Posted inଖେଳ

ଖେଳ ପାଇଁ ଜୈବ-ସୁରକ୍ଷିତ ବାତାବରଣ ଅବାସ୍ତବ: ଡ୍ରାଭିଡ୍‌

ନୂଆଦିଲ୍ଲୀ,୨୬।୫ (ପି.ଟି.): ଏବେକାର କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଜୈବ- ସୁରକ୍ଷିତ ବାତାବରଣରେ କ୍ରିକେଟ ଆରମ୍ଭ କରିବାର ଅଭିଳାଷ ନିହାତି ଅବାସ୍ତବ। ଏକଥା କହିଛନ୍ତି ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ। ଏହି କ୍ରମରେ ସେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ଆରମ୍ଭ କରାଯାଇଥିବା କ୍ରିକେଟ ପ୍ରକ୍ରିୟାକୁ ସେ ନାପସନ୍ଦ କରିଛନ୍ତି।
କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଇସିବି ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ଜୈବ- ସୁରକ୍ଷିତ ବାତାବରଣରେ ଆୟୋଜନ କରିବାକୁ ଘୋଷଣା କରିଛି। ତେବେ ଡ୍ରାଭିଡ୍‌ ଇସିବିର ଏହି ନିଷ୍ପତ୍ତି ଠିକ୍‌ ନୁହେଁ।

ବର୍ତ୍ତମାନର ପରିସ୍ଥିତିରେ ଏଭଳି ଅଭିଳାଷ ପୋଷଣ କରିବା ନିହାତି ଅବାସ୍ତବ ବୋଲି ସେ କହିଛନ୍ତି। ଇସିବି ନିକଟରେ ଆଉ କୌଣସି କ୍ରିକେଟ କାର୍ଯ୍ୟସୂଚୀ ନାହିଁ। ତେଣୁ ଏହି ଦୁଇଟି ସିରିଜ ଆୟୋଜନ କରିବାକୁ ଇସିବି ବେଶ୍‌ ଆଗ୍ରହୀ ହୋଇଛି। ଇସିବି କୌଣସି ପ୍ରକାର ଏହି ଦୁଇଟି ସିରିଜ ଆୟୋଜନ କରିବାରେ ସଫଳ ହେଲେ ମଧ୍ୟ କ୍ୟାଲେଣ୍ଡର ଅନୁଯାୟୀ ସବୁ ସିରିଜ ଖେଳାଯିବା ସମସ୍ତଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ବୋଲି ସେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ କହିଛନ୍ତି।
କେବଳ ଇସିବି ନୁହେଁ, ଦକ୍ଷିଣ ଆଫ୍ରିକା ମଧ୍ୟ ଜୈବ-ସୁରକ୍ଷିତ ବାତାବରଣରେ ଭାରତ ବିପକ୍ଷ ଘରୋଇ ସିରିଜ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଏଭଳି ପରିସ୍ଥିତିରେ ଯଦି ଟେଷ୍ଟ ଖେଳାଯାଏ ଓ ଦ୍ୱିତୀୟ ଦିନରେ କୌଣସି ଖେଳାଳି ପଜିଟିଭ ବୋଲି ଜଣାପଡେ, ତେବେ କ’ଣ କରାଯିବ। ସେତେବେଳେ କ’ଣ ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ଏପରି ସ୍ଥିତି ହେଲେ ଟେଷ୍ଟ ଅଧାରୁ ବନ୍ଦ ହେବା ନିଶ୍ଚିତ। କିନ୍ତୁ ଏଭଳି ସମ୍ଭାବନାକୁ ଏଡାଇବା ପାଇଁ ଆମକୁ ସ୍ବାସ୍ଥ୍ୟ ବିଭାଗ ଓ ସରକାରୀ କର୍ତ୍ତୃପକ୍ଷଙ୍କ ସହ ମିଳିମିଶି କାର୍ଯ୍ୟ କରିବାକୁ ହେବ। ଯଦି ଜଣେ ଖେଳାଳି ପଜିଟିଭ ବୋଲି ଜଣାପଡନ୍ତି ତା’ହେଲେ ପୂରା ଟୁର୍ନାମେଣ୍ଟ ଯେପରି ବାତିଲ ନ ହେବ ସେ ନେଇ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ବୋଲି ଡ୍ରାଭିଡ କହିଛନ୍ତି। ପୁଣି ଫାଙ୍କା ଷ୍ଟାଡିୟମରେ ଖେଳ ଆୟୋଜନ କରାଗଲେ, କ୍ରୀଡ଼ାବିତ୍‌ମାନେ ଦର୍ଶକମାନଙ୍କୁ ହରାଇବେ। ପୂର୍ଣ୍ଣ ଷ୍ଟାଡିୟମରେ ଖେଳିବାର ମଜା ମଧ୍ୟ କ୍ରୀଡ଼ାବିତ୍‌ମାନେ ହରାଇବେ। ଜଣେ ଖେଳାଳି ନିଜର ପ୍ରସ୍ତୁତି, ପ୍ରାକ୍ଟିସ୍‌, ଭାବପ୍ରବଣତା ଓ ମାନସିକସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। କିନ୍ତୁ ନିଜ ପ୍ରଦର୍ଶନ ତଥା ଫଳାଫଳକୁ ନୁହେଁ। ତେଣୁ ଏଭଳି ସ୍ଥିତିରେ କ୍ରୀଡ଼ାବିତ୍‌ମାନଙ୍କୁ ଧୈର୍ଯ୍ୟ ଅବଲମ୍ବନ କରିବାକୁ ହେବ ବୋଲି ଡ୍ରାଭିଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri