କରୋନା କଟକଣାକୁ ମାନି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରନ୍ତୁ, ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ: ଦାସବର୍ମା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀର ମୁକାବିଲା କରିବାରେ ଲାଗିଛି। ସେହି କ୍ରମରେ ଭାରତ ମଧ୍ୟ କରୋନା ସହ ବଡ ଧରଣର ଲଢେଇ ଲଢୁଛି। ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଉଥିବା ତଥା ଯୋଦ୍ଧା ରୂପେ ନିଜର କର୍ତ୍ତବ୍ୟ ତୁଲାଉଛନ୍ତି ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ କର୍ମଚାରୀ, ଅଶା ଦିଦି, ସରପଞ୍ଚ ଓ ଅଙ୍ଗନବାଡି କର୍ମୀ। ସେମାନଙ୍କୁ ସମ୍ମାନିତ କରିବା ପାଇଁ ଏବଂ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ରାଜ୍ୟ ଭିତରେ ଏବଂ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଆସନ୍ତା ଶନିବାର ଅପରାହ୍ନ ୫ଟା ୩୦ମିନିଟରେ ସାମୁହିକ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନକୁ ସକାରାତ୍ମକ ଭାବେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ୩୦ଟି ଜିଲା ଓ ୨ଟି ସାଂଗଠନିକ ଜିଲା ସହିତ ରାଜ୍ୟର ସମସ୍ତ ଆଇକନିକ ସ୍ଥାନରେ ସାମାଜିକ ଦୂରତା ରକ୍ଷାକରି ଏହି କାର୍ଯ୍ୟକ୍ରମ ପାଳନ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଶୁକ୍ରବାର ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ସମ୍ମାନ ଜଣାଇ ବିଜେଡିର ତୃଣମୂଳସ୍ତରର କର୍ମୀ, ନିର୍ବାଚିତ ପ୍ରତିନିଧି, ବିଧାୟକମନେ ନିଜ ନିଜ ଅଞ୍ଚଳରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ଅନ୍ୟମାନଙ୍କୁ ଏଥିରେ ସାମିଲ କରିବା ପାଇଁ ସଞ୍ଜୟ ନିବେଦନ କରିଛନ୍ତି।

ଦାସବର୍ମା କହିଛନ୍ତି, ନବୀନ ସରକାରଙ୍କ ୫ମ ପାଳିର ପ୍ରଥମ ବର୍ଷ ଶୁକ୍ରବାର ପୂରଣ ହୋଇଛି। ୫ମ ଥର ପାଇଁ ବିପୁଳ ଭୋଟରେ ବିଜେଡିକୁ ସେବା କରିବା ପାଇଁ ରାଜ୍ୟବାସୀ ସୁଯୋଗ ଦେଇଛନ୍ତି। ଏହି ଏକ ବର୍ଷ ମଧ୍ୟରେ ନବୀନ ସରକାର ଓ ରାଜ୍ୟବାସୀ ୪ଟି ବଡ ବିପର୍ଯ୍ୟୟ ଯଥା ଫନି, ବୁଲବୁଲ, କରୋନା ଏବଂ ନିକଟରେ ସଂଗଠିତ ହୋଇଥିବା ଅମ୍ପନର ସଫଳ ମୁକାବିଲା କରିଛନ୍ତି। ଏହି ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ନବୀନ ସରକାର ରାଜ୍ୟ ପାଇଁ ପ୍ରଶଂସା ଆଣି ପାରିଛନ୍ତି। ବିଜେଡି ସରକାର ସମୟରେ ‘ମୋ ସରକାର’ ଓ ’୫-ଟି’ କାର୍ଯ୍ୟକ୍ରମକୁ ପ୍ରଚଳିତ କରିିଛନ୍ତି। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବ ଜିଉ,ସମ୍ବଲପୁର ସମଲେଶରୀ , ଗଞ୍ଜାମର ତାରାତାରିଣୀ, ବାରିପଦାର ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ସରକାର ସବୁଠାରୁ ଆହ୍ବାନର ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟସେବାକୁ ଉତ୍ତର ଦାୟିତ୍ୱର ସହ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟକ ଜିଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି। ସେହିପରି ସର୍ବପୁରାତନ ଏସିବି ମେଡିକାଲ କଲେଜର ନବୀକରଣ ଓ ଉଚ୍ଚତର ସ୍ବାସ୍ଥ୍ୟସେବା ପାଇଁ ଦେଢ଼ ହଜାର କୋଟି ଟଙ୍କା ବ୍ୟୟରେ ଏହାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଦାସବର୍ମା କହିଛନ୍ତି, ନବୀନ ସରକାର ଗତ ବର୍ଷକ ମଧ୍ୟରେ ବହୁ ବାଧାବିଘ୍ନ ସହିତ ଉତ୍ତମ ମୁକାବିଲା ମାଧ୍ୟମରେ ରାଜ୍ୟର ଶାସନ ବ୍ୟବସ୍ଥା ଓ ରାଜ୍ୟବାସୀଙ୍କ ଧୌର୍ଯ୍ୟକୁ ସାରା ଦେଶ ଏବଂ ବିଶ୍ୱରେ ଏକ ମଡେଲ ଭାବେ ଉପସ୍ଥାପିତ କରିବାରେ ସ୍ବତନ୍ତ୍ର ଲାଣ୍ଡମାର୍କ ସୃଷ୍ଟି କରିପାରିଛନ୍ତି। ସବୁ କ୍ଷେତ୍ରରେ ଆମ ରାଜ୍ୟକୁ ଚାରିଆଡୁ ପ୍ରଶଂସା ମିଳୁଛି।  ଏହି ସମୟରେ କରୋନାକୁ ମୁକାବିଲା କରୁଛେ । ରାଜ୍ୟବାସୀଙ୍କ ସାର୍ଥ ଓ ଜୀବନ ରକ୍ଷା ରାଜ୍ୟ ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସରକାର ଘୋଷଣା କରିଛନ୍ତି। ଏହି କଠିନ ସମୟରେ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ସମ୍ମିଳିତ ଉଦ୍ୟମ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri