ସରକାରୀ ଯୋଜନାରୁ ବଁଚିତ୍‌ ଭିନ୍ନକ୍ଷମ ଦମ୍ପତି:ଗରିବୀରେ ସଁଥ୍‌ଲି ହେଉଛେ ନିଷ୍‌ପାପ ଛୁଆ

ଭବାନୀପାଟଣା, ୧୫ା୬(ଡି.ଏନ୍‌.ଏ) : ଦିନ୍‌ଥିଲା କଳହାଣ୍ଡି ଜିଲା ଭୁଖମରି ଆର ପିଲାବିକ୍‌ରି ଲାଗି ବଦ୍‌ନାମ ଥିଲା। ଏହେଦେ ସାରା ରାଏଜେ ଭାତହଁ।ଡ଼ି ହିସାବେ ନଁ। କମେଇଛେ। ହେଲେ ଆଏଜ୍‌ ବି ଜିଲାରେ ଅନେକ ଜାଗାରେ ଲୋକ୍‌ ଭୋକ୍‌ ଉପାସରେ ଦିନ୍‌ ବିତଉଥିବାର ଦେଖ୍‌ବାକେ ମିଲୁଛେ। ବହୁତ ଲୋକ୍‌ ଫିଦିନ ଦୁଇବେଲା ଦୁଇମୁଠା ଖାଏବାକେ ନାଇଁ ପାଏବାର। ଝନେ ଭିନ୍ନକ୍ଷମ ବାପ୍‌ ତା’ର ୪ ବଛର୍‌ର ଛୁଆକେ ଧରି ଖରା, ବରଷା, ଶୀତ କାକରରେ ଘର ଘର ବୁଲି ଭିଖ୍‌ ମାଗୁଥିବାର ଦୁରୁଶ୍‌ ଇଥିର ଗୁଟେ ଉଦାହରନ୍‌ ଆଏ।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଁଚେତ୍‌ ଅଧୀନ ମକୁନ୍ଦପୁର ସାଲେପଡ଼ାର ଦିବ୍ୟାଙ୍ଗ ତ୍ରିବନ ବାଗ(୪୯)। ତାକର ପରିବାର କହେଲେ ମାନସିକ ଭିନ୍ନକ୍ଷମ ମାଏକିନା ପୁଷ୍ପା(୩୬) ଆର ୪ ବଛର୍‌ର ଝି’। ତ୍ରିବନକଁର ଝାଟି ମାଟିର ଘର ଖଁଡେକେ ଛାଡ଼ିଦେଲେ ଜମିବାଡ଼ି ବଲି କିଛି ନାଇଁ। ଏହେଦ୍‌କା ତ୍ରିବନକଁର ପାସେ ଖାଏବାକେ ଦାନା ଆର ପିଁଧବାକେ କପଡ଼ାର ବଡ଼ଭାରି ଅଭାବ ରହିଛେ। କହେବାକେ ଗଲେ ଭଗବାନ ଭରସାରେ ଚାଲିଛେ ତାକର ପରିବାର। ସେ ବିପିଏଲ ଶ୍ରେଣୀର ହେଇଥିଲାବେଲେ ତାହାକୁ ପଁଚେତ୍‌ରୁ ଚାଉଲ ଆର ୩ଶହ ଟଁକା ଭିନ୍ନକ୍ଷମ ଭତା ମିଲୁଛେ। ହେଲେ ମାଏକିନା ପୁଷ୍ପା ମାନସିକ ଭିନ୍ନକ୍ଷମ ହେଇଥିଲେ ବି ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ତ୍ରିବନ ପାଉଥିବାର ସରକାରୀ ସାହାଯ୍‌ ପରିବାରକେ ନିଅଁଟ୍‌ ହେଉଛେ। ଇଆଡ଼େ ଦୁଇ ମାଏଝି ମୁନୁଷ୍‌ କାମ୍‌ଧଁଦା କରବାକେ ସକ୍ଷମ ନୁହଁନ୍‌। ସେଥିରଲାଗି ଘଏତାମାଏପୋ ଛୁଆକେ ଧରି ଗୁଟେ ତିନ୍‌ ଚକିଆ ସାଇକେଲରେ ଘରର ବୁଲି ଭିଖ୍‌ ମାଗି ପେଟ ପାଲୁଛନ୍‌। ସରକାର ଗରିବ୍‌ ଦୁଖି, ଭିନ୍ନକ୍ଷମମାନକର ଲାଗି ଯୋଜନା ଉପରେ ଯୋଜନା ତିଆର କଲାବେଲେ ତ୍ରିବନକଁର ଲାଗି ସରକାରୀ ଯୋଜନା ସାତ୍‌ସପନ ହେଇଛେ। ମୋର ୪ ବଛ୍‌ରିଆ ଛୁଆର ଗୁଲ୍‌ଗୁଲା ଦେଖି ଲୋକ୍‌ ଭିଖ୍‌ ଦେଉଛନ୍‌ ସତ୍‌, ହେଲେ ଝନକର ଘରକେ ସବୁଦିନ ମାଗିଗଲେ ସେ କେତେ ଦିନ୍‌ ଭିଖ୍‌ ଦେବା ବଲି ତ୍ରିବନ କହିଛନ୍‌। ସେନ୍‌ତା ଦୁଇ ମାଏଝିମୁନୁଷ୍‌ ଭିନ୍ନକ୍ଷମ ହେଇଥିଲାବେଲେ ଗୁଟେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ଛଡ଼େଇ ରହୁଛନ୍‌। ହେଲେ ଇ ଦୁଖି ପରିବାର ଉପରେ ଆଏଜ୍‌ତକ ଥାନୀୟ ପରଶାସନର ଦୁରୁଷ୍‌ଟି ନାଇଁପଡ଼ି। ଯେନ୍‌ଥିରଲାଗି ପରିବାରଟା ଆବାସ ଯୋଜନାରେ ପକା ଘରଖଁଡ଼େ ପାଏବାରୁ ବି ବଁଚିତ୍‌ ହେଇ ରହିଛନ୍‌। ଯେତେ ଜଲଦି ହେବା ଜିଲା ଆର ଥାନୀୟ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଜନସାଧାରନରେ ଦାବି ହେଉଛେ। ନାଇଁହେଲେ ଇ ଦୁଖି ପରିବାରର କାହାର କେତେବେଲେ ଅଭାବ ଅନାଟନ ଲାଗି ଅନାହାର ମୁର୍‌ତୁ ହେବା କିଛି କହି ନାଇଁହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri