ବ୍ରହ୍ମପୁରରୁ ବସ୍‌ ଯୋଗେ ପଶ୍ଚିମବଙ୍ଗ ଗଲେ ୩୮ ଶ୍ରମିକ

ବ୍ରହ୍ମପୁର ଅଫିସ,୮ା୫- ଲକ୍‌ଡାଉନ୍‌ ପରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ରହିଯାଇଥିବା ୩୮ ଜଣ ଶ୍ରମିକଙ୍କୁ ଶୁକ୍ରବାର ରାତିରେ ଏକ ବସ୍‌ ଯୋଗେ ପଶ୍ଚିମବଙ୍ଗ ପଠାଯାଇଛି। ବିଏମ୍‌ସି ଓ ପୋଲିସ ପ୍ରଶାସନର ସହଯୋଗରେ ଏକ ବସ୍‌ ଏମାନଙ୍କୁ ନେଇ ପଶ୍ଚିମବଙ୍ଗ ମାଲଦା ଅଭିମୁଖେ ବାହାରିଥିଲା। ବିଏମ୍‌ସିର ଏନ୍‌ୟୁଏଲ୍‌ଏମ୍‌ର ମ୍ୟାନେଜର ନାସିର ଅଲ୍ଲୀ, ରାଜୀବ ମିଶ୍ର, ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସଦ ପତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ସୂଚନା ପ୍ରକାରେ, ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନରେ କେରଳରୁ ଆସି ୨୮ ଜଣ ଶ୍ରମିକ ବ୍ରହ୍ମପୁରରେ ଅଟକି ରହିଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ବିହାରର ଥିବା ବେଳେ ଅନ୍ୟ ୨୬ ଜଣ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର। ସେମାନଙ୍କୁ ବିଏମସିର ଆଶ୍ରୟ କେନ୍ଦ୍ରରେ କ୍ୱାରାଣ୍ଟାଇନରେ ରଖାଯାଇ ଖାଇବା ପିଇବା ବ୍ୟବସ୍ଥା କରାଯାଇଥିଲା। କ୍ୱାରାଣ୍ଟାଇନ ଅବଧି ସରିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ପ୍ରାୟ ଦେଢମାସ ପରେ ବସ୍‌ ଯୋଗେ ଘର ଅଭିମୁଖେ ପଠାଯାଇଛି। ଏଥିସହ ସହରର ବିଭିନ୍ନ ସ୍ଥାନରେ ଅଟକିଥିବା ଅନ୍ୟ ୧୦ ଜଣଙ୍କୁ ମଧ୍ୟ ଉକ୍ତ ବସ୍‌ ଯୋଗେ ପଠାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ନୂଆବର୍ଷରେ ପ୍ରେମିକଙ୍କୁ ଘରକୁ ଡାକିଲେ ପ୍ରେମିକା, ଶାରୀରିକ ସମ୍ପର୍କ ରଖି ସାରିବା ପରେ କାଟିଦେଲେ ପ୍ରାଇଭେଟ୍‌ ପାର୍ଟ, କାରଣ ଜାଣିଲେ…

ମୁମ୍ବାଇ,୨।୧: ନୂଆବର୍ଷ ଦିନ ମୁମ୍ବାଇର ସାନ୍ତାକ୍ରୁଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ମହିଳା ତାଙ୍କ ପ୍ରେମିକଙ୍କୁ ନୂଆବର୍ଷ ପାଇଁ ଘରକୁ ନିମନ୍ତ୍ରଣ...

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

‘ବିହାରରେ ୨୫ ହଜାରରେ ମିଳିଯିବେ ଝିଅ’, ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ ରେଖା ଆର୍ଯ୍ୟାଙ୍କ ସ୍ବାମୀ

ଡେରାଡୁନ,୨।୧: ଉତ୍ତରାଖଣ୍ଡର ମହିଳା ସଶକ୍ତିକରଣ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ବାମୀ ଗିରଧାରୀ ଲାଲ ସାହୁଙ୍କ ଏକ ବୟାନ ବର୍ତ୍ତମାନ ଉତ୍ତରାଖଣ୍ଡରେ ରାଜନୈତିକ ଝଡ଼ ସୃଷ୍ଟି କରୁଛି।...

୧୪ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ସୁନିତାଙ୍କ ସହ ଫେରାର ହୋଇଗଲେ କନ୍ୟା: ପଛର କାରଣ ଜାଣିଲେ ଉଡ଼ିଯିବ ହୋଶ୍‌

ଚଣ୍ଡିଗଡ,୨।୧: ସମଲିଙ୍ଗୀ ବିବାହକୁ ଆଇନଗତ ଭାବରେ ସ୍ବୀକୃତି ମିଳିଥିଲେ ମଧ୍ୟ ସମାଜର ଧାରଣା ସମ୍ପୂର୍ଣ୍ଣ ବଦଳି ନାହିଁ। ପଞ୍ଜାବର ତରନତାରଣରୁ ଏକ ମାମଲା ଚର୍ଚ୍ଚାରେ ରହିଛି।...

ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ

ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍‌ଫି ନେଇ…

ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ  ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri