ବଦୋଦରା, ୧୯।୪ (ପି.ଟି.)- ଶ୍ରୀଲଙ୍କାକୁ ବିଶ୍ୱକପ୍ ବିଜୟୀ କରିଥିବା ଅଷ୍ଟ୍ରେଲୀୟ କୋଚ୍ ଡେଭ୍ ହ୍ବାଟମୋର ରବିବାର ବରୋଦା ରଣଜୀ ଦଳର କୋଚ୍ ଓ କ୍ରିକେଟ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ କ୍ରିକେଟ ଆସୋସିଏଶନ (ବିସିଏ) ସଂପାଦକ ଅଜିତ ଲେଲେ ଏହା ସ୍ପଷ୍ଟ କରିଛନ୍ତି। ହ୍ବାଟ୍ମୋର୍ ଗତ ସିଜନରେ କେରଳ ଟିମ୍ ଦାୟିତ୍ୱରେ ଥିଲେ। ୨୦୦୮ରେ ତାଙ୍କ ଅଧୀନରେ ଭାରତର ୧୯ ବର୍ଷରୁ କମ୍ କ୍ରିକେଟ ଦଳ ମାଲେସିଆରେ ଜୁନିୟର ବିଶ୍ୱକପ୍ ଜିତିଥିଲା। ସେତେବେଳ ବିରାଟ କୋହଲି ଏହି ଦଳର ଅଧିନାୟକ ଥିତ୍ଲେ। ହ୍ବାଟ୍ମୋର୍ଙ୍କ କାର୍ଯ୍ୟକାଳ ୨ ବର୍ଷ ହେବ। କ୍ରିକେଟର ନିର୍ଦ୍ଦେଶକ ଭାବେ ସେ ରାଜ୍ୟର ୨୩ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଏବଂ ୧୬ ବର୍ଷରୁ କମ୍ ଦଳର କୋଚ୍ ଭାବେ ଦିଗଦର୍ଶନ ଦେବେ। ହ୍ବାଟ୍ମୋର୍ ୩ ବର୍ଷ ଧରି ଦାୟିତ୍ୱରେ ଥିଲେ କେରଳ ରଣଜୀ ଦଳ ପ୍ରଦର୍ଶନରେ କୌଣସି ଉନ୍ନତି ଆଣି ପାରି ନ ତତ୍ଲେ।


