ଆଳୁ ଗୋଦାମ ଶ୍ରମିକଙ୍କୁ ସ୍ବଚ୍ଛତା କିଟ୍‌, ମାସ୍କ ବଣ୍ଟନ

ବଲାଙ୍ଗୀର ଅଫିସ, ୨୪ା୪- ବଲାଙ୍ଗୀର ସହରର ଆଳୁ ଗୋମାମଗୁଡିକରେ କାର୍ଯ୍ୟରତ ଶ୍ରମିକଙ୍କୁ କରୋନା ସଚେତନତା ସହ ସ୍ବଚ୍ଛତା କିଟ୍‌ ଓ ମାସ୍କ ବଣ୍ଟନ କରାଯାଇଛି । ମାହେଶ୍ୱରୀ ସଙ୍ଗଠନ ଏବଂ ଭାଗ୍ୟଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସଦସ୍ୟମାନେ ସ୍ବଚ୍ଛତା କିଟ୍‌ ଏବଂ ମାସ୍କ ଆଣି ସେଠାରେ ଉପସ୍ଥିତ ଶ୍ରମିକଙ୍କୁ ବାଣ୍ଟିଥିଲେ । ସେଠାରେ କାମ କରିବା ସମୟରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରଖିବେ, ସ୍ବଚ୍ଛତା ଅବଲମ୍ବନ କରିବେ, ସାନିଟାଇଜର ବ୍ୟବହାର, ବାରମ୍ବାର ସାବୁନ୍‌ରେ ହାତ ଧୋଇବା, ହାତକୁ ମୁହଁ, ପାଟି ଓ ଆଖିରେ ନ ଲଗାଇବାକୁ ଶ୍ରମିକମାନଙ୍କୁ ବୁଝାଇଥିଲେ। ସମଲେଶ୍ୱରୀ ମନ୍ଦିର ପାଖ ଆଳୁ ଗୋଦାମରେ କାର୍ଯ୍ୟରତ ଶ୍ରମିକଙ୍କୁ ସ୍ବଚ୍ଛତା କିଟ୍‌ ଓ ମାସ୍କ ବଣ୍ଟନ କରାଯାଇଥିଲା । ମାହେଶ୍ୱରୀ ସଙ୍ଗଠନର ଅଙ୍କୁଶ କୁମାର ପାଣ୍ଡିଆ, ଶୋଭନ କୁମାର ଅଗ୍ରୱାଲ, ସଚିତାନନ୍ଦ ମିଶ୍ର, ତୁଷାର ରଞ୍ଜନ ଦାଶ, ଶିବାନନ୍ଦ ସାହାଣୀ, ସୌମ୍ୟ ରଞ୍ଜନ ବେହେରା, ବିଷ୍ଣୁପ୍ରିୟା ପାଣି, ଇଶିକା ଦାସ, ସୋନିଆ ବେଜ୍‌, ନୂତନ ଦାସ, ଭାଗ୍ୟଲକ୍ଷ୍ମୀ ସୟଂ ସହାୟକ ଦଳର ରିତା ସାହୁ, ବନିତା ନାଗ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ଜି.ଉଦୟଗିରିରେ କଲବଲ କରୁଛି ହାଡ଼ଭଙ୍ଗା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି, ୧୧।୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ...

ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ...

ସନ୍ଦେହ ଘେରରେ ଦାରିଙ୍ଗବାଡି ତାପମାପକ ଯନ୍ତ୍ର: ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୧୧।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଆଇଏମଡି ପକ୍ଷରୁ ରହିଥିବା ତାପମାପକ ଯନ୍ତ୍ର ତ୍ରୁଟି ରହିଥିବା ଗୋଟିଏ...

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri