ରାଜଧାନୀରେ ୪ଟି ବର୍ଗରେ ହେବ ନମୁନା ପରୀକ୍ଷଣ, ସହଯୋଗ ନ କଲେ ହସ୍ତକ୍ଷେପ କରିବ ପୋଲିସ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ୬୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରୁ ୪୬ଜଣ ରହିଛନ୍ତି। ଏହାକୁ ନେଇ ଭୁବନେଶ୍ୱରକୁ ହଟ୍‌ସ୍ପଟ୍‌ କୁହାଯାଉଛି। ଆଗାମୀ ଦିନରେ କରୋନାର ଚିତ୍ର ସ୍ପଷ୍ଟ କରିବା ଲାଗି ନମୂନା ପରୀକ୍ଷଣକୁ ଅଧିକ କରାଯିବ। ୭ଦିନ ମଧ୍ୟରେ ୫,୦୦୦ ନମୁନା ପରୀକ୍ଷଣର ଲକ୍ଷ୍ୟ ରଖାଯାଇଛି। ତେବେକ ୪ଟି କାଟାଗୋରୀ(ବର୍ଗ)ରେ ଲୋକଙ୍କୁ ଚୟନ କରାଯାଇ ନମୁନା ସଂଗ୍ରହ କରାଯିବ। ଏହାନୁଯାୟୀ ପରୀକ୍ଷଣ ମଧ୍ୟ କରାଯିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି। ବିଶେଷକରି ଟ୍ରାଭେଲ୍‌ ହିଷ୍ଟ୍ରୀ ଥିବା ଲୋକ, ଲକ୍ଷଣ ଥିବା ଲୋକ, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପରିମଳ କର୍ମଚାରୀଙ୍କ ସାମ୍ପୁଲ ଟେଷ୍ଟ ହେବ। ସେହିଭଳି ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ। ପରେ ସାଧାରଣଲୋକଙ୍କ ପରୀକ୍ଷା କରାଯିବ।

୧ମ ବର୍ଗ: ଦେଶ/ରାଜ୍ୟ ବାହାରକୁ ଯାଇଥିବା ବ୍ୟକ୍ତିବିଶେଷ, କରୋନା ପଜିଟିଭ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ତଥା ସ୍ବାସ୍ଥ୍ୟକର୍ମୀ, ଥଣ୍ଡା ଅଥବା ସର୍ଦ୍ଦିର ଲକ୍ଷଣ ଥିବା ଲୋକ, ହଟ୍‌ସ୍ପର୍ଟରୁ ଆସିଛନ୍ତି, ସାମାଜିକ ଦୂରତ୍ୱ ରକ୍ଷା କରିପାରୁ ନ ଥିବା ବସ୍ତି ବାସିନ୍ଦା।

୨ୟ: ସ୍ବାସ୍ଥ୍ୟକର୍ମୀ ଏବଂ କୋଭିଡ ଡାକ୍ତରଖାନାରେ କାମ କରୁଥିବା ସମସ୍ତ କର୍ମଚାରୀ

୩ୟ: ବୟସ୍କ(୬୦ ବର୍ଷରୁ ଊର୍ଦ୍ଧ୍ୱ)ଏବଂ ଯାହାର ଅନ୍ୟ ରୋଗ ରହିଛି

୪ର୍ଥ-ସାଧାରଣ ଜନତା

ତେବେ ଏହି ପର୍ଯ୍ୟାୟରେ ଭୁବନେଶ୍ୱରରେ ନମୂନା ପରୀକ୍ଷଣ କରାଯିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଯଦି କେହି ଉପରୋକ୍ତ ବର୍ଗରେ ଆସୁଛନ୍ତି ନଚେତ ଯଦି କାହାକୁ ନମୁନା ଦେବାକୁ କୁହାଗଲା,ତେବେ ତାଙ୍କୁ ଆସିବାକୁ ପଡ଼ିବ। ସାହି, ବସ୍ତିର ଲୋକମାନଙ୍କୁ ଏଥିପାଇଁ ଆଗକୁ ଆସିବାକୁ ପଡ଼ିବ। ସ୍ବତନ୍ତ୍ର କ୍ୟାମ୍ପ ଖୋଲାଗଲେ ନଚେତ ଭ୍ରାମ୍ୟମାଣ ପରୀକ୍ଷଣ ଗାଡ଼ି ପହଞ୍ଚିଲେ ଆସିବାକୁ ନିର୍ଦ୍ଦେଶ ରହିଛି। ଏଯାବତ ହୋଇଥିବା ପରୀକ୍ଷଣର ୨.୪% ଲୋକେ ପଜିଟିଭ୍‌ ଆସିଛନ୍ତି। ସମସ୍ତଙ୍କୁ ୩ଟି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏଣୁ ଯଦି କେହି ପଜିଟିଭ ଆସନ୍ତି, ତାଙ୍କର ଚିକିତ୍ସା କରାଯିବ। ଫଳରେ ପରିବାରର ଅନ୍ୟଲୋକେ ସୁରକ୍ଷିତ ରହିପାରିବେ। ରାଜ୍ୟ ସରକାର ମାଗଣା ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି। ଯଦି କେହି ଏହାକୁ ପାଳନ କରିବେ ନାହିଁ ତେବେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିବ। କାରଣ ଯେତେ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ସେତେ ଶୀଘ୍ର ଜୀବନଜୀବିକା ପୁଣି ଥରେ ଆରମ୍ଭ ହୋଇପାରିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri