ରାଜଧାନୀରେ ସାମାନ୍ୟ ପ୍ରଭାବ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଭୁବନେଶ୍ୱରରେ ବାତ୍ୟା ଅମ୍ଫନ୍‌ର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଛି। ଏହା ପ୍ରଭାବରେ ମଙ୍ଗଳବାରଠାରୁ ଝିପିଝିପି ବର୍ଷା ହୋଇଥିବାବେଳେ ବିଳମ୍ବିତ ରାତିରୁ ବୁଧବାର ମଧ୍ୟାହ୍ନ ଯାଏ ବର୍ଷିଥିଲା। ୪୦ରୁ ୫୦ କି.ମି. ବେଗରେ ପବନ ବହିଥିଲେ ମଧ୍ୟ ରାଜଧାନୀରେ ସେପରି କିଛି କ୍ଷୟକ୍ଷତି ଘଟି ନ ଥିବା ଜଣାପଡିଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ସହରରେ ସ୍ବାଭାବିକ୍‌ ବର୍ଷା ହୋଇଛି। ବୁଧବାର ପ୍ରାୟ ୩୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ଫଳରେ ଭୁବନେଶ୍ୱରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଜଳବନ୍ଦୀ ସମସ୍ୟା ନଜରକୁ ଆସିନାହିଁ। ଏହାସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜର ରଖାଯାଇ ଜଳ ନିଷ୍କାସନ ପାଇଁ ମୋଟର ପମ୍ପ୍‌ ବ୍ୟବସ୍ଥା କରାଯାଇଥିଲା ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ସେହିପରି ବାତ୍ୟା ବିପତ୍ତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ବିଭିନ୍ନ ସମୟରେ ପ୍ରାୟ ୧୩ଘଣ୍ଟା ବିଦ୍ୟୁତ୍‌ କାଟ ହୋଇଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗଛ ପଡ଼ିବା କାରଣରୁ ବିଦ୍ୟୁତ୍‌ ସରବରାହ କିଛି ସମୟ ପାଇଁ ବନ୍ଦ ଥିଲା। ଗଛ କଟାଯିବା ପରେ ବିଦ୍ୟୁତ୍‌ ସରବରାହ କରାଯାଇଥିଲା। ବୁଧବାର ଅପରାହ୍ନ ୩ଟାରୁ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିଲା।
ପଦଚାରୀ ପ୍ରବାସୀ ହଟହଟା
ପବନ ଓ ବର୍ଷାରେ ସବୁଠୁ ବେଶି ସମସ୍ୟା ଭୋଗିଥିଲେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ। ମୁଣ୍ଡ ଗୁଞ୍ଜିବା ପାଇଁ ଦୁଇଦିନ ଧରି ନାନା ହଟହଟା ହୋଇଥିଲେ। କେତେଜଣ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ପୂର୍ବରୁ ଏକ ଫୁଟ୍‌ପାଥ୍‌ ଦୋକାନ କଡ଼ ଓ ରାସ୍ତାପାର୍ଶ୍ୱରେ ମୁଣ୍ଡଗୁଞ୍ଜିଥିବା ଦେଖିବାକୁ ମିଳିଥିଲା। ସେହିଭଳି ପୁଟ୍‌ପାଥ୍‌ରେ ରହୁଥିବା ଅସହାୟମାନେ ମଧ୍ୟ ଦୟନୀୟ ଅବସ୍ଥାରେ ରହିଥିଲେ। ମଙ୍ଗଳବାର ସେମାନେ ଖୋଲାଥିବା କିଛି ଦୋକାନରୁ ବିସ୍କୁଟ ଖାଇ ଜୀବନ ବଞ୍ଚାଇଥିଲେ। କେତେକ ସ୍ଥାନରେ ସାମାଜିକ କର୍ମୀ ଖାଇବାକୁ ଦେଇଥିଲେ। ହେଲେ ବୁଧବାର ବାତ୍ୟା ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ଭୋକରେ ରହିଥିଲେ।

ବିଶେଷ କ୍ଷୟକ୍ଷତି ହୋଇନାହିଁ : ଅଗ୍ନିଶମ ବିଭାଗ

ଗତବର୍ଷ ଫନୀରେ ଭୁବନେଶ୍ୱର ଛାରଖାର ହୋଇଯାଇଥିଲା। ତେଣୁ ବାତ୍ୟା ଅମ୍ଫନ୍‌କୁ ମୁକାବିଲା କରିବାକୁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ଥିଲା। ହେଲେ କିଛି ସ୍ଥାନରେ କେବଳ ଗଛ ଭାଙ୍ଗି ପଡିଥିବାବେଳେ କେତେକ ସମ୍ବେଦନଶୀଳ ଅଞ୍ଚଳରେ ସ୍ବଳ୍ପ ସମୟ ପାଇଁ ବର୍ଷା ପାଣି ଜମି ରହିଥିଲା। ସେପରି ବିଶେଷ କିଛି କ୍ଷତି ଘଟିନାହିଁ ବୋଲି ଅଗ୍ନିଶମ ଅଧିକାରୀ ରମେଶ ମାଝି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସହରର ବଡ଼ ସମସ୍ୟା ହେଉଛି ବର୍ଷାଜଳ ଜମି ରହିବା। ବମିଖାଲ, କଟକରୋଡ୍‌, ଇସ୍କନ, ଜୟଦେବ ବିହାର, ନୟାପଲ୍ଲୀ ବେହେରା ସାହି, ଶତାବ୍ଦୀ ନଗର, ପଟିଆ, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳର ରାସ୍ତାରେ କିଛି ସମୟ ପାଇଁ ପାଣି ଜମି ରହିଥିଲା। ଅଗ୍ନିଶମ ବିଭାଗର ୪ ଟିମ୍‌ ପମ୍ପ ସାହାଯ୍ୟରେ ପାଣି କଢ଼ାଯାଇଥିଲା। ସେହିପରି ୩ଟି ଦଳ ସହର ଭିତରେ ଉପୁଡି ପଡିଥିବା ଗଛକୁ କାଟି ରାସ୍ତା ସଫା କରିଥିଲେ। ସେହିପରି ଆଉ ୩ଟି ଟିମ୍‌ ଆପାତ୍‌କାଳୀନ ସ୍ଥିତି ପାଇଁ ସଜାଗ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri