Posted inଖେଳ

୧୩ ବର୍ଷ ହେଲା ଅପେକ୍ଷା କରିଛନ୍ତି କାର୍ତ୍ତିକ

ଚେନ୍ନାଇ, ୨୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନିଜ ଘରୋଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିବାକୁ ସବୁ ଖେଳାଳିଙ୍କର ଇଚ୍ଛା ଥାଏ। ମାତ୍ର ଏପରି କେତେଜଣ ତାରକା ଖେଳାଳି ଅଛନ୍ତି ଯିଏକି ଏହି ସୁଯୋଗ ପାଇ ନାହାନ୍ତି। ସେପରି ଜଣେ କ୍ରିକେଟର ହେଲେ ଦୀନେଶ କାର୍ତ୍ତିକ। ସେ ୬ଟି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ସାରିଥିଲେ ହେଁ ନିଜ ଘରୋଇ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିପାରିନାହାନ୍ତି। ଚେନ୍ନାଇ ପକ୍ଷରୁ ଖେଳିବା ତାଙ୍କର ଇଚ୍ଛା, ଏଥିପାଇଁ ସେ ୧୩ ବର୍ଷ ଧରି ଅପେକ୍ଷା କରିଛନ୍ତି ବୋଲି କାର୍ତ୍ତିକ କହିଛନ୍ତି।
୨୦୦୪ରେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାପରେ କାର୍ତ୍ତିକଙ୍କ ପାଇଁ ସୁଯୋଗ କମି ଯାଇଛି। ତାଙ୍କ କ୍ୟାରିୟର ଉତ୍‌ଥାନ ପତନ ମଧ୍ୟଦେଇ ଗତି କରିଛି। ଆଇପିଏଲ ଇତିହାସରେ ସେ ଜଣେ ସଫଳ ଖେଳାଳି। ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିବା ପାଇଁ ସୁଯୋଗ ସୃଷ୍ଟି ହେଉଛି। ମାତ୍ର ସମ୍ଭବତଃ ଧୋନୀଙ୍କ ଉପସ୍ଥିତି ଯୋଗୁ ଚେନ୍ନାଇ ସୁପରକିଙ୍ଗ୍ସ ଏପର୍ଯ୍ୟନ୍ତ ଆଗ୍ରହ ଦେଖାଇନାହିଁ। ଫଳରେ କାର୍ତ୍ତିକଙ୍କ ପାଇଁ ଚେନ୍ନାଇ ପକ୍ଷରୁ ଖେଳିବାକୁ ଭାଗ୍ୟରେ ଜୁଟିନାହିଁ। ଆଇପିଏଲର ଉଦ୍‌ଘାଟନୀ ସଂସ୍କରଣ ବେଳକୁ କାର୍ତ୍ତିକ ଭାରତୀୟ ଦଳର ଜଣେ ନିୟମିତ ସଦସ୍ୟ ଥିଲେ। ତେଣୁ ଅଧିନାୟକ ହେବାନେଇ ନିଶ୍ଚିତ ନ ଥିଲେ ହେଁ ଖେଳାଳି ନିଲାମରେ ସୁପରକିଙ୍ଗ୍ସ ତାଙ୍କୁ କିଣିବ ବୋଲି ଆଶା ରଖିଥିଲେ। ୨୦୦୮ରେ ଖେଳାଳି ନିଲାମ ସମୟରେ କାର୍ତ୍ତିକ ଅଷ୍ଟ୍ରେଲିଆରେ ଥିଲେ। ସେଠାରେ ଥିବା ଧୋନୀ ଦ୍ୱିତୀୟ ପର୍ଯ୍ୟାୟରେ କିଣା ହେବାନେଇ ଆଶା ରଖିଥିଲେ। ମାତ୍ର ଚେନ୍ନାଇ ଫ୍ରାଞ୍ଚାଇଜ୍‌ ଧୋନୀଙ୍କୁ ୬ କୋଟି(ପ୍ରଥମ ସଂସ୍କରଣରେ ସର୍ବାଧିକ ବିଡ୍‌) ଟଙ୍କାରେ କିଣିବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି କାର୍ତ୍ତିକ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଗଭୀର ଆଘାତ ପାଇଥିବା କାର୍ତ୍ତିକ ପରେ ଚେନ୍ନାଇ ପକ୍ଷରୁ ଖେଳିବାକୁ ଆଶା ରଖିଥିଲେ। ମାତ୍ର ଇତିମଧ୍ୟରେ ୧୩ ବର୍ଷ ବିତି ଯାଇଥିଲେ ହେଁ ଚେନ୍ନାଇ ପକ୍ଷରୁ ସେ କେବେହେଲେ ଡାକରା ପାଇ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri