Posted inଜାତୀୟ

କାମାଥ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦ା୫: ଜଣାଶୁଣା ବ୍ୟାଙ୍କର୍‌ କୁନ୍ଦପୁର ବାମନ କାମାଥ ଭାରତର ପରବର୍ତ୍ତୀ ଅର୍ଥମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତଥ୍ୟାଭିଜ୍ଞ ମହଲରେ ଚାଲିଥିବା ଆଲୋଚନାକୁ ସତ ବୋଲି ମାନିଲେ ୫ ସଦସ୍ୟ ବିଶିଷ୍ଟ ବ୍ରିକ୍ସ ରାଷ୍ଟ୍ର ନେତୃତ୍ୱାଧୀନ ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ (ଏନ୍‌ଡିବି) ଅଧ୍ୟକ୍ଷ ପଦରୁ ସଦ୍ୟ ଅବସର ନେଇଥିବା କେ.ଭି. କାମାଥ ଦେଶର ଅର୍ଥମନ୍ତ୍ରୀ ଦୌଡ଼ରେ ଆଗୁଆ ଅଛନ୍ତି। ଅର୍ଥନୈତିକ ଉତ୍ତରଦାୟିତ୍ୱ ପରିଚାଳନା କ୍ଷେତ୍ରରେ ବହୁ ଅନୁଭୂତି ଥିବା କାମାଥ ଜଣେ ଅଣରାଜନୈତିକ ବ୍ୟକ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅତୀତରେ କେତେଜଣ ଅଣରାଜନୈତିକ ତଥା ଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନୁଭୂତି ସମ୍ପନ୍ନ ବିଶେଷଜ୍ଞଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରିଥିବାରୁ ବର୍ତ୍ତମାନର ସଙ୍କଟ ସମୟରେ କାମାଥଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ୱ ଦେବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି।
ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ମହାମାରୀ କରୋନା ଅର୍ଥନୀତିକୁ ଉଜାଡ଼ିଦେଇଛି। ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ କଳକାରଖାନା, ଶିଳ୍ପ, ବାଣିଜ୍ୟ ଓ ଅନ୍ୟ ବ୍ୟବସାୟଗୁଡ଼ିକ ଏକପ୍ରକାର ଠପ୍‌ ହୋଇଯାଇଛି। ସରକାର ବିଭିନ୍ନ ଉପାୟରେ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ସାମ୍ପ୍ରତିକ କ୍ଷତିକୁ ଦେଖିଲେ ଏତେ ସହଜରେ ଅର୍ଥନୀତି ସଜାଡ଼ି ହେବା ଭଳି ମନେହେଉ ନାହିଁ। ଏଭଳି ସମୟରେ ଅଭିବୃଦ୍ଧି ହାରକୁ ସ୍ଥିର ରଖି ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ୭୨ ବର୍ଷୀୟ ଅଭିଜ୍ଞ ବ୍ୟାଙ୍କର୍‌ କାମାଥ ଉପଯୁକ୍ତ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେକରିପାରନ୍ତି।
ପ୍ରକାଶ ଯେ, ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା ଭଳି ବିକାଶଶୀଳ ବଜାର ଅର୍ଥନୀତିକୁ ନେଇ ବ୍ରିକ୍ସ ବ୍ୟାଙ୍କ ଗଠନ କରାଯାଇଛି। ବ୍ରିକ୍ସ ନେତୃତ୍ୱାଧୀନ ଏନ୍‌ଡିବି ମୁଖ୍ୟ ପଦରୁ ବୁଧବାର କେ.ଭି. କାମାଥ ଅବସର ନେବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଭିଡିଓ କନ୍‌ଫରେନ୍ସ ଜରିଆରେ ସ୍ବତନ୍ତ୍ର ବୋର୍ଡ ଅଫ୍‌ ଗଭର୍ନର୍ସ ବୈଠକକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସୀତାରାମନ କାମାଥଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ୧୯୪୭ ଡିସେମ୍ବର ୨ରେ କର୍ନାଟକର ମାଙ୍ଗାଲୁରୁରେ ଜନ୍ମିତ କାମାଥ କେଆର୍‌ଇସି ସୁରତକାଲରେ ମେକାନିକାଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ଶିକ୍ଷା ଅର୍ଜନ କରିବା ପରେ ଅହମଦାବାଦସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌)ରେ ପିଜି ଡିପ୍ଲୋମା କରିଥିଲେ। ଏହି ବିଶିଷ୍ଟ ଟେକ୍ନୋକ୍ରାଟ ଆଇସିଆଇସିଆଇ ବ୍ୟାଙ୍କର ନନ୍‌-ଏକ୍‌ଜିକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ପଦରେ ରହି ପରବର୍ତ୍ତୀ ସମୟରେ ଉକ୍ତ ଘରୋଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭଳି ଅନେକ ଗୁରୁଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୯ ଏପ୍ରିଲ ୩୦ରେ କାମାଥ ଆଇସିଆଇସିଆଇ କାର୍ଯ୍ୟନିର୍ବାହୀ ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇଥିଲେ। ୨୦୧୧ ଅଗଷ୍ଟ ୨୧ରେ ଇନ୍‌ଫୋସିସ୍‌ ଅଧ୍ୟକ୍ଷ ଏନ୍‌.ଆର୍‌. ନାରାୟଣମୂର୍ତ୍ତି ଅବସର ନେବା ପରେ କାମାଥଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଥିଲା। ଇନ୍‌ଫୋସିସ୍‌ରେ ସେ ୨୦୧୫ ଜୁନ୍‌ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏବେ ଏନ୍‌ଡିବି ମୁଖ୍ୟ ପଦରୁ ବିଦାୟ ନେବା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିବା ଜଣାପଡ଼ିଛି। କରୋନା ସଙ୍କଟ ବେଳେ ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ ପ୍ରଦର୍ଶନକୁ ନେଇ ଦେଶବାସୀ ସେତେଟା ସନ୍ତୁଷ୍ଟ ନ ଥିବାରୁ ସେ ବିଦା ହେବା ଓ କାମାଥ ନୂଆ ଅର୍ଥମନ୍ତ୍ରୀ ହୋଇ ଅର୍ଥ ବ୍ୟବସ୍ଥାର ମଙ୍ଗ ଧରିବା ଚର୍ଚ୍ଚାକୁ ବଳ ମିଳିଛି। ତେବେ ଏନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri