୩ ପୋଲିସ କରୋନା ଯୋଦ୍ଧା ପ୍ରଶଂସିତ

ବାରିପଦା ଅଫିସ, ୨୩ା୪-କରୋନା ଭଳି ମହାମାରୀର ମୁକାବିଲା ଲାଗି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୋଲିସ କର୍ମଚାରୀମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତିି। ମୟୂରଭଞ୍ଜ ଜିଲାର ୩ପୋଲିସ କର୍ମଚାରୀ କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ କରିଦେଇଥିବାରୁ ସେମାନେ ଏବେ ପ୍ରଶଂସିତ ହୋଇଛନ୍ତି। ଜଣେ ଏସ୍‌ଆଇ ୮ମାସର ଗର୍ଭବତୀ ହୋଇଥିବା ସତ୍ତ୍ୱେ କାର୍ଯ୍ୟ କରୁଛନ୍ତି। ସେହିଭଳି ଦୁଇ ଜଣ କନଷ୍ଟେବଳ କରୋନା ଡ୍ୟୁଟିରେ ଥିବା ଯୋଗୁ ସେମାନଙ୍କ ବାହାଘର ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ ଟୁଇଟ୍‌ ମାଧ୍ୟମରେ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ୮ମାସର ଗର୍ଭବତୀ ଥିବା ମମତା ମିଶ୍ର ମୟୂରଭଞ୍ଜ ଜିଲା ବେତନଟୀ ଥାନାରେ ଏସ୍‌ଆଇ ଅଛନ୍ତି। ସେ କୁହନ୍ତି ଯେ, ବର୍ତ୍ତମାନ ସମୟରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାଙ୍କୁୁ ଡିଜିପି ପ୍ରଂଶସା କରିଥିବାରୁ ସେ ଖୁସି ଅନୁଭବ କରୁଥିବା କହିଛନ୍ତି। ଏବେ ତାଙ୍କୁୁ ରାସ୍ତା ଓ ଚେକିଂ ପଏଣ୍ଟ ଦାୟିତ୍ୱରୁ ମୁକ୍ତ କରାଯାଇ ଥାନାରେ ଡ୍ୟୁଟି ଦିଆଯାଇଛି। ସେହିଭଳି କନଷ୍ଟେବଳ ଆଶିଷ କୁମାର ଦେଙ୍କ ଗତ ହୋଲି ଦିନ ନିର୍ବନ୍ଧ ହୋଇଥିବା ବେଳେ ମେ’ ୮ରେ ତାଙ୍କ ବାହାଘର ହୋଇଥାନ୍ତା। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସେ ତାଙ୍କ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ଆଗ ବୋଲି ଆଶିଷ କହିଛନ୍ତି। କରୋନା ମୁକାବିଲା ପାଇଁ ତାଙ୍କୁ ଯାହା ଦାୟିତ୍ୱ ଦିଆଯାଉଛି ତାହା ସେ ନିର୍ବାହ କରୁଛନ୍ତି। ଛୁଟି ନେଇ ବର୍ତ୍ତମାନ ବିବାହ କରିବା କଥା ସେ ଚିନ୍ତା କରିନାହାନ୍ତି ବୋଲି କହିଛନ୍ତି। ଆଶିଷ ଉପଜିଲାପାଳଙ୍କ ସ୍କ୍ବାଡ୍‌ରେ କାର୍ଯ୍ୟ କରୁଛନ୍ତି। ଆଉ ଜଣେ କନଷ୍ଟେବଳ (ଲାନ୍ସ ନାଏକ) ହେଉଛନ୍ତି ବିକାଶ କୁମାର ବାରିକ। ଗତ ୧୭ତାରିଖରେ ବିକାଶଙ୍କ ନିର୍ବନ୍ଧ ହୋଇଥିବା ବେଳେ ବାହାଘର ମେ ୮ତାରିଖରେ ସ୍ଥିର ହୋଇଥିଲା। ମାତ୍ର ସେ କର୍ତ୍ତବ୍ୟକୁ ଆଗ କରି ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। ସେ ବର୍ତ୍ତମାନ ଏସ୍‌ପିଙ୍କ ପାଟ୍ରୋଲିଂ ଟିମ୍‌ରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri