Posted inRasifala

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ
ଆଜି ରାଶ୍ୟାଧିପ ସ୍ବନକ୍ଷତ୍ରସ୍ଥ ଯୋଗୁଁ ସ୍ବାସ୍ଥ୍ୟରେ ଉନ୍ନତି, ଯାତ୍ରା, ବ୍ୟବସାୟ ,ବାଣିଜ୍ୟ, ପରିବହନ, ସଂଗଠନ, ରାଜନୀତି ପାଇଁ ବହୁତ ଭଲ । ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ ନାହିଁ । ପରିବାରର ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେ ନାହିଁ ।
ବୃଷ
ବୃଷ
ବୁଧ ଯୋଗୁ ବନ୍ଧୁଙ୍କ ସହାୟତାରେ ଅର୍ଥଲାଭ ଅବଶ୍ୟମ୍ଭାବୀ । ଯେଉଁ କାମରେ ହାତ ଦେବେ ସବୁ କିଛି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ସାମୂହିକ କାମରେ ବନ୍ଧୁମାନଙ୍କ ପ୍ରଶଂସା ସୂଚକ ବାକ୍ୟ ଆପଣଙ୍କୁ ଭାବ ବିଭୋର କରାଇପାରେ । କିନ୍ତୁ ପରିବାରରେ ପିଲାମାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ ।
ମିଥୁନ
ମିଥୁନ
ଭାଗ୍ୟଭାବସ୍ଥ ରବି ଓ ବୁଧଙ୍କ ଯୋଗୁ ଅନ୍ୟକୁ ଆପଣାର କରିବାକୁ ଯାଇ ସଫଳତା ପ୍ରାପ୍ତ ହେବେ । ଚନ୍ଦ୍ରଙ୍କ ପ୍ରଭାବରୁ ଟିକିଏ ହସ ମିଶ୍ରିତ ମଧୁର କଥା ସକାଶେ ଲକ୍ଷ୍ୟହୀନ ଭ୍ରମଣ ମଧ୍ୟ କରିବେ । ଦେବଗୁରୁଙ୍କ ଦୁର୍ବଳତାଜନିତ ସଭା ସମିତିରେ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି ।
କର୍କଟ
କର୍କଟ
ନୀଚ ରାଶିରେ ଚନ୍ଦ୍ର ଓ ଅଷ୍ଟମସ୍ଥ ମଙ୍ଗଳ ଯୋଗୁଁ ଉଗ୍ରତା ଓ ସାମ୍ୟଭାବ ସମୟାନୁକ୍ରମେ ପରିସ୍ଥିତି ଅନୁଯାୟୀ ଅନୁଭୂତ ହେବ । କର୍ମକ୍ଷେତ୍ରରେ ସ୍ବଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତ୍ତାପ କରିବାକୁ ପଡିପାରେ । ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଦୁର୍ବଳତା କାରଣରୁ ସାମୟିକ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁମାନଙ୍କ ଆଶ୍ୱାସନାରୁ ମନ ବଦଳିଯିବ । ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇପାରନ୍ତି । ସହକର୍ମୀଙ୍କ ନିକଟରୁ ଅଯାଚିତ ଭାବରେ ଆବଶ୍ୟକତାଠାରୁ ଅଧିକ ଟଙ୍କା ପାଇ ଖୁସି ହେବେ ।
କନ୍ୟା
କେନ୍ଦ୍ରାଧିପ କୋଣଭାବସ୍ଥ ହେତୁ ଆଜି ଆପଣଙ୍କ ବନ୍ଧୁ ମାନଙ୍କ ଗହଣରେ ଖୁସୀରେ ସମୟ କଟାଇବେ ଓ ଖାଇବାକୁ ମଧ୍ୟ ଭଲ ମିଳିବ । କର୍ମକ୍ଷେତ୍ରରେ ଚାଲାକ୍‌ କାମ କରି ଆକସ୍ମିକ ଭାବେ ନୂତନ ସମସ୍ୟାକୁ ମଧ୍ୟ ସୁଧାରି ନେବେ । ପୁରାତନ ଗାଡିଟି ବିକ୍ରି ହୋଇଯିବା ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି ।
ତୁଳା
ତୁଳା
ଦୁର୍ବଳ କର୍ମାଧିପତି ସଙ୍ଗକୁ ନୀଚସ୍ଥ ଚନ୍ଦ୍ର ପ୍ରଭାବରେ କୌଣସି କାମରେ ସଫଳତା ପାଇବା କଷ୍ଟକର ହୋଇପାରେ । ଏଣେ ଘର କାମରେ ମନ ଲାଗିବ ନାହିଁ ତେଣେ ବସି ବସି ସମୟ ନଷ୍ଟ କରିବେ । ତଥାପି ସ୍ବାତୀ ନକ୍ଷତ୍ରର ପାରିବାରିକ ଜୀବନ, ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ସାମୟିକ ଖୁସୀ ରହିବେ ।
ବିଛା
ବିଛା
ଚିନ୍ତାଶୀଳ ମାନସିକ ସ୍ଥିତି ସଙ୍ଗକୁ ପ୍ରଗତିର ପଥରୋଧକ ହେବ । ନିକଟ ସମ୍ପର୍କୀୟମାନଙ୍କ ଭଲ କରିବାକୁ ଯାଇ ନିଜେ ହିଁ କ୍ଷତିରେ ପଡିବେ । ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ୍‌ କରି ଚଳିବା ଠିକ୍‌ ହେବ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜୀବୀମାନଙ୍କ ପ୍ରଶଂସାଭାଜନ ହେବେ
ଧନୁ
ଧନୁ
ରାଶିରେ କେତୁ ଥିବାରୁ ମାନସିକ ଅସ୍ଥିରତା ଓ ଅସଂଯମ ଜୀବନଚର୍ଯ୍ୟା କିମ୍ବା ଅସାବଧାନତା କାରଣରୁ ସମସ୍ୟାଗ୍ରସ୍ତ ହୋଇପାରନ୍ତି । ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିବାର ଆଶଙ୍କା ରହିଛି । ଖୋଜଖବର ପାଉ ନ ଥିବା ବନ୍ଧୁଙ୍କ ଠିକଣା ଅଜଣା ଅଶୁଣା ବ୍ୟକ୍ତି ମାଧ୍ୟମରେ ପାଇପାରନ୍ତି ।
ମକର
ମକର
ସାହସିକତା ପ୍ରଦର୍ଶନ କରି ପ୍ରତିବନ୍ଧକକୁ ସାମନା କରି ଆଶା ପୂରଣରେ ସଫଳ ହେବେ । ସତ୍‌ସଙ୍ଗ,ସଭାସମିତିରେ ବକ୍ତୃତା,ପ୍ରବଚନ,ଆନୁଷ୍ଠାନିକ କାମରେ ତଥା ପ୍ରତିଯୋଗିତାରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ କିନ୍ତୁ ନିର୍ବିଘ୍ନରେ କାମ କରି ଚାଲନ୍ତୁ କିଛି ଅସୁବିଧା ହେବ ନାହିଁ ।
କୁମ୍ଭ
କୁମ୍ଭ
ଆଜି ଚତୁର୍ଥକେନ୍ଦ୍ରସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ଦିନ ମଧ୍ୟରେ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ମିଳିବ । ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟାର ସାମ୍‌ନା କରିବାକୁ ପଡିପାରେ । ହଠାତ୍‌ ଜନଗହଳିପୂର୍ଣ୍ଣ ପରିବେଶରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରନ୍ତି ।
ମୀନମୀନ
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡିପାରେ । ଆଲୋଚନା ସମାଲୋଚନା, ପ୍ରଶାସନ, ରାଜନୀତି, ସଂଗଠନ କ୍ଷେତ୍ରରୁ ସୁଫଳ ମିଳିବ । ଘରର ବରାଦ ଅନୁସାରେ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ପରିସ୍ଥିତି ପ୍ରତି ସଚେତନ ନ ହୋଇ କାମ କଲେ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri