ଆଉଟସୋର୍ସିଂ ନିଯୁକ୍ତି କ୍ଷେତ୍ର କ୍ଷତିଗ୍ରସ୍ତ

ମୁମ୍ବାଇ,୨୨।୪:କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଏବେ ଲକ୍‌ଡାଉନ କରାଯାଇଛି। ଏଥିଯୋଗୁ ଆଉଟସୋର୍ସିଂ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡ଼ିଛି। ଦେଶର ପ୍ରମୁଖ ଆଇଟି ହବ୍‌ କୁହାଯାଉଥିବା ବାଙ୍ଗାଲୋର କିମ୍ବା ଫିଲିପାଇନ୍ସର ମାନିଲା ଭଳି ଅନ୍ୟ ସ୍ଥାନଗୁଡ଼ିକରେ ଏବେ ଲକ୍‌ଡାଉନ ଯୋଗୁ ଆଉଟସୋର୍ସିଂ କାମ ପ୍ରଭାବିତ ହୋଇଛି। ଫଳରେ କମ୍ପାନୀଗୁଡ଼ିକର ନିଯୁକ୍ତି କ୍ଷତିଗ୍ରସ୍ତ ହେଉଥିବା ଜଣାପଡିଛି। ଲୋକମାନେ କାମ କ୍ଷେତ୍ରକୁ ଆସିପାରୁ ନାହାନ୍ତି। ଅଧିକ ଲୋକଙ୍କୁ କାମରେ ରଖିବା ଅପେକ୍ଷା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାରକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଦେଖାଯାଉଛି। ଲକ୍‌ଡାଉନ କଟକଣା ଲାଗି ବିଭିନ୍ନ ଦେଶରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଏହାବାଦ ଲଜିଷ୍ଟିକ କ୍ଷେତ୍ରରେ ସମସ୍ୟା ଦେଖାଯାଇଛି। ଫଳରେ କଲ୍‌ ସେଣ୍ଟରଗୁଡ଼ିକରେ କାମ କରୁଥିବା ମ୍ୟାନେଜରମାନେ ଅଫିସ ଆସିବାକୁ ସକ୍ଷମ ହେଉନାହାନ୍ତି। ସେହିଭଳି ବିଦେଶୀ କମ୍ପାନୀଗୁଡିକ ଲାଗି କାମ କରୁଥିବା ବ୍ୟାକ୍‌ ଅଫିସ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକର କାମରେ ବାଧା ଉପୁଜିଛି। ଏଥିଯୋଗୁ ବିଦେଶୀ କମ୍ପାନୀଗୁଡିକ ସେମାନଙ୍କ କାମକୁ ବାହାରୁ କରାଇବାକୁ ଚାହୁଁନାହାନ୍ତି। ଫଳରେ ଉକ୍ତ କ୍ଷେତ୍ର ଲାଗି ଆଉଟସୋର୍ସିଂରେ କାମ କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ସିଧାସଳଖ ପଡୁଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି।
ଆଉଟସୋର୍ସିଂ କମ୍ପାନୀଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା ଦେବାରେ ମଧ୍ୟ ଅସୁବିଧା ରହିଛି। କାରଣ ସ୍କଟ୍‌ଲାଣ୍ଡ ଏବଂ ସାନ୍‌ଫ୍ରାନ୍‌ସିସ୍କୋ ଭଳି ସ୍ଥାନର ବ୍ୟାଙ୍କ ଗ୍ରାହକଙ୍କ ଆର୍ଥତ୍କ ଟ୍ରାଞ୍ଜାକଶନ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଟେରିଆଲ ପରିଚାଳନା ଏହି କମ୍ପାନୀଗୁଡିକ କରିଥାନ୍ତି। ଏଗୁଡିକୁ ଘରୁ କରିବା କଟକଣା ରହିଛି। ଭାରତ ସମେତ ଫିଲିପାଇନ୍ସ ଭଳି ଦେଶଗୁଡିକରେ ବ୍ରଡ୍‌ବ୍ୟାଣ୍ଡ ସୁବିଧାରେ ବିଭିନ୍ନ ଅସୁବିଧା ଦେଖାଯାଇଥାଏ। ସେହିଭଳି ସବୁ କର୍ମଚାରୀଙ୍କୁ ଲାପ୍‌ଟପ୍‌ ପ୍ରଦାନ କରିବା ସ୍ଥିତିରେ କମ୍ପାନୀ ନ ଥାନ୍ତି। ବଜାର ବିଶେଷଜ୍ଞ ତଥା କନ୍‌ସଲଣ୍ଟାଣ୍ଟ ବିବେକ ସୁଦ୍‌ କହିଛନ୍ତି ଯେ, ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା ଦେବା ସ୍ଥିତିରେ ଆଉଟସୋର୍ସିଂ ଶିଳ୍ପ ଏବେ ନାହିଁ। କମ୍ପାନୀଗୁଡିକ ନିରାପତ୍ତା ଦୃଷ୍ଟିକୋଣରୁ ବହୁ ପଦକ୍ଷେପ ନେଇଥାନ୍ତି। ଏମିତିକି କର୍ମଚାରୀ ପେନ୍‌ ଏବଂ ପେନ୍‌ସିଲ ଅଫିସ ବାହାରେ ଛାଡ଼ି ଆସିବାକୁ କୁହାଯାଇଥାଏ। କାମ ଠପ୍‌ ହୋଇଯିବା ଭୟରେ କିଛି କମ୍ପାନୀ ନିଜର କେତେଜଣ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ରଖି ନେଇଛନ୍ତି। ଉଦାହରଣ ସ୍ବରୂପ ଭୋଡାଫୋନ ଇଣ୍ଡିଆ ପକ୍ଷରୁ କର୍ମଚାରୀଙ୍କ ଲାଗି ଡାଟା ସେଣ୍ଟରଗୁଡିକରେ ସାମୟିକ ରହିବା ସୁବିଧା କରାଯାଇଛି। କର୍ମଚାରୀଙ୍କ ଖାଦ୍ୟ ପାନୀୟରେ ଯେଭଳି କୌଣସି ଅସୁବିଧା ନ ହୁଏ ସେ ଦିଗକୁ ମଧ୍ୟ ବିଚାର କରାଯିବା ସହ ଗ୍ରସେରି ଉପଲବ୍ଧ କରାଯାଇଛି।
କର୍ମଚାରୀ ଅଫିସରେ କ୍ୱାରାଣ୍ଟାଇନ ଏବଂ ଲକ୍‌ଡାଉନ ହୋଇ ରହିଥିବା ବିଜ୍‌ନେସ ପ୍ରୋସେସ୍‌ ଆଉଟସୋର୍ସିଂ ଇଣ୍ଡଷ୍ଟ୍ରି ଏମ୍ପ୍ଲଇ ନେଟ୍‌ଓ୍ବର୍କ ସଭାପତି ମିଲେନ କାବୋଲାନା କହିଛନ୍ତି। କର୍ମଚାରୀ କେତେକ କଲ୍‌ ସେଣ୍ଟରର ଚଟାଣରେ ଶୋଉଥିବା ଦେଖାଯାଇଛି। କର୍ମଚାରୀ ଏଭଳି ଖରାପ ସ୍ଥିତିରେ କାମ କରୁଥିବାରୁ ଏହାକୁ ନେଇ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫିଲିପାଇନ୍ସରେ ଆଉଟସୋର୍ସିଂ କାମ ପ୍ରାୟ ୮୦% ପର୍ଯ୍ୟନ୍ତ ଖସିଛି ବୋଲି ମାନିଲା ଭିତ୍ତିକ ଡାଟା ଫାର୍ମର ଆନାଲିଷ୍ଟ ଆନ୍ଥୋନୀ ଏସ୍‌ଗୁଏରା କହିଛନ୍ତି। ନ୍ୟୁଜିଲାଣ୍ଡର ଟେଲିକମ୍‌ କମ୍ପାନୀ ସ୍ପାର୍କ ନିୟୁ, ତାଇଓ୍ବାନ୍‌ର କମ୍ପ୍ୟୁଟର ମେକର ଏସର ଫିଲିଫାଇନ୍ସ ଫାସିଲିଟି ବ୍ୟବହାର କରିଥାନ୍ତି। ଏହି କମ୍ପାନୀଗୁଡିକ ଅଷ୍ଟ୍ରେଲିଆ ଏବଂ କ୍ୱିଓ୍ବିର କଲ୍‌ ସେଣ୍ଟରକୁ ବର୍ତ୍ତମାନ କଲ୍‌ ନ କରିବା ଲାଗି ଗ୍ରାହକଙ୍କୁ କହି ଦେଇଛନ୍ତି। ସେହିଭଳି ଅଷ୍ଟ୍ରେଲିଆ ଭିତ୍ତିକ ଟେଲଷ୍ଟ୍ରା ଏବଂ ଅପ୍ଟସ, ବ୍ରିଟେନର ଭର୍ଜିନ ମେଡିଆ ଭାରତ ଏବଂ ଫିଲିଫାଇନ୍ସର ଅଫ୍‌ସୋର ସେଣ୍ଟର ଉପରେ ନିର୍ଭର କରିଥାନ୍ତି। ଏହି କମ୍ପାନୀଗୁଡିକ ସେମାନଙ୍କ କେତେଜଣ କର୍ମଚାରୀଙ୍କୁ ବିଦା କରିବା ଲାଗି ଘୋଷଣା କରିଛନ୍ତି। କିଛି କମ୍ପାନୀ ପୂର୍ଣ୍ଣକାଳୀନ ପରିବର୍ତ୍ତେ ସାମୟିକ ଭିତ୍ତିରେ ମଧ୍ୟ ନିଯୁକ୍ତି ଦେବେ ବୋଲି କହିଛନ୍ତି।
ଏଭଳି ସ୍ଥିତିରେ ବିଶେଷଜ୍ଞ କହିଛନ୍ତି ଯେ, କର୍ମଚାରୀ ରଖିବା ପରିବର୍ତ୍ତେ କମ୍ପାନୀଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଯୁକ୍ତି ଉପରେ ଫୋକସ କରୁଛନ୍ତି। ଏହା ୨୪ ଘଣ୍ଟା କାମ କରିବାକୁ ସକ୍ଷମ ହେବ। ଏଥିରେ ସାମାନ୍ୟ ଅସୁବିଧା ରହିପାରେ, ଯାହାକୁ ପରିଚାଳନା କରିବାରେ କୌଣସି ଅସୁବିଧା ହେବ ନାହିଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ଦ୍ୱାରା କେତେକ କମ୍ପାନୀ କଷ୍ଟମର ସର୍ଭିସ କଲ୍‌କୁ ମଧ୍ୟ ଆଗାମୀ ୫ ବର୍ଷରେ ଏକତୃତୀୟାଂଶ କମାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ବାଣିଜ୍ୟକୁ ଡିଜିଟାଇଜ ଏବଂ ଅଟୋମେଟ୍‌ କରିବା ଉପରେ କମ୍ପାନୀ ଏବେ ଧ୍ୟାନ ଦେଉଥିବା ଦେଖାଯାଉଛି। ମାତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ବଢୁଥିବାରୁ ମଲ୍ଟିନ୍ୟାଶନାଲ କମ୍ପାନୀଗୁଡିକ ଲାଗି ବ୍ୟାକ୍‌ ଅଫିସ ପରିଚାଳନା କରୁଥିବା ଭାରତର ଆଉଟସୋର୍ସିଂ କମ୍ପାନୀ ଅଧିକ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି। ନାସ୍‌କମ୍‌ ଡାଟା ମୁତାବକ ୨୦୧୭ ସୁଦ୍ଧା ଭାରତୀୟ ଆଉଟସୋର୍ସିଂ ଶିଳ୍ପରେ ୪୦ ଲକ୍ଷ ଭାରତୀୟ କାମ କରୁଛନ୍ତି। ଉକ୍ତ ଶିଳ୍ପର ରାଜସ୍ବ ପ୍ରାୟ ୧୫୦ ବିଲିୟନ ଡଲାର ରହିଛି। ସେହିଭଳି ଫିଲିଫାଇନ୍ସରେ ଏହି କ୍ଷେତ୍ରରେ ୧୩ ଲକ୍ଷ ଲୋକ କାମ କରୁଛନ୍ତି। ସେଠାରେ ଉକ୍ତ ଶିଳ୍ପର ଯୋଗଦାନ ମୋଟ ଜିଡିପିକୁ ପ୍ରାୟ ୭.୩% ରହିଛି। ଲକ୍‌ଡାଉନ ଭଳି ସ୍ଥିତି ଲାଗି ରହିଲେ ଆଉଟସୋର୍ସିଂ ମଡେଲ ଉପରେ ପୁନର୍ବିଚାର କରିବାକୁ ହେବ ବୋଲି ବିଶେଷଜ୍ଞ ସୁଦ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri