କୋଭିଡ୍‌ ଚାପରେ ଦେବାଳିଆ ହେଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୬।୫: ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ସହ ଲଢ଼େଇ ଜାରି ରଖିଥିଲା। ବାଣିଜ୍ୟଗୁଡ଼ିକ ତିଷ୍ଠି ରହିବା ଲାଗି ଲଢ଼େଇ ଜାରି ରଖିଥିଲେ। ହଠାତ୍‌ କରୋନା ଭଳି ବିଶ୍ୱ ମହାମାରୀ ଆସି ଏହି ସମସ୍ୟାକୁ ଆହୁରି ବଢ଼ାଇଦେଲା। ମାନ୍ଦାବସ୍ଥା ସହ ଲଢୁଥିବା କମ୍ପାନୀଗୁଡିକ କରୋନା ଚାପର ବଶବର୍ତ୍ତୀ ହେଲେ। ସାରା ବିଶ୍ୱ ଲକ୍‌ଡାଉନ ହେବା ଯୋଗୁ କଳକାରଖାନା ବନ୍ଦ ହୋଇପଡିଛି। ବଜାରରେ ଚାହିଦା ନ ଥିବା ବେଳେ ଯୋଗାଣ ଚେନ୍‌ ପ୍ରଭାବିତ ହୋଇଛି। ବିଭିନ୍ନ ସମସ୍ୟା ସହ ଜୁଝୁଥିବା କମ୍ପାନୀଗୁଡ଼ିକ ଚାପ ସମ୍ଭାଳିବାରେ କଷ୍ଟକର ହେଉଛି ଫଳରେ ସାରା ବିଶ୍ୱରେ କମ୍ପାନୀଗୁଡିକ ବର୍ତ୍ତମାନ ଦେବାଳିଆ ହୋଇଯାଉଥିବା ନଜରକୁ ଆସିଛି।
ଜେ.ସି.ପେନି ନାମକ ଆମେରିକୀୟ କମ୍ପାନୀ ଏହାର ୩୮୭ ଷ୍ଟୋରକୁ ବନ୍ଦକରି ଦେଇଛି। କାରବାର ନ ଥିବାରୁ କମ୍ପାନୀକୁ ଏହି ସେଗ୍‌ମେଣ୍ଟରେ ମାତ୍ରାଧିକ କ୍ଷତି ସହିବାକୁ ପଡିଛି। ଫଳରେ କମ୍ପାନୀ ବ୍ୟାଙ୍କ୍ରପ୍ସି ପାଇଁ ଫାଇଲିଂ କରିଥିବା ଜଣାପଡିଛି। ପେନିର ଭାଗ୍ୟ ବର୍ତ୍ତମାନ ରିଟେଲ ତୁଳନାରେ ରିୟଲ ଇଷ୍ଟେଟ ଉପରେ ନିର୍ଭର କରୁଛି। କମ୍ପାନୀର ପୁନର୍ଗଠନ ଯୋଜନାକୁ ୨ଟି ଭାଗରେ ବିଭକ୍ତ କରାଯାଇଛି। ନିବେଶକ ହୁଏତ ରିଟେଲ ସେଗ୍‌ମେଣ୍ଟ ସମ୍ପତ୍ତିକୁ ରଖିବେ କିମ୍ବା ରିୟଲ ଇଷ୍ଟେଟ ସେଗ୍‌ମେଣ୍ଟ ଅଧୀନରେ କିଛି କିମ୍ବା ସବୁ ରିଟେଲ ଷ୍ଟୋରକୁ ରଖିବା ନିଷ୍ପତ୍ତି ନେବେ। ବର୍ତ୍ତମାନ ସବୁ କିଛି ସମ୍ଭାଳିବା ଲାଗି ଚାପ କମ୍ପାନୀ ଉପରେ ରହିଛି। ଧାର୍ଯ୍ୟ ସମୟରେ ଯଦି ପେନି ସବୁ କିଛି ନ ସମ୍ଭାଳିପାରେ ତେବେ ଫାଇଲିଂ ନିୟମ ଅନୁସାରେ ଏହାକୁ ଯିବାକୁ ପଡିବ। ମୋଟାମୋଟି ଭାବେ ଏହି ରିଟେଲର କମ୍ପାନୀକୁ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରସ୍ତାବିତ ବିଜ୍‌ନେସ ପ୍ଲାନ୍‌ ସହ ଆଗକୁ ବଢ଼ିବାକୁ ହେବ।
ସେହିଭଳି ଅନ୍ୟ ଏକ ଦେବାଳିଆ ଘଟଣା ସାମ୍ନାକୁ ଆସିଛି। ଲକ୍‌ଜ୍ୟୁରି ସାମଗ୍ରୀ ଲାଗି ପରିଚିତ ବ୍ରାଣ୍ଡ ନୈମ୍ୟାନ ମାର୍କସ ବ୍ୟାଙ୍କ୍ରପ୍ସି ପାଇଁ ଫାଇଲିଂ କରିଥିବା ଜଣାପଡ଼ିଛି। ଆମେରିକାର ଟେକ୍ସାସର ଏକ ବ୍ୟାଙ୍କ୍ରପ୍ସି କୋର୍ଟରେ କମ୍ପାନୀ ରିଷ୍ଟ୍ରକ୍‌ଚରିଂ ପାଇଁ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। କାରବାର ଚଳାଇବା ବର୍ତ୍ତମାନ କଷ୍ଟକର ହୋଇ ପଡ଼ିଥିବା କମ୍ପାନୀ ଏହାର ଷ୍ଟୋର ସବୁ ବନ୍ଦ କରି ଦେଇଛି। ଏହି ପ୍ରକ୍ରିୟା ଦ୍ୱାରା ସ୍ଥିତି ଯଦି ସୁଧୁରେ ତେବେ କମ୍ପାନୀ ଆଗାମୀ ଯୋଜନା ହାତକୁ ନେବ। ଏଭଳି ପ୍ରମୁଖ ଷ୍ଟୋରଗୁଡିକ ବ୍ୟାଙ୍କ୍ରପ୍ସି ପ୍ରୋଟେକ୍ସନ ଲାଗି ଫାଇଲିଂ କରିଥିବାରୁ ପ୍ରାୟ ୧୦ ବିଲିୟନ ଡଲାରର ମୂଲ୍ୟର କ୍ରୟ ନେଇ ସୁଯୋଗ ରହିବ ବୋଲି ମ୍ୟାକିସ ଇଙ୍କ୍‌ ସିଇଓ ଜେଫ୍‌ ଜେନେଟ କହିଛନ୍ତି। ସେହିଭଳି ନ୍ୟୁ ଇଂଲଣ୍ଡର ଜେ.କ୍ରିଉ ଫ୍ୟାଶନ ହାଉସ ଭଳି କମ୍ପାନୀ ମଧ୍ୟ ବ୍ୟାଙ୍କ୍ରପ୍ସି ପାଇଁ ଆବେଦନ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri