର ହଜାର ସଂଖ୍ୟାରେ ଅତିରିକ୍ତ ଯବାନଙ୍କୁ ସମ୍ପୃକ୍ତ ଅଞ୍ଚଳରେ ମୁତୟନ କରାଯାଇଛି।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତ, ସ୍ଥଳସେନା ମୁଖ୍ୟ ନେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ କରମବୀର ସିଂ ଓ ବାୟୁସେନା ମୁଖ୍ୟ ମାର୍ଶଲ ଆର୍‌କେଏସ୍‌ ଭଦଉରିଆ ଯୋଗଦେଇଥିଲେ। ଜଳ, ସ୍ଥଳ ଓ ବାୟୁ ସୀମାରେ ଚାଇନାର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ବରିଷ୍ଠ ସେନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଯେ ଏଲ୍‌ଏସିରେ କୌଣସି ପ୍ରକାର ଅତିକ୍ରମଣ କରାଗଲେ ଭାରତ ମୁହଁତୋଡ଼ ଜବାବ ଦେବ ବୋଲି ଶୁକ୍ରବାର ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri