ସରକାର ଆଇନଜୀବୀଙ୍କୁ ଦିଅନ୍ତୁ ଆର୍ଥିକ ସହାୟତା

ଭୁବନେଶ୍ୱର,୧୯।୪(ଡି.ଏନ.ଏ.): ରାଜ୍ୟରେ ବଳବତ୍ତର ଥିବା ଲକ୍‌ଡାଉନ୍‌ କଟକଣା ଯୋଗୁ ଦୀର୍ଘଦିନ ହେଲା କୋର୍ଟ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ୧୮୧ ଓକିଲ ସଂଘର ମୋଟ୍‌ ୫୩ ହଜାର ଆଇନଜୀବୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ବିଶେଷକରି ଦୈନନ୍ଦିନ ପେସା ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ୭୫ ଭାଗ ଆଇନଜୀବୀ ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର କର୍‌ପସ୍‌ ଫଣ୍ଡ ଗଠନ କରି ଏପରି ଦୁଃସ୍ଥିତି ମଧ୍ୟରେ ଥିବା ଆଇନଜୀବୀମାନଙ୍କୁ ଆଗାମୀ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି ଏବଂ ପୂର୍ବତନ ସଭ୍ୟ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ସମେତ ବହୁ ପୂର୍ବତନ ସଦସ୍ୟ ଦାବି କରିଛନ୍ତି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ସରକାର ରାଜ୍ୟର ୫୩ ହଜାର ଆଇନଜୀବୀଙ୍କ ପ୍ରତି ଉପେକ୍ଷିତ ମନୋଭାବ ପ୍ରଦର୍ଶନ କରୁଛନ୍ତି। ସ୍ଥାୟୀ ଆର୍ଥିକ ସୁବିଧା, ଷ୍ଟାଇପେଣ୍ଡ, ଅବସରକାଳୀନ ସହାୟତା ଆଇନଜୀବୀଙ୍କୁ ମିଳୁନାହିଁ। କିଛି ମାସ ତଳେ ଆଇନଜୀବୀ କଲ୍ୟାଣ ପାଣ୍ଠିର ମ୍ୟାଚିଙ୍ଗ ଗ୍ରାଣ୍ଟ ବା ଅନୁରୂପ ଅନୁଦାନ ରାଶିକୁ ୩ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ଘୋଷଣା କରାଯାଇଥିଲା, ଯାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି କରୋନା କଟକଣା ଯୋଗୁ କୋର୍ଟ କାର୍ଯ୍ୟରେ ସୃଷ୍ଟ ଅଚଳାବସ୍ଥା କେତେ ମାସ ଜାରି ରହିବ ତାହାର ଠିକ୍‌ଠିକଣା ନାହିଁ। ରାଜ୍ୟର ମାତ୍ର କେତେଜଣ ହାତଗଣତି ଆଇନୀଜୀବଙ୍କୁ ବାଦ ଦେଲେ ଜୀବନ ନିର୍ଦ୍ଧାରଣ ପାଇଁ ଅଧିକାଂଶଙ୍କ ସ୍ଥାୟୀ ରୋଜଗାରର ଅନ୍ୟ କୌଣସି ପନ୍ଥା ନାହିଁ। ଏହି ଚିନ୍ତାଜନକ ପରିସ୍ଥିତିରେ ଆଇନଜୀବୀଙ୍କୁ ସହାୟତା କରିବାକୁ ରାଜ୍ୟ ସରକାର, ରାଜ୍ୟ ଆଇନଜୀବୀ ପରିଷଦ, ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଚଳିତ ଏପ୍ରିଲ୍‌ ୧ରେ ରାଜ୍ୟ ଆଇନଜୀବୀ ପରିଷଦର ଏକ ସ୍ବତନ୍ତ୍ର କମିଟି ରାଜ୍ୟରେ ୧୫ରୁ ଅଧିକ ବର୍ଷ ଧରି ଓକିଲାତି କରୁଥିବା ଆଇନଜୀବୀମାନଙ୍କଠାରୁ ଆର୍ଥିକ ଅନୁଦାନ ଆଣିି ୧୦ ବର୍ଷରୁ କମ୍‌ ଓକିଲାତି କରିଥିବା ଆଇନଜୀବୀ (ବାର୍ଷିକ ରୋଜଗାର ୧ ଲକ୍ଷ ଟଙ୍କାରୁ କମ୍‌)ମାନଙ୍କୁ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ତାହା ଆଇନଜୀବୀମାନଙ୍କ ସମସ୍ୟା ସୁଧାରି ପାରିବ ନାହିଁ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟି, ରାଜ୍ୟ ସରକାର, କେନ୍ଦ୍ର ସରକାର, ଭାରତର ଆଇନଜୀବୀ ପରିଷଦ କଲ୍ୟାଣ ପାଣ୍ଠି, ରାଜ୍ୟ ଆଇନଜୀବୀ ପରିଷଦ କଲ୍ୟାଣ ପାଣ୍ଠି, ସମସ୍ତ ସ୍ବୀକୃତିପ୍ରାପ୍ତ ବରିଷ୍ଠ ଆଇନଜୀବୀ ଏବଂ ଆର୍ଥତ୍କ ସହାୟତା ଦେବାକୁ ଇଚ୍ଛୁକ ସଦସ୍ୟମାନଙ୍କଠାରୁ ଅର୍ଥରାଶି ଆଣି କର୍‌ପସ୍‌ ଫଣ୍ଡ ଗଠନ କରାଯାଉ। ଉକ୍ତ ଫଣ୍ଡରୁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଆଇନଜୀବୀମାନଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ଆଇନଜୀବୀ ମହଲରେ ଦାବି ଦେଉଥିବା ପରିଷଦର ପୂର୍ବତନ ଅଧ୍ୟକ୍ଷ ମହାନ୍ତି ଏବଂ ପୂର୍ବତନ ସଭ୍ୟ ଦ୍ୱିବେଦୀ ଜଣାଇଛନ୍ତି। ଏଥିସହିତ ସାମାଜିକ ଦୂରତା ଓ ସରକାରୀ ନିର୍ଦ୍ଦେଶନାମା ବଳବତ୍ତର ରଖି ଆସନ୍ତା ୨୦ ତାରିଖରୁ ଏକ ଘଣ୍ଟା ପାଇଁ ଜରୁରିକାଳୀନ ମକଦ୍ଦମାଗୁଡ଼ିକର ପରିଚାଳନା କରାଯାଇପାରିବ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ବିଜ୍ଞପ୍ତି ଜାରି କରିଥିବାରୁ କୋର୍ଟକୁ ଯାତାୟାତ ପାଇଁ ଆଇନଜୀବୀମାନଙ୍କୁ ଅନୁମତି ପ୍ରଦାନ କରିବାକୁ ପୂର୍ବତନ ଅଧ୍ୟକ୍ଷ ମହାନ୍ତି ଓ ପୂର୍ବତନ ସଭ୍ୟ ଦ୍ୱିବେଦୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri