Posted inଖେଳ

କରୋନାରେ ପୂର୍ବତନ ଫୁଟ୍‌ବଲରଙ୍କ ମୃତ୍ୟୁ

ମାଲାପୁରମ (କେରଳ), ୭ା୬ (ପି.ଟି.)- କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପୂର୍ବତନ ସନ୍ତୋଷ ଟ୍ରଫି ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଖେଳାଳି ଇ. ହାମ୍‌ସାକୋୟାଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କୋଭିଡ୍‌-୧୯ରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ୬୧ ବର୍ଷୀୟ ହାମ୍‌ସାକୋୟାଙ୍କ ଜନ୍ମସ୍ଥାନ ହେଉଛି ନିକଟବର୍ତ୍ତୀ ପାରାପ୍ପାନାଙ୍ଗ୍‌ଡିରେ। ଏବେ ସେ ମୁମ୍ବାଇରେ ବାସ କରୁଛନ୍ତି। ସେ ଓ ତାଙ୍କ ପରିବାର ମେ ୨୧ରେ ତାଙ୍କ ଜନ୍ମ ସହରକୁ ଆସି କ୍ୱାରାଣ୍ଟାଇନ୍‌ରେ ଥିଲେ। ହାମସାକୋୟାଙ୍କ ୫ଜଣ ପରିବାର ସଦସ୍ୟ ମଧ୍ୟ କରୋନା ପଜିଟିଭ। ସେମାନେ ସମସ୍ତେ ଏବେ ଚିକିତ୍ସାଧୀନ ରହିଛନ୍ତି। ମାଲାପୁରମର ଜିଲା ମେଡିକାଲ ଅଫିସର କେ. ସାକିନାଙ୍କ କହିବା ଅନୁସାରେ ହାମସାକୋୟାଙ୍କ ସ୍ତ୍ରୀ ଏବଂ ପୁଅଙ୍କ ନିକଟରେ ପ୍ରଥମେ କୋଭିଡ୍‌-୧୯ ଲକ୍ଷଣ ପ୍ରକାଶ ପାଇଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ଏହି ପୂର୍ବତନ ଫୁଟ୍‌ବଲରଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରି ନ ଥିଲା। ଶନିବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ହାମସାକୋୟାଙ୍କ ପୁତ୍ରବଧୂ ଏବଂ ଦୁଇ ନାତି ନାତୁଣୀ ମଧ୍ୟ କରୋନା ପଜିଟିଭ। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମାଲାବାର ଅଞ୍ଚଳର ଭେଟରାନ ଫୁଟ୍‌ବଲର ହାମସାକୋୟା ୧୯୮୦ଦଶକରେ ମହାରାଷ୍ଟ୍ର ରାଜ୍ୟ ତରଫରୁ ସନ୍ତୋଷ ଟ୍ରଫି ବ୍ୟତୀତ କଲିକତାର ଶକ୍ତିଶାଳୀ କ୍ଲବ ମୋହନବାଗାନ କ୍ଲବରୁ ମଧ୍ୟ ଖେଳିଥିଲେ। ସେ ଓ୍ବିଙ୍ଗ୍‌ ବ୍ୟାକ୍‌ ପୋଜିିଶନରେ ଖେଳିଥାନ୍ତି। ସେ ଦୁଇଥର ଜାତୀୟ କ୍ୟାମ୍ପକୁ ଡକରା ପାଇଥିଲେ ମଧ୍ୟ କେବେ ଦେଶ ତରଫରୁ ଖେଳି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri