ଆରମ୍ଭ ହେଲା ଟ୍ରେନ୍‌ ଟିକେଟ୍‌ ବୁକିଂ: ପ୍ରଥମ ଦିନରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍‌ ବୁକ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆସନ୍ତା ଜୁନ୍‌ ପହିଲାରୁ ଟ୍ରେନ୍‌ ସେବା ଆରମ୍ଭ ହେବ। ଏଥିପାଇଁ ଗୁରୁବାରଠାରୁ ୨ଶହ ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬୧ଟି ଟ୍ରେନ୍‌ରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍‌ ପାଇଁ ବୁକିଂ ହୋଇଛି। ଆଇଆର୍‌ସିଟିସି ୱେବ୍‌ସାଇଟ୍‌ ଏବଂ ଆପ୍‌ ଜରିଆରେ ପ୍ରଥମ ୩ ଘଣ୍ଟାରେ ୧.୭୯ ଲକ୍ଷ ଯାତ୍ରୀ ଟିକେଟ୍‌ କ୍ରୟ କରିଛନ୍ତି। ତେବେ କରୋନା ସଂକ୍ରମଣ ରୋକିବା ଓ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।
ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ, କେବଳ ସୁନିଶ୍ଚିତ ସଂରକ୍ଷିତ ଟିକେଟ ଥିଲେ ଯାତ୍ରୀଙ୍କୁ ରେଳ ଷ୍ଟେଶନରେ ପ୍ରବେଶ ଲାଗି ଅନୁମତି ମିଳିବ। ପ୍ରବେଶ ଏବଂ ଯାତ୍ରା ସମୟରେ ମୁହଁ ଘୋଡ଼ାଇବା ଓ ମାସ୍କ ପିନ୍ଧିବା ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀମାନେ ନିର୍ଦ୍ଧାରିତ ସମୟର ୯୦ ମିନିଟ ପୂର୍ବରୁ ଷ୍ଟେଶନରେ ପହଞ୍ଚତ୍ବେ। ଉଭୟ ଷ୍ଟେଶନ ଏବଂ ଟ୍ରେନରେ ଯାତ୍ରୀମାନେ ସାମାଜିକ ଦୂରତା ଅବଲମ୍ବନ କରିବେ। ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପରେ ସେଠାକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଦ୍ବାରା ଅନୁମୋଦିତ ସ୍ବାସ୍ଥ୍ୟ ନିରାପତ୍ତା ନିୟମ ଯାତ୍ରୀଙ୍କୁ ପାଳନ କରିବା ବାଧ୍ୟତାମୂଳକ। ତେବେ ସ୍କ୍ରିନିଂ ସମୟରେ ଯାତ୍ରୀଙ୍କ ଶରୀରରେ ଅଧିକ ତାପମାତ୍ରା ଥିଲେ କିମ୍ବା କୋଭିଡ୍‌-୧୯ ଲକ୍ଷଣ ଦେଖାଦେଲେ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଯାତ୍ରୀଙ୍କ ଟିକେଟ ବାତିଲ କରାଯିବା ସହ ଅର୍ଥ ଫେରସ୍ତ କରାଯିବ। ଟ୍ରେନ ଭିତରେ ଚଦର, କମ୍ବଳ ଓ ପରଦା ଦିଆଯିବ ନାହିଁ। ଯାତ୍ରୀମାନେ ସାଙ୍ଗରେ ଚଦର ଆଣିବାକୁ କୁହାଯାଇଛି। ଏସି ବଗି ଭିତରେ ତାପମାତ୍ରାକୁ ନିୟନ୍ତ୍ରିତ କରି ରଖାଯିବ। ଭିଡ଼ କମ୍‌ କରିବା ପାଇଁ ପୃଥକ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ ପ୍ରସ୍ତୁତ ଲାଗି ଆଞ୍ଚଳିକ ରେଳ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଷ୍ଟେଶନରେ ସାମାଜିକ ଦୂରତ୍ୱ ସହ ନିରାପତ୍ତା ଓ ସ୍ବଚ୍ଛତା ନିୟମ ପାଳନ କରାଯିବ।
ନିୟମିତ ଟ୍ରେନ ଢାଞ୍ଚାରେ ଏହି ସ୍ବତନ୍ତ୍ର ଟ୍ରେନ ଚାଲିବ ଏବଂ ଏଥିରେ ଉଭୟ ଏସି ଓ ନନ୍‌-ଏସି ବର୍ଗ ରହିବ। ସାଧାରଣ ବଗିରେ ବସିବା ପାଇଁ ମଧ୍ୟ ସଂରକ୍ଷିତ ସିଟ୍‌ ରହିବ। ଟ୍ରେନରେ କୌଣସି ଅସଂରକ୍ଷିତ ବଗି ରହିବ ନାହିଁ। ସାଧାରଣ ବଗି ଭଳି ଟିକେଟ ଦର ମଧ୍ୟ ସାଧାରଣ ରହିବ। ସଂରକ୍ଷିତ, ଦ୍ବିତୀୟ ଶ୍ରେଣୀ ସିଟ୍‌ ପାଇଁ ଭଡ଼ା ଆଦାୟ କରାଯିବ। କୌଣସି ରେଳ ଷ୍ଟେଶନ କାଉଣ୍ଟର କିମ୍ବା ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକିଂ ହେବ ନାହିଁ। କେବଳ ଆଇଆର୍‌ସିଟିସି ୱେବ୍‌ସାଇଟ ଓ ମୋବାଇଲ ଆପ୍‌ ଜରିଆରେ ଇ-ଟିକେଟ ବୁକିଂ କରାଯିବ। ତେଣୁ ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବା ଏବଂ ବ୍ୟବହାର କରିବା ବାଧ୍ୟତାମୂଳକ। ଅଗ୍ରିମ ସଂରକ୍ଷିତ ଟିକେଟ(ଏଆରପି)ର ଅବଧି ସର୍ବାଧିକ ୩୦ ଦିନ ରହିବ। ୱେଟିଂ ଲିଷ୍ଟ ଟିକେଟ ଧାରୀ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା ନିମନ୍ତେ ଅନୁମତି ମିଳିବ ନାହିଁ। କୌଣସି ତତ୍କାଳ କିମ୍ବା ପ୍ରିମିୟମ ତତ୍କାଳ ଟିକେଟ ସୁବିଧା ମଧ୍ୟ ମିଳିବ ନାହିଁ। ଷ୍ଟେଶନଗୁଡ଼ିକରେ ଥିବା ଫୁଡ୍‌ ପ୍ଲାଜାଗୁଡ଼ିକ ଖୋଲିବ। ସେଠାରେ ଯାତ୍ରୀଙ୍କୁ କେବଳ ପାର୍ସଲ ଯୋଗାଣ ହେବ। ଆଗୁଆ ମିଲ୍‌ ବୁକିଂ ଏବଂ ଇ-କ୍ୟାଟରିଂ ପାଇଁ ଥିବା ବିକଳ୍ପକୁ ହଟାଇ ଦିଆଯିବ। ପ୍ୟାଣ୍ଟ୍ରି କାର ସଂଯୁକ୍ତ ଥିବା ସୀମିତ ସଂଖ୍ୟକ ଟ୍ରେନରେ ଏହି ସେବା ମିଳିବ। ତେଣୁ ଯାତ୍ରୀଙ୍କୁ ସାଥୀରେ ଖାଦ୍ୟ ଓ ପାନୀୟ ଜଳ ନେଇ ଆସିବା ଲାଗି କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri