Odisha Elections 2024

ଯାଜପୁରରେ ହେବ ନାଟ୍ୟମଣ୍ଡପ: ସଂସ୍କୃତି ମନ୍ତ୍ରୀ ବ୍ୟାସସରୋବର ଉନ୍ନତୀକୁ ସବୁଜ ସଙ୍କେତ

ଯାଜପୁର ଅଫିସ, ୫।୬-ଯାଜପୁରରେ ଏକ ନାଟ୍ୟ ମଣ୍ଡପ କରାଯିବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗୁରୁବାର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ପାଣିଗ୍ରାହୀ ଯୋଗଦେଇ ନାଟ୍ୟମଣ୍ଡପ ଲାଗି ସ୍ଥାନ ଚୟନ କରିବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ରଞ୍ଜନ କୁମାର ଦାସ ଜିଲାରେ ପର୍ଯ୍ୟଟନ ସ୍ଥିତି, କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଓ ନିର୍ମାଣାଧୀନ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ମନ୍ତ୍ରୀ ପାଣିଗ୍ରାହୀ ବରାହ ମନ୍ଦିର ନିକଟରେ ପ୍ରସ୍ତୁତ ପର୍ଯ୍ୟଟନ ସଂଗ୍ରହାଳୟ ଓ ଅନ୍ୟାନ୍ୟ ନିର୍ମାଣାଧୀନ ପ୍ରକଳ୍ପ, ବାରୁଣୀ ମହାଶ୍ମଶାନ, ବୈତରଣୀ ତଟଦେଶରେ ନିର୍ମିତ ଦଶାଶ୍ୱମେଧ ଘାଟ, ବିରଜା ପାନ୍ଥଶାଳା, କୁସୁମା ହ୍ରଦକୁ ପରିଦର୍ଶନ କରିବା ସହ ତାହାର ନିର୍ମାଣ କାର୍ଯ୍ୟ ଓ ଉନ୍ନୟନ ବ୍ୟବସ୍ଥା ପାଇଁ ସମୀକ୍ଷା କରିଥିଲେ। ସେହିପରି ବ୍ୟାସନଗରସ୍ଥିତ ବ୍ୟାସ ସରୋବରର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲାପାଳଙ୍କ ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଓ ଓଟିଡିସିର ଇଞ୍ଜିନିୟର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳାରେ ନିର୍ଣ୍ଣାୟକ ହେବେ ସ୍ବାଧୀନ ପ୍ରାର୍ଥୀ

ଯାଜପୁର,୧୭ା୫(ହର୍ଷବର୍ଦ୍ଧନ  ବେହେରା) : ମତଦାନ ପାଇଁ ଆଉ ମାତ୍ର ୧୫ ଦିନ ବାକି ରହିଛି। ସେଥିପାଇଁ ନେତାମାନେ ଏବେ ପୂରା ଦମ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି।...

ଧସିଲା ପଥର ଖାଦାନ: ଜଣେ ଶ୍ରମିକ ମୃତ, ଆହୁରି ଶ୍ରମିକ ଚାପି ରହିଥିବା ସନ୍ଦେହ

ଯାଜପୁର,୧୬।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁରରେ ଗୁରୁବାର ଏକ ଅଘଟଣ ଘଟିଛି। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳା ପଥର ଖାଦାନରେ ପଥର ଓ ମାଟି ଧସି ଜଣେ...

ପାଇପ ଲାଇନ କାମବେଳେ ଖସିଲା ମାଟି ଅତଡା: ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଯାଜପୁର,୧୬।୫(ହର୍ଷବର୍ଦ୍ଧନ ବେହେରା):: ଯାଜପୁର ବିଞ୍ଝାରପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ମାଟି ଅତଡା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାସହ ଜଣେ ଆହତ...

ଭୋଟ ହାତେଇବାକୁ ନିଯୁକ୍ତି ଥୋପ

ଯାଜପୁର,୧୬ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି ସମେତ କେତେକ କାରଖାନାରେ ଠିକା କାର୍ଯ୍ୟ, ପରିବହନ ଆଦି ନିର୍ବାଚିତ ଜନପ୍ରତିନିଧିଙ୍କ ନିୟନ୍ତ୍ରଣରେ ରହିଛି। ଜିଲାରେ...

ବିଜେଡି, ଭାଜପା ପାଇଁ ସମ୍ମାନର ଲଢ଼େଇ

ଯାଜପୁର,୧୫ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ବିଜୟୀ ହୋଇଥିବା ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏଥର ସମ୍ବଲପୁର ଲୋକ...

ବରୀ ବିଜେଡିରେ ଦଳଡିଆଁଙ୍କୁ ନେଇ ଚିନ୍ତା

ରସୁଲପୁର,୧୫ା୫(ରଂଜିତ ରାଉତ): ବରୀ ନିର୍ବାଚନମଣ୍ଡଳୀରେ ୩ପ୍ରମୁଖ ଦଳ ବିଜେଡି, ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କପତ୍ର ଦାଖଲ ପରେ ଦଳୀୟ ପ୍ରଚାର ତୀବ୍ର ହେବାକୁ ଯାଉଛି। ଏଭଳି...

ପରୀକ୍ଷାଗାରରେ ଯାଞ୍ଚ ପାଇଁ ଅନାଗ୍ରହ

ଯାଜପୁର,୧୪ା୫(ହର୍ଷବର୍ଦ୍ଧନ ବେହେରା):ରାସ୍ତା ଓ ଗୃହ (ଆର୍‌ ଏଣ୍ଡ ବି) ନିର୍ମାଣ ବା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମାନ ଯାଞ୍ଚ ପାଇଁ...

ଓଡ଼ିଆ ଅନର୍ସ ପାଇଁ ଅନୁମତି ମିଳିଲା ନାହିଁ

ବରୀ,୧୪ା୫(ମହେନ୍ଦ୍ର ସ୍ବାଇଁ: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଓଡ଼ିଆ ପାଠ୍ୟକ୍ରମରେ ଅନର୍ସ ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri