ଖରିଫ ଚାଷ ପାଇଁ ଜମିକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର, ୭।୬ (ବ୍ୟୁରୋ)- ଅଦିନିଆ ବର୍ଷା ସହ କୁଆପଥର ମାଡରେ ରବି ଧାନ ସହିତ ପନିପରିବା, ଡାଲି, ଫଳ ଜାତୀୟ ଫସଲ ନଷ୍ଟ ହୋଇଥିଲା। ଏଥିଯୋଗୁ ଚାଷୀ ବହୁ କ୍ଷତି ସହିଥିଲେ । କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ଋଣ ପରିଶୋଧ ଚିନ୍ତାରେ ଚାଷୀ ସରକାରୀ ସହାୟତାକୁ ଅପେକ୍ଷା କରିଛି। ତଥାପି ହାରି ନାହିଁ । ପୁଣି ସେ ତା କାମରେ ଲାଗି ପଡିଛି । ରବି ଫସଲରେ ଭାଙ୍ଗି ପଡିଥିବା ଆର୍ଥିକ ମେରୁଦଣ୍ଡକୁ ସଳଖିବା ପାଇଁ ପୁଣି ଥରେ ସେ ଜମିକୁ ଓହ୍ଲାଇଛି।
ଚଳିତ ବର୍ଷ ଜୁନ ୧୦ରୁ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ଚାଷୀ ତା’ର ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ଖରିଫରେ ପାଣିପାଗ, ଦଇବ ସାହା ହେଲେ ଅମଳ ଭଲ ହେବ ବୋଲି ଚାଷୀ ଆଶା ରଖିଛି। ପ୍ରାୟ ଏକମାସ ହେବ ଜିଲାର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ଲାଗିରହିଛି । ଏହା ବୁଣା ଧାନ ପାଇଁ ଚାଷୀଙ୍କୁ ସୁହାଇଛି । ଅଣଜଳସେଚିତ ଅଞ୍ଚଳରେ ଚାଷୀ ଚାଷ କାମ ଆରମ୍ଭ କରିଛି । ଜିଲାର ଯୁଯୁମୁରା, ରେଢାଖୋଲ, ନାକଟିଦେଉଳ, ଜମନକିରା, କୁଚିଣ୍ଡା ଆଦି ବ୍ଲକ ଅଞ୍ଚଳର ଚାଷୀ ବୁଣା ଧାନ କରୁଛନ୍ତି । ଏପଟେ ଜଳସେଚନ ଅଞ୍ଚଳର ଜମିରେ ସୁଖା ଯୋତ କରାଯାଉଛି । ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ରାୟ କହିଛନ୍ତି, ମୌସୁମୀ ବର୍ଷା ହେଲେ ଚାଷୀ ବୁଣା ଧାନ କରି ପାରିବେ ନାହିଁ । ତେଣୁ ବୁଣାଧାନ ପାଇଁ ଏହା ଉପଯୁକ୍ତ ସମୟ । ଧାନ ବୁଣିଲା ପରେ ତାପମାତ୍ରା ଓ ବର୍ଷା ଠିକ ରହିଲେ ଭଲ ଗଜା ହୋଇ ପାରିବ । ନିୟମିତ ବର୍ଷା ହେଲେ କ୍ଷେତରେ ହଳ ଓ ଟ୍ରାକ୍ଟରରେ ନଙ୍ଗଳ କରିବା ହୋଇ ପାରିବ ନାହିଁ । ଏବେ ଚାଷୀମାନଙ୍କ ପାଇଁ ଆଉ ଏକ ବଡ ସୁଯୋଗ ରହିଛି । ସେମାନେ ଧଣିଚା ଚାଷ କରି ପାରିବେ । ଧଣିଚା ଚାଷ କଲେ କ୍ଷେତରେ ଉର୍ବରତା ଆସିବ । ଜୈବିକ ପଦ୍ଧତିରେ ତାହା ସାର ପରି କାମ ଦେବ । ଏବେ ଧଣିଚା ବୁଣିଲେ ପ୍ରାୟ ଏକମାସ ଭିତରେ ସେହି ଗଛ ମରିଯିବ । ପୁଣି ଚାଷୀ କ୍ଷେତରେ ଧାନ ଫସଲ କରି ପାରିବ । ଗୋଟିଏ ଏକର ପିଛା ୧୦ କେଜି ଧଣିଚା ମଞ୍ଜି ଚାଷୀ ବୁଣି ପାରିବେ । ସେହି ମଞ୍ଜି ଦର କେଜି ପିଛା ୩୫ରୁ ୪୦ ଟଙ୍କା ରହିଛି । ଏଥିରେ ଚାଷୀ ଲାଭବାନ ହୋଇପାରିବ ବୋଲି ସେ କହିଛନ୍ତି।
ଖରିଫ ପାଇଁ ଜିଲାରେ ମୋଟ ୧ ଲକ୍ଷ ୬ ହଜାର ହେକ୍ଟର ଜମିରେ ଧାନ ଚାଷ କରିବାର ଲକ୍ଷ୍ୟ ରହିଛି । ସେଥି ମଧ୍ୟରୁ ୨୦ ହଜାର ହେକ୍ଟର ଜମିରେ ବୁଣା ଧାନ ହୋଇଥାଏ । ଜଳ ସେଚନ ଅଞ୍ଚଳରେ ମଧ୍ୟ ଚାଷୀମାନେ ପୋଖରୀରୁ ପାଣି ନେଇ ପଲ୍ଲା କିଆରି ପ୍ରସ୍ତୁତ କରି ସାରିଛନ୍ତି । ଜୁନ୍‌ ୧୦ ପରେ କେନାଲରେ ପାଣି ଛଡାଯିବା ପାଇଁ ଆଶା କରାଯାଉଛି । ତେଣୁ ଜଳସେଚନ ଅଞ୍ଚଳରେ ମଧ୍ୟ ଶୀଘ୍ର ଚାଷ କାମ ଆରମ୍ଭ ହୋଇଯିବ । ଚଳିତ ବର୍ଷ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ମରୁଡି, ଗଜା ମରୁଡି ଭଳି ପରିସ୍ଥିତି ଉପୁଜିବ ନାହିଁ ବୋଲି ମୁଖ୍ୟ କୃଷି ଅଧିକାରୀ ରାୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri