ସଡ଼କ ଦୁର୍ଘଟଣା ବୃଦ୍ଧି ନେଇ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ

କଟକ ଅଫିସ,୧୧।୬: ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ନେଇ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଚିନ୍ତା ପ୍ରକାଶ କରିଛି। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। ଦୁର୍ଘଟଣାଜନିତ ମୃତ୍ୟୁକୁ କମାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଏହି କମିଟି ମନ୍ତବ୍ୟ ଦେଇଛି। ସଡ଼କ ଦୁର୍ଘଟଣା କମାଇବା ପାଇଁ କେତେକ ପରାମର୍ଶ ଦିଆଯାଇଥିଲା। ସେଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି।
ଓଡ଼ିଶାରେ ସଡ଼କ ଦୁର୍ଘଟଣାର ସ୍ଥିତି ସମୀକ୍ଷା ପାଇଁ ଗତ ବର୍ଷ ଅଗଷ୍ଟ ୧ରେ ସୁପ୍ରିମ୍‌କୋର୍ଟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାସନ ସଚିବ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଦୁର୍ଘଟଣାର କାରଣ ଓ ଏହା ରୋକିବାକୁ କ’ଣ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା କରାଯାଇଥିଲା। ସେହି ଆଲୋଚନାଗୁଡ଼ିକର କ’ଣ ସବୁ ଅନୁପାଳନ କରାଯାଇଛି, ସେନେଇ ଡିସେମ୍ବର ୨୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟ କମିଟିକୁ ରିପୋର୍ଟ ଦିଆଯାଇଥିଲା। କମିଟି ଏହି ରିପୋର୍ଟର ସମୀକ୍ଷା କରିଥିଲା। ଦୁର୍ଘଟଣା ରୋକିବା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଯଥେଷ୍ଟ ନୁହେଁ, ଏପରି କି ମୃତ୍ୟୁ ହାର କମାଇବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଫେବୃୟାରୀ ୧୨ରେ ସୁପ୍ରିମକୋର୍ଟ କମିଟି ପକ୍ଷରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହ କେତେକ ପରାମର୍ଶ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ୨୦୧୮ରେ ଘଟିଥିବା ମୋଟ ମୃତ୍ୟୁରୁ ୬୮ ପ୍ରତିଶତ ଦ୍ରୁତ ଗତିରେ ଗାଡ଼ିଚାଳନା ଯୋଗୁ ଘଟିଛି। ଗାଡ଼ିର ବେଗ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। ଏଣୁ ବେଗ ନିୟନ୍ତ୍ରଣ, ହେଲମେଟ୍‌ ଓ ସିଟ୍‌ବେଲ୍ଟ ବ୍ୟବହାର ଏବଂ ଅନ୍ୟାନ୍ୟ ସଡ଼କ ସୁରକ୍ଷା ଜନିତ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ଟ୍ରାଫିକ ନିୟମ୍‌କୁ କଡ଼ାକଡ଼ି ପାଳନ କରାଯାଉ ନାହିଁ। ଏ ଦିଗରେ ପଦକ୍ଷେପ ନିଆଯାଉ। ନିୟମ ଉଲ୍ଲଂଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍‌ କରାଯାଉ। ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକମାନେ ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଦୁର୍ଘଟଣା ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ସୁପ୍ରିମ୍‌କୋର୍ଟ କମିଟି ପରାମର୍ଶ ଦେଇଛି। ସେହି ଅନୁଯାୟୀ ଏହି ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ଡିଜି ଏବଂ ପରିବହନ କମିଶନର୍‌ଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ପ୍ରତ୍ୟେକ ମାସର ୧୫ ତାରିଖରେ ଏ ନେଇ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ପ୍ରତ୍ୟେକ ଜିଲାରେ ଜିଲାସ୍ତରୀୟ ସଡ଼କ ସୁରକ୍ଷା ମନିଟରିଂ କମିଟି ଗଠନ ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲାପାଳ ଏହି କମିଟିର ଅଧ୍ୟକ୍ଷ ରହିବେ। ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଆବାହକ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ, ଅତିରିକ୍ତ ଏସ୍‌ପି, ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠା), ଜିଲା ଶିକ୍ଷାଧିକାରୀ ଏବଂ ଏମ୍‌ଭିଆଇ ସଦସ୍ୟ ରହିବେ। ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ, ବୈଷୟିକ ଟିମ୍‌ ଦ୍ୱାରା ସମୀକ୍ଷା, ନିରାକରଣ ପଦକ୍ଷେପ ଏବଂ ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା ସହ ଦୁର୍ଘଟଣା ହ୍ରାସ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ମାସରେ ଥରେ କମିଟିର ବୈଠକ ବସିବ ବୋଲି ସୁପ୍ରିମକୋର୍ଟ କମିଟି ପରାମର୍ଶ ଦେଇଛି। ବର୍ତ୍ତମାନ ଜିଲା ସଡ଼କ ସୁରକ୍ଷା ସମିତିର ବୈଠକ ନିୟମିତ ବସୁ ନ ଥିବାରୁ କମିଟି ଅସନ୍ତୋଷ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri