ଅନୁମତି ପରେ ବି ସ୍ବାଭାବିକ ହୋଇପାରିଲାନି ଘରୋଇ ବସ୍‌ ଚଳାଚଳ: ୧୧ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ବସ୍‌

ବ୍ରହ୍ମପୁର ଅଫିସ, ୨୮ା୫: ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ମଧ୍ୟ ଗୁରୁବାର ବ୍ରହ୍ମପୁରରେ ସ୍ବାଭାବିକ ହୋଇପାରିଲା ନାହିଁ ଘରୋଇ ବସ୍‌ ଚଳଚଳ। ବସ ସେବା ସ୍ବାଭାବିକ କରିବା ନେଇ ସରକାରଙ୍କ ଅନୁମତି ପରେ ଗୁରୁବାର ସକାଳୁ କିଛି ବସ୍‌ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ପହଞ୍ଚିଥିଲା। ମାତ୍ର ଯାତ୍ରୀ ନ ଥିବାରୁ ବସ୍‌ଗୁଡିକ ବସଷ୍ଟାଣ୍ଡରୁ ନିଜ ଗନ୍ତବ୍ୟ ସ୍ଥଳକୁ ଗଡିପାରିିଲା ନାହିଁ। ମାତ୍ର ଗୋଟିଏ ଘରୋଇ ବସ୍‌ କମ ଯାତ୍ରୀ ସତ୍ତ୍ବେ ବ୍ରହ୍ମପୁରର ଭୁବନେଶ୍ୱର ଅଭିମୁଖେ ଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, କୋଭିଡ-୧୯ ସଂକ୍ରମଣର ପ୍ରତିରୋଧ କରିବା ନେଇ ସାମାଜିକ ଦୂରତା ରକ୍ଷା, ସାନିଟାଇଜର ଓ ମାସ୍କ ବ୍ୟବହାର ନିୟମ ପାଳନ ପୂର୍ବକ ରାଜ୍ୟରେ ଗୁରୁବାରଠାରୁ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ବୁଧବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ପରେ ଗୁରୁବାର ପୂର୍ବାହ୍ନରେ ଘରୋଇ ବସ୍‌ ନୂଆ ବସଷ୍ଟାଣ୍ଡରେ ପହଞ୍ଚିଥିଲା। କିନ୍ତୁ ଯାତ୍ରୀ ଆସି ନ ଥିବାରୁ ଗଞ୍ଜାମ ଜିଲା ତଥା ଜିଲାବାହାରକୁ କୌଣସି ବସ ଯାତାୟତ ଆରମ୍ଭ କରିପାରି ନାହିଁ। କେବଳ ୧୧ ଯାତ୍ରୀଙ୍କୁ ନେଇ ୪୧ ସିଟ ବିଶିଷ୍ଟ ଖମ୍ଭେଶ୍ୱରୀ ବସ୍‌ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଗତିକରିଛି। ଅନ୍ୟପକ୍ଷରେ କୋଭିଡ-୧୯ ସଂକ୍ରମଣ ଭୟ ତଥା ରାଜ୍ୟର ସମସ୍ତ ସ୍ଥାନରେ ସରକାରଙ୍କ ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା ସ୍ବାଭାବିକ ହୋଇପାରି ନ ଥିବାରୁ ଯାତ୍ରୀମାନେ ଅସୁ ନ ଥିବା କହିଛନ୍ତି ଗଞ୍ଜାମ ଜିଲା ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପଟ୍ଟନାୟକ। ବର୍ତ୍ତମାନ ବ୍ରହ୍ମପୁରରୁ ଗଞ୍ଜାମ ଜିଲା ତଥା ଜିଲା ବାହାରକୁ ବିଭିନ୍ନ ରୁଟ୍‌ରେ ଯାତାୟତ କରୁଥିବା ୫୦୦ରୁ ୬୦୦ ବସ୍‌ ଚଳାଚଳ କରିପାରି ନାହିଁ। ବସ୍‌ଚଳାଚଳକୁ ସ୍ବାଭାବିକ କରିବା ପାଇଁ ରାଜ୍ୟର ସମସ୍ତ ସ୍ଥାନରେ ଆନୁସଙ୍ଗିକ ବ୍ୟବସ୍ଥାଗୁଡିକୁ ସ୍ବାଭାବିକ କରିବା ସହ ବସ୍‌ଯାତ୍ରାରେ କୋଭିଡ-୧୯ ସଂକ୍ରମଣ ଭୟ ନ ଥିବା ନେଇ ସରକାର ଘୋଷଣା କରିବା ଆବଶ୍ୟକ। ଯାହାଦ୍ୱାରା ପୁନଃ ବସ୍‌ ଚଳାଚଳ ସ୍ବାଭାବିକ ହୋଇପାରିବ ବୋଲି ସଂଘର ସାଧାରଣ ସମ୍ପାଦକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri