କରୋନା ଦୁଃଖ: ଭାରରେ ବୁହା ହେଲେ ଦୁଇ ସନ୍ତାନ

ବାରିପଦା ଅଫିସ, ୧୭ା୫-ଯାଜପୁର ଜିଲାର ଏକ ଇଟାଭାଟିରେ କାମ କରୁଥିଲେ ଶ୍ରମିକ ରୂପାଇ ଟୁଡ଼ୁ । ଘର ତାଙ୍କର ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବଳଦିଆ ଗ୍ରାମରେ। ଲକ୍‌ଡାଉନ୍‌ ଯୋଗୁ ଭଟାଭାଟି ବନ୍ଦ ହୋଇଯିବାରୁ ସପରିବାର ବହୁ କଷ୍ଟେମଷ୍ଟେ ଚଳିବାକୁ ଚେଷ୍ଟା କଲେ। ହେଲେ ପରିସ୍ଥିତି ଅସମ୍ଭାଳ ହୋଇପଡିଲା। ପରିବାରରେ ନିଜକୁ ମିଶାଇ ୫ ପ୍ରାଣୀ ପେଟପୂରା ଦି ଓଳି ଖାଇବା କଷ୍ଟକର ହେବାରୁ ଶେଷରେ ନିଜ ଭିଟାମାଟିକୁ ଫେରିବାକୁ ମନସ୍ଥ କଲେ। ଛୋଟ ଛୋଟ ପିଲାଙ୍କୁ କିପରି ଆଣିବେ ସେ ବିଷୟରେ ଚିନ୍ତା କରି ଏକ ଭାର ତିଆରି କଲେ। ଗୋଟିଏ ପଟେ ଭାରରେ ୪ ବର୍ଷର ଝିଅ ସୀତା ଓ ଅଢ଼େଇ ବର୍ଷର ପୁଅ ମେଘରାୟଙ୍କୁ ରଖିଲେ ଓ ଅନ୍ୟପଟେ ଜିନିଷ ଲଦି ବୋହି ଘର ଅଭିମୁଖେ ଚାଲିଲେ। ସାଥୀରେ ଥିଲେ ସ୍ତ୍ରୀ ମେଟ୍ରିକ୍‌ ଓ ୬ ବର୍ଷର ଝିଅ ପୁଷ୍ପାଞ୍ଜଳି। ସମସ୍ତେ ୧୫୦ କି.ମି. ଚାଲି ଚାଲି ଆସିବା ପରେ ଶୁକ୍ରବାର ଅପରାହ୍ନରେ ନିଜ ଗ୍ରାମରେ ପହଞ୍ଚିଛନ୍ତି।
୭ଦିନ ଧରି ଚାଲି ଚାଲି ଆସିବା ପରେ ସମସ୍ତଙ୍କୁ ବିଦ୍ୟାଳୟ କ୍ୱାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଉକ୍ତ ପରିବାରକୁ ଭେଟି ସହାୟତାର ହାତ ବଢ଼ାଇଛନ୍ତି। ରୂପାଇ କୁହନ୍ତି, ବାଟରେ ଆସିବା ବେଳେ ବିଭିନ୍ନ ସ୍ଥାନରେ ରହିବା ସହ ସାଙ୍ଗରେ ଆଣିଥିବା ଶୁଖିଲା ଖାଦ୍ୟ ଖାଇଥିଲେ। ଜୀବନ ଥିବା ଯାଏ ଏହି କଷ୍ଟକୁ ସେ ଭୁଲିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri