Posted inଖେଳ

ଜାଡେଜା ଶ୍ରେଷ୍ଠ ଫିଲ୍‌ଡର

ମେଲବୋର୍ନ, ୧୬ା୬ (ପି.ଟି.)- ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବର୍ତ୍ତମାନ ବିଶ୍ୱ କ୍ରିକେଟର ଶ୍ରେଷ୍ଠ ଫିଲ୍ଡର ବୋଲି ଅଭିହିତ କରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟିଂ ଷ୍ଟାର ଷ୍ଟିଭ୍‌ ସ୍ମିଥ୍‌। ଯୁବ ଖେଳାଳିଙ୍କ ମଧ୍ୟରେ କେ.ଏଲ୍‌. ରାହୁଲଙ୍କ ପ୍ରଦର୍ଶନ ଉଚ୍ଚକୋଟୀର। ରବିବାର ଇନଷ୍ଟାଗ୍ରାମ୍‌ରେ ସମର୍ଥକମାନଙ୍କର ପ୍ରଶ୍ନର ଉତ୍ତରରେ ସ୍ମିଥ୍‌ ଏହା ପ୍ରକାଶ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତାଙ୍କର ଫେଭରାଇଟ୍‌ ଟୁର୍ନାମେଣ୍ଟ ବୋଲି ମଧ୍ୟ ସେ କହିଛନ୍ତି। ଜାଡେଜାଙ୍କ କ୍ଷିପ୍ର ଓ ତୀକ୍ଷ୍‌ଣ ଫିଲ୍ଡିଂ କୌଶଳକୁ ବହୁ ପୂର୍ବତନ ଖେଳାଳି ଉଚ୍ଚ ପ୍ରଶଂସା କରିଛନ୍ତି। ସ୍ମିଥ୍‌ ଏଥିରୁ କାହିଁକି ବାଦ୍‌ ପଡ଼ିବେ। ବର୍ତ୍ତମାନର ଯୁବ ଖେଳାଳିଙ୍କ ମଧ୍ୟରେ ସ୍ମିଥ୍‌ କେ.ଏଲ୍‌ ରାହୁଲଙ୍କ ବ୍ୟାଟିଂ କୌଶଳକୁ ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି। ରାହୁଲ ଭାରତ ତରଫରୁ ୩୬ଟି ଟେଷ୍ଟ, ୩୨ ଅନ୍ତର୍ଜାତୀୟ ଦିନିକିଆ ଏବଂ ୪୨ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ହ୍ବାଇଟ୍‌ ବଲ୍‌ କ୍ରିକେଟରେ ସେ ଜାତୀୟ ଦଳର ଜଣେ ନିୟମିତ ସଦସ୍ୟ ପାଲଟି ଯାଇଛନ୍ତି। ବ୍ୟାଟିଂ ବ୍ୟତୀତ ସୀମିତ ଓଭର କ୍ରିକେଟରେ ସେ ଉଇକେଟକିପର ଦାୟିତ୍ୱ ମଧ୍ୟ ସଫଳତାର ସହିତ ତୁଲାଇ ପାରନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ବିଷୟରେ ପଚରାଯିବାରେ ସ୍ମିଥ୍‌ କହିଥିଲେ ସେ ଜେଲ ‘ଲିଜେଣ୍ଡ! ମିଷ୍ଟର କୁଲ୍‌’। ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଫର୍ମରେ ଥାଇ ବ୍ୟାଟିଂ କଲାବେଳେ ଜଣେ ‘ ଅଦ୍‌ଭୁତ ବ୍ୟକ୍ତି’ ମନେ ହୁଅନ୍ତି। ଗତବର୍ଷ ବର୍ମିଂହାମ୍‌ଠାରେ ପ୍ରଥମ ଆଶେସ ଟେଷ୍ଟର ପ୍ରଥମ ଇନିଂସରେ ୧୪୪ରନ କରିଥିଲେ ସ୍ମିଥ୍‌। ଏପର୍ଯ୍ୟନ୍ତ ଏହା ତାଙ୍କର ସବୁଠାରୁ ଫେଭରାଇଟ୍‌ ଟେଷ୍ଟ ଶତକ ବୋଲି ସେ କହିଛନ୍ତି। ରାଜସ୍ଥାନ ରୟାଲ୍ସର ଏହି ବ୍ୟାଟ୍ସମ୍ୟାନ କହିଛନ୍ତି ଆଇପିଏଲ୍‌ ହେଉଛି ତାଙ୍କର ଫେଭରାଇଟ୍‌ ଟୁର୍ନାମେଣ୍ଟ। କାରଣ ଏହି ଇଭେଣ୍ଟରେ ସମଗ୍ର ବିଶ୍ୱର ଶ୍ରେଷ୍ଠ କ୍ରିକେଟରମାନଙ୍କ ସହ ଖେଳିବାକୁ ହୋଇଥାଏ। ଚଳିତବର୍ଷ ନିଜ ଦେଶରେ ଭାରତ ବିପକ୍ଷ ସିରିଜ ଖେଳିବା ଲାଗି ଉତ୍କଣ୍ଠାର ସହିତ ଅପେକ୍ଷାରେ ରହିଛନ୍ତି ସ୍ମିଥ୍‌। ଭାରତର ଅନ୍ୟତମ ମହାନ୍‌ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜାଙ୍କ ସମ୍ପର୍କରେ ପଚରାଯିବାରେ ସ୍ମିଥ୍‌ କହିଥିଲେ ଡ୍ରାଭିଡ କେବଳ ଜଣେ ଭଲ ଖେଳାଳି ନୁହନ୍ତି ସେ ଜଣେ ଅତି ଭଦ୍ରବ୍ୟକ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri