କମୁଛି ଖାଉଟିଙ୍କ ଖର୍ଚ୍ଚ, ଆଶଙ୍କାରେ ଶିଳ୍ପ

ନୂଆଦିଲ୍ଲୀ,୨୪।୪: ବିଶ୍ୱ ସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କଞ୍ଜ୍ୟୁମର ସ୍ପେଣ୍ଡିଂ ବା ଖାଉଟିଙ୍କ ଖର୍ଚ୍ଚ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଖାଉଟିଙ୍କ ଆତ୍ମବିଶ୍ୱାସ, ବେକାରି ହାର ଏବଂ ଜୀବନ ଧାରଣର ମାନ ଉପରେ ଲୋକଙ୍କର କ୍ରୟ ଅଭ୍ୟାସ ନିର୍ଭର କରିଥାଏ। ମାତ୍ର କରୋନା ଭଳି ଭୂତାଣୁ ଯୋଗୁ ଉପୁଜିଥିବା ସମସ୍ୟା ବର୍ତ୍ତମାନ ଖାଉଟିଙ୍କ ଖର୍ଚ୍ଚକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଲୋକମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ କେଉଁ ଭଳି ଭାବେ ଖର୍ଚ୍ଚ କରିବେ ସେ ନେଇ ଏବେ ବେଶି ଯତ୍ନଶୀଳ ହୋଇପଡିଛନ୍ତି। ଅନେକେ ଖର୍ଚ୍ଚ କମାଉଥିବା ନଜରକୁ ଆସିଛି। ଲୋକଙ୍କର ଖର୍ଚ୍ଚ ସମ୍ପର୍କିତ ବ୍ୟବହାରକୁ କରୋନାର ପ୍ରଭାବ ଆମୂଳଚୂଳ ପରିବର୍ତ୍ତନ କରିଛି ବୋଲି ବଜାର ବିଶେଷଜ୍ଞ ମତ ରଖିଛନ୍ତି। ଲୋକ ଖର୍ଚ୍ଚ କମାଇଲେ ଏହାର ସିଧାସଳଖ ପ୍ରଭାବ ବଜାର ଉପରେ ପଡିବ ବୋଲି କୁହାଯାଇଛି।
ମ୍ୟାକେନ୍ସି ଆଣ୍ଡ କମ୍ପାନୀ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ, ଏଭଳି ସ୍ଥିତି ଯୋଗୁ କମ୍ପାନୀଗୁଡିକର ଉତ୍ପାଦନ ଉପରେ ମଧ୍ୟ ଗଭୀର ପ୍ରଭାବ ପଡୁଛି। ଖରାପ ସ୍ଥିତିକୁ ସାମ୍ନାକରିବା ଲାଗି କିଛି କମ୍ପାନୀ ପ୍ରସ୍ତୁତ ହୋଇ ରହିଛନ୍ତି। ମାତ୍ର ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଆଉ କିଛି କମ୍ପାନୀ ନିଜ ସ୍ଥିତି ବଜାୟ ରଖିବା ଲାଗି ନିରନ୍ତର ଉଦ୍ୟମ କରୁଛନ୍ତି। ଭବିଷ୍ୟତ ନେଇ ଖାଉଟି ଅନିଶ୍ଚିତତାରେ ଅଛନ୍ତି। ଏଥିଯୋଗୁ କ୍ରୟ ବ୍ୟବହାର ସିଧାସଳଖ ପ୍ରଭାବିତ ହୋଇଛି। ଅନେକ କ୍ଷେତ୍ରରେ ଖର୍ଚ୍ଚ କମାଇବା କିମ୍ବା ଖର୍ଚ୍ଚ ବାତିଲ କରିବା ଭଳି ପରିସ୍ଥିତି ଦେଖାଯାଇଛି। ଯେଉଁ ସାମଗ୍ରୀ ଓ ସେବା ଦରକାର ନାହିଁ ଲୋକମାନେ ତାହା କିଣିବା ଯୋଜନାକୁ ବାଦ୍‌ ଦେଇଛନ୍ତି। କୋଭିଡ୍‌-୧୯ ସ୍ଥିତି ଶୀଘ୍ର ସୁଧୁରିବା ନେଇ ଅଧିକାଂଶ ଦେଶ ଆଶାବାଦୀ ନାହାନ୍ତି। ଏହି ଦେଶ ସମୂହଙ୍କ ମଧ୍ୟରେ ଜାପାନ, ଦକ୍ଷିଣ କୋରିଆ, ଇଟାଲୀ, ସ୍ବିଡେନ, ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜର୍ମାନୀ, ଦକ୍ଷିଣ ଆମେରିକା, ରୁଷିଆ, ସୁଇଜରଲାଣ୍ଡ,କାନାଡା ଏବଂ ଆମେରିକା ରହିଛି। ଏହି ସ୍ଥାନଗୁଡିକରେ ପରିବାରଗୁଡିକର ଖର୍ଚ୍ଚ କମ୍‌ ହେଉଥିବା ଦେଖାଯାଉଛି।
ସେହିଭଳି ଭାରତ, ଚାଇନା, ନାଇଜେରିଆ, ଇଣ୍ଡୋନେସିଆ, ବ୍ରାଜିଲ ଏବଂ ପର୍ତ୍ତୁଗାଲରେ ସ୍ଥିତି ଅନ୍ୟ ଦେଶଗୁଡିକ ତୁଳନାରେ ସାମାନ୍ୟ ଭଲ ରହିଛି। ରିପୋର୍ଟରେ କୁହାଯାଇଛି, ଭାରତ ଭଳି ଅନ୍ୟ କିଛି ଦେଶରେ କରୋନା ମାମଲା ଅପେକ୍ଷାକୃତ କମ୍‌। ଏଣୁ ଲୋକମାନଙ୍କର କ୍ରୟ କ୍ଷମତା ଉପରେ ପ୍ରଭାବ କମ୍‌ ରହିବ। ୟୁରୋପୀୟ ଦେଶଗୁଡିକ ତୁଳନାରେ ଆମେରିକା ସ୍ଥିିତି ସୁଧୁରିବା ଲାଗି ଅଧିକ ଆଶାବାଦୀ ରହିଛି। ଆଗାମୀ ୨ରୁ ୩ ମାସ ମଧ୍ୟରେ ସ୍ଥିତି ସୁଧୁରିଯିବ ବୋଲି ଆମେରିକାବାସୀ ଆଶାବାଦୀ ରହିଛନ୍ତି। ଉଚ୍ଚ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ କ୍ରୟ ମନୋଭାବ ସାଧାରଣତଃ ଉଚ୍ଚରେ ରହିଛି। କେତେକ କ୍ଷେତ୍ରରେ ମହାମାରୀ ପୂର୍ବରୁ ଲୋକମାନେ ଯେତେ ପରିମାଣର ଖର୍ଚ୍ଚ କରୁଥିଲେ ତା’ଠାରୁ ଅଧିକ କରୁଛନ୍ତି। ଏହି ବର୍ଗରେ ଗ୍ରସେରି ଏବଂ ହାଉସହୋଲ୍ଡ ସାମଗ୍ରୀ ରହିଛି। ଅନ୍ୟ କିଛି ସ୍ଥାନରେ ହୋମ୍‌ ଏଣ୍ଟରଟେନ୍‌ମେଣ୍ଟର ଚାହିଦା ବଢିଛି। କୋରିଆରେ ଗେମିଂ କଲ୍‌ଚର ଅଧିକ ମାତ୍ରାରେ ବୃଦ୍ଧି ହେଉଥିବା ରିପୋର୍ଟରେ କୁହାଯାଇଛି। ଚାଇନାରେ କଟକଣା ଉଠିଥିବାରୁ ଗ୍ୟାସୋଲିନ, ଓ୍ବେଲନେସ,ପେଟ୍‌କେୟାର ସେବାର ଚାହିଦା ବଢିଛି। ଅନ୍ୟ କିଛି ଦେଶରେ ଏହି ସ୍ଥିତି ସମାନ ରହିଛି। ମାତ୍ର ଅନ୍ୟ କିଛି ବର୍ଗରେ ଆବଶ୍ୟକ ଥିଲେ ମଧ୍ୟ ଲୋକମାନେ ପୂର୍ବାପେକ୍ଷା ଖର୍ଚ୍ଚ କମ୍‌ କରିଛନ୍ତି।
ରେଷ୍ଟୁରାଣ୍ଟ ଏବଂ ଆଉଟଅଫ୍‌ ହୋମ୍‌ ସେଗ୍‌ମେଣ୍ଟକୁ କରୋନା ପୂରା କ୍ଷତିଗ୍ରସ୍ତ କରିଛି। ପ୍ରାୟ ସବୁ ଦେଶରେ ଏହି ଶିଳ୍ପର ଅବସ୍ଥା ବେହାଲ ହୋଇଛି। ଯାତ୍ରା କଟକଣା ଏବଂ ସାମାଜିକ ଦୂରତ୍ୱ ନିୟମ ଯୋଗୁ ପରିବହନ ଏବଂ ପର୍ଯ୍ୟଟନ ଶିଳ୍ପ କାରବାର ପୂରା ଠପ୍‌ ହୋଇଛି। ଆମେରିକା ଟ୍ରାଭେଲ ଶିଳ୍ପ ରାଜସ୍ବ ୮୧% ଖସିବା ନେଇ ଆକଳନ କରାଯାଇଛି। ୨୦୨୦ରେ ୫୧୯ ବିଲିୟନ ଡଲାର ଏବଂ ଅର୍ଥ ବ୍ୟବସ୍ଥାକୁ ୧.୨ ଲକ୍ଷ କୋଟି ଡଲାର କ୍ଷତି ହେବା ଆଶଙ୍କା କରାଯାଇଛି। ବିଶ୍ୱ ଟ୍ରାଭେଲ ଆଣ୍ଡ ଟୁରିଜମ କାଉନ୍‌ସିଲ ପକ୍ଷରୁ ହୋଇଥିବା ଆକଳନ ମୁତାବକ କୋଭିଡ୍‌-୧୯ ମୋଟ ୫୦ ନିୟୁତ ନିଯୁକ୍ତି ଉପରେ କଳାବାଦଲ ଛାଇ ହୋଇ ରହିଛି। ଏସିଆର ୩୦ ନିୟୁତ ନିଯୁକ୍ତି କ୍ଷତିଗ୍ରସ୍ତ ହେବା ଆଶଙ୍କା ଉପୁଜିଛି। ବିଶ୍ୱ ଜିଡିପିକୁ ଟ୍ରାଭେଲ ଆଣ୍ଡ ଟୁରିଜମ ଶିଳ୍ପର ଯୋଗଦାନ ୧୦.୪% ରହିଛି। କରୋନା ପରେ ସ୍ଥିତି ସୁଧୁରିଲେ ମଧ୍ୟ କେବେ କାରବାର ଟ୍ରାକ୍‌କୁ ଫେରିବ ସେ ନେଇ କହି ହେଉନାହିଁ।
କରୋନା ପରେ ପୋଷାକ ଶିଳ୍ପରେ ଆଶଙ୍କା ଲାଗି ରହିଛି। ଚାଇନା କଥା ବିଚାରକୁ ନେଲେ ମହାମାରୀ ପୂର୍ବ ତୁଳନାରେ ବର୍ତ୍ତମାନ ଏହି ବର୍ଗରେ ଖର୍ଚ୍ଚ ୪୦ରୁ ୫୦% କମିଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ବାଣିଜ୍ୟର କାରବାର କ୍ଷତିଗ୍ରସ୍ତ ହେଉଛି। ଲୋକମାନେ କିଣିବା କମ୍‌ କରିବା ଯୋଗୁ ପୋଷାକ ବ୍ରାଣ୍ଡ୍‌ଗୁଡିକ ଉତ୍ପାଦନ କମାଉଛନ୍ତି। ସ୍ଥିତି କେବେ ଠିକ୍‌ ହେବ ସେ ନେଇ କିଛି କହିହେବ ନାହିଁ ବୋଲି ଜଣେ ବ୍ୟବସାୟୀ ମତବ୍ୟକ୍ତ କରିଛନ୍ତି। କୋଭିଡ୍‌-୧୯ ପ୍ରତି ଶିଳ୍ପକୁ କ୍ଷତିଗ୍ରସ୍ତ କରିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି କେତେକ କମ୍ପାନୀ ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣିଛନ୍ତି। ଅନ୍ୟ କିଛି କମ୍ପାନୀ ଭଲ ସ୍ଥିତିକୁ ଅପେକ୍ଷାକରି ରହିଛନ୍ତି। ମହାମାରୀ ଯିବା ପରେ ବଜାର ସ୍ଥିତି କିଛି ଭିନ୍ନ ହେବ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri