ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର ଯାତ୍ରାନୁଷ୍ଠାନରେ ପାଦ ଥାପିଥିବା ସତ୍ୟ ନୂଆ ହେଇପାରନ୍ତି ସତ; ମାତ୍ର ତାଙ୍କ ଅଭିନୟ କଦାଚିତ ନୂଆ ନୁହେଁ। ପିଲାଟି ବେଳୁ ସେ ଯଦି କାହାକୁ ଭଲପାଇ ବସିଥିଲେ ତା’ହେଲେ ତାହା ହେଉଛି ଯାତ୍ରା। ସତ୍ୟଙ୍କ ଜନ୍ମ ବାଲେଶ୍ୱର ରେମୁଣା ଅନ୍ତର୍ଗତ ରାଉତରାପୁର ଗ୍ରାମରେ। ବାପା ଚିନ୍ତାମଣି ପତି ଜଣେ ରିଟାୟାର୍ଡ଼ ଆର୍ମି ଅଫିସର। ମା’ ସରସ୍ବତୀ ଦେବୀ ଜଣେ ସୁଗୃହିଣୀ। ତାଙ୍କରି କୋଳରେ ଜନ୍ମ ହୋଇଥିବା ସତ୍ୟ ପିଲାଟି ବେଳୁ ଆକର୍ଷିତ ହୁଅନ୍ତି କଳାଜଗତ ପ୍ରତି। ଗଁାରେ ଦୋଳ, ମକର ଆଦି ପର୍ବପର୍ବାଣିରେ ଯାତ୍ରା ହୁଏ। ବହୁ ବଡ଼ ବଡ଼ ମାଷ୍ଟରମାନେ ଆସି ଯାତ୍ରା ଶିଖାନ୍ତି। ରାତି ରାତି ଯାତ୍ରା ହୁଏ। ତାହାକୁ ଦେଖ ତ୍ଦେଖି ସତ୍ୟ ନିଜକୁ ଜଣେ କଳାକାର ଭାବରେ ତିଆରି କରୁଥାନ୍ତି। ବଡ଼ହେବା ପରେ ସତ୍ୟ ନିଜେ ମୁହଁରେ ପାଉଡର ମାଖି ଓହ୍ଲାନ୍ତି ମଞ୍ଚ ଉପରକୁ। ତାଙ୍କର ଡେଙ୍ଗା ଚଉଡ଼ା ଚେହେରା ଦେଖି ମାଷ୍ଟରମାନେ ତାଙ୍କୁ ଖଳନାୟକ କରିବାକୁ ଦିଅନ୍ତି। ଆଉ ସତ୍ୟଙ୍କୁ ବି ବେଶ୍‌ ଫିଟ୍‌ ହୁଏ ଖଳ ଚରିତ୍ରର ଭୂମିକା। ଗାଁରେ ଅଭିନୟ କରିବା ପରେ ସତ୍ୟଙ୍କୁ ପ୍ରଚୁର ପ୍ରଶଂସା ଓ ବାହାବା ମିଳେ। ଗାଁର କଳାପ୍ରେମୀ ପଡ଼ୋଶୀମାନେ ତାଙ୍କୁ କହନ୍ତି ଅଭିନୟ ଜାରି ରଖିବା ପାଇଁ। ବାପାମା’ଙ୍କର ମଧ୍ୟ କୌଣସି ଆପତ୍ତି ନ ଥାଏ। ସତ୍ୟ ଏଥର ଗାଁ ଛାଡ଼ି ଚାଲି ଯାଆନ୍ତି ଉତ୍ତର ବାଲେଶ୍ୱର। ଉତ୍ତର ବାଲେଶ୍ୱରେ ରହିଛି ଏକାଧିକ ଯାତ୍ରାପାର୍ଟି। ସେଠାରେ ତାଙ୍କୁ ଅଭିନୟ କରିବାର ଭରପୂର ସୁଯୋଗ ମିଳେ। ତିନିବର୍ଷ ସେହି ଉତ୍ତର ବାଲେଶ୍ୱର ପାର୍ଟି ସମୂହରେ ଯାତ୍ରା କରି ନିଜକୁ ପରିପକ୍ୱ କରନ୍ତି। ତାଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼େ ଯେ, ସେ ଜଣେ ଅଭିନେତା ହୋଇପାରିବେ। ଏହି ସମୟକାଳ ଭିତରେ ତାଙ୍କର ଭେଟ ହୁଏ ଅଭିନେତା ଗୌର ଦାସଙ୍କ ସହିତ। ଗୌର ତାଙ୍କୁ ପ୍ରୋତ୍ସାହିତ କରନ୍ତି। ଆଉ ପ୍ରସ୍ତାବ ଦିଅନ୍ତି ଯେ, ସେ ପେସାଦାର ପାର୍ଟିକୁ ଆସିବା ଉଚିତ। ସେତିକି ନୁହେଁ, ଗୌର ହିଁ ତାଙ୍କୁ ନେଇ ଆସନ୍ତି ଧଉଳି ଗଣନାଟ୍ୟକୁ। ୨୦୧୮ ଯାତ୍ରା ସିଜନ୍‌ରେ ଧଉଳି ଗଣନାଟ୍ୟରେ ନିଜର ପେସାଦାର କଳାକାର ଜୀବନର ଅୟମାରମ୍ଭ କରନ୍ତି। ଧଉଳି ଗଣନାଟ୍ୟରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି – ‘କହ ଗୌରଦାସ କାହାର ଦୋଷ’, ‘କିଛି ଲୁହ ପିଇଯାଏ ଓଠ’, ‘କଳାକାହ୍ନୁ ମୋର କାଳିଆ ସୁନା’ ଏବଂ ‘କଳିଯୁଗର ରାମାୟଣ’। ‘କହ ଗୌରଦାସ କାହାର ଦୋଷ’ ନାଟକରେ ସତ୍ୟଙ୍କର ଭୂମିକା ସେ ମନ୍ତ୍ରୀଙ୍କ ପିଏ। ‘କିଛି ଲୁହ ପିଇଯାଏ ଓଠ’ରେ ସେ ଜଣେ ନେଗେଟିଭ ସାନଭାଇ। ଅବଶ୍ୟ ‘କଳାକାହ୍ନୁ…’ରେ ସେ ପଜିଟିଭ ଭୂମିକାରେ ଆସିଛନ୍ତି। ମାତ୍ର ‘କଳିଯୁଗ…’ ନାଟକରେ ତାଙ୍କର ନେଗେଟିଭ୍‌। ପଜିଟିଭ୍‌ ଅପେକ୍ଷା ନେଗେଟିଭ୍‌ ଭୂମିକାରେ ବେଶି କମ୍ଫର୍ଟ ସତ୍ୟ। ସେ କହନ୍ତି : କାହାଣୀଟିଏ ଅଛି, ପରିବାରଟିଏ ଅଛି, ସମାଜଟିଏ ଅଛି ମାନେ ଖଳ ଚରିତ୍ରଟିଏ ଅଛି। ନ ହେଲେ ନା କାହାଣୀ ସୁନ୍ଦର ନା ପରିବାର ସୁନ୍ଦର ନା ସମାଜ ସୁନ୍ଦର।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

Dhurandhar: ଫିଲ୍ମ ନିର୍ମାଣ ପାଇଁ ଲାଗିଥିଲା କେତେ ବର୍ଷ? ଜାଣନ୍ତୁ କେତେ ଟଙ୍କା ହୋଇଥିଲା ଖର୍ଚ୍ଚ

ମୁମ୍ବାଇ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଧୁରନ୍ଧର’ ବର୍ତ୍ତମାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଏବଂ ଦର୍ଶକଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ସୃଷ୍ଟି କରୁଛି।...

‘ଜେଲର୍‌ ୨’ରେ ବିଦ୍ୟା ବାଲନ

ମୁମ୍ବାଇ: ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ବକ୍‌ବଷ୍ଟର୍‌ ଫିଲ୍ମ ‘ଜେଲର୍‌’ର ସିକ୍ୱେଲ ‘ଜେଲର୍‌ ୨’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟରେ ବଲିଉଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri