ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା କରିହେବ। ଏହା ପ୍ରଚଳନରେ ଥିବା ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡ ଲାଗି ଗ୍ରାହକଙ୍କୁ କଓ୍ବୋଇସି ଦାଖଲ କରିବାକୁ ପଡିଥାଏ। ଏହାଛଡ଼ା ଯାତ୍ରୀଙ୍କୁ ମେଟ୍ରୋ ରେଳରେ ଯାତ୍ରା କରିବା ଲାଗି ଟୋକନ ବ୍ୟବସ୍ଥାର ସହାୟତା ନେବାକୁ ପଡିଥାଏ। ତେବେ ନୂଆ ବ୍ୟବସ୍ଥାରେ ଲୋକେ କ୍ୟୁଆର୍‌ କୋଡ୍‌ ଥିବା ପେପର ସ୍ଲିପ୍‌ ବ୍ୟବହାର କରିପାରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ଲୋକଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଲାଗି ସ୍ବତନ୍ତ୍ର କାର୍ଡ ନେବାକୁ ପଡିଥାଏ। ତେବେ ସରକାର ଆଣିବାକୁ ଥିବା ନୂଆ କାର୍ଡକୁ ଦେଶର ଯେକୌଣସି ମେଟ୍ରୋ ନେଟ୍‌ଓ୍ବାର୍କରେ ବ୍ୟବହାର କରିହେବ। କିନ୍ତୁ ଏଥିପାଇଁ କାଉଣ୍ଟରରେ ରିଚାର୍ଜ କରିବାକୁ ପଡିବ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଯାତ୍ରୀ ପାସପୋର୍ଟ ଏବଂ ଘରୋଇ ଯାତ୍ରୀ ଆଧାର କାର୍ଡ ଅଥବା ଅନ୍ୟ କୌଣସି ପରିଚୟପତ୍ର ଜରିଆରେ ଏହି କାର୍ଡ ପାଇପାରିବେ। ସରକାର ଏହି କାର୍ଡକୁ ଆସନ୍ତା ୬ ମାସ ମଧ୍ୟରେ ଲଞ୍ଚ କରିବେ। ଏବେ ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡ ପାଇବା ଲାଗି ଯାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କୁ କଓ୍ବୋଇସି ଦାଖଲ କରିବା ପରେ ହିଁ ବ୍ୟାଙ୍କ ଏହି କାର୍ଡ ଜାରି କରିଥାଏ। ଦେଖିବାରେ ଏହା ଗୋଟିଏ ଡେବିଟ୍‌ ଅଥବା କ୍ରେଡିଟ୍‌ କାର୍ଡ ଭଳି ଲାଗେ। ଏହି କାର୍ଡ ଜରିଆରେ ଯାତ୍ରା ସହିତ ସପିଙ୍ଗ ମଧ୍ୟ କରିହୁଏ। ଏହି କାର୍ଡର ଡିଜାଇନ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ତିଆରି କରୁଛି। ଡିଜାଇନ ଏବଂ ସମସ୍ତ ସ୍ପେଶିଫିକେଶନକୁ ଏହା ପରେ ସିଡାକ୍‌କୁ ଅର୍ପଣ କରାଯିବ। ଏହି କାର୍ଡକୁ ପରେ ଦେଶର ସମସ୍ତ ମେଟ୍ରୋ ରେଳ ନେଟ୍‌ଓ୍ବାର୍କରେ ଅପ୍‌ଲୋଡ କରାଯିବ।
କାରଣ ବିଭିନ୍ନ ଅଞ୍ଚଳର ମେଟ୍ରୋର ଯାତ୍ରୀ ଭଡ଼ା ଅଲଗା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶର ସମସ୍ତ ମେଟ୍ରୋ ନେଟ୍‌ଓ୍ବାର୍କ ନିଜର ସ୍ମାର୍ଟ କାର୍ଡ ପ୍ରଚଳନ କରିଛନ୍ତି। ଯାହା କି, କେବଳ ତାଙ୍କର ନେଟ୍‌ଓ୍ବାର୍କରେ ହିଁ ଚାଲିପାରିବ। ଏହାବ୍ୟତୀତ ପ୍ରତ୍ୟେକ ନେଟ୍‌ଓ୍ବାର୍କ ଟୋକନ ଜାରି କରିଥାଏ, ଯେଉଁଥିରେ ଭିନ୍ନତା ରହିଛି। ସ୍ମାର୍ଟ କାର୍ଡ ନ ଥିବା ଯାତ୍ରୀ ଟୋକନ ମାଧ୍ୟମରେ ମେଟ୍ରୋରେ ଯାତ୍ରା କରିଥାନ୍ତି। ଏଭଳି ଯାତ୍ରୀଙ୍କୁ କ୍ୟୁଆର୍‌ କୋଡ୍‌ ଥିବା ପେପର ସ୍ଲିପ୍‌ ଦିଆଯିବ। ଏହାଦ୍ୱାରା ଟୋକନ ହଜିଯିବାର ଭୟ ଦୂର ହେବ। ଯାତ୍ରୀ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri