Posted inଖେଳ

କ୍ରୀଡ଼ା ମନ୍ତ୍ରଣାଳୟ-ଜାତୀୟ କ୍ରୀଡ଼ା ମହାସଂଘ ବୈଠକ

ନୂଆଦିଲ୍ଲୀ, ୧୭ା୪ (ପି.ଟି.)- କ୍ରୀଡ଼ା ମନ୍ତ୍ରଣାଳୟ ଓ ୧୧ରୁ ଅଧିକ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ମଧ୍ୟରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ବର୍ତ୍ତମାନ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ବୈଠକରେ ଟୋକିଓ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଭବିଷ୍ୟତ ଯୋଜନା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏହା ଏକ ନିୟମିତ ବୈଠକ ଥିଲା। ମନ୍ତ୍ରଣାଳୟ ଇତିମଧ୍ୟରେ ଭିଡିଓ କନଫରେନ୍ସ ଜରିଆରେ ହକି ଇଣ୍ଡିଆ, ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ, ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ସମେତ ଅନ୍ୟ କେତେକ କ୍ରୀଡ଼ା ମହାସଂଘ ସହିତ ଆଲୋଚନା କରିସାରି ଥିବା ମନ୍ତ୍ରଣାଳୟର ଜଣେ ଅଫିସିଆଲ କହିଛନ୍ତି। ଅନ୍ୟ କ୍ରୀଡ଼ା ମହାସଂଘଗୁଡ଼ିକ ସହ ଆଲୋଚନା ଜାରି ରହିବ ବୋଲି ସେ କହିଛନ୍ତି। ଗୁରୁବାର ବୈଠକରେ ହ୍ୟାଣ୍ଡବ୍‌ଲ, ଟେନିସ୍‌, ସ୍କ୍ବାଶ, ବାସ୍କେଟବଲ, ସ୍ପେଶିିଆଲ ଅଲିମ୍ପିକ୍ସ ଭାରତ ଭଲିବଲ୍‌, ଉଷୁ, ୟାଚିଂ, କାୟାକିଂ ଓ କାନୋଇଂ, କବାଡ଼ି ଏବଂ ଅଲ୍‌ ଇଣ୍ଡିଆ ୟୁନିଭର୍ସିଟି (ଏଆଇୟୁ)ର ଦୁଇ ଜଣ ଲେଖାଏଁ ଅଫିସିଆଲଙ୍କ ସହ କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିୟା ଆଲୋଚନା କରିଥିଲେ। ଜୁଲାନିୟାଙ୍କ ସହିତ ଆଲୋଚନାରେ ଭାଗ ନେଇଥିବା ଜଣେ ଏନ୍‌ଏସ୍‌ଏଫ୍‌ର ପ୍ରତିନିଧି କହିଛନ୍ତି ମନ୍ତ୍ରଣାଳୟ ଏସିଆନ ଗେମ୍ସ ବ୍ୟତୀତ ୨୦୨୪ ଓ ୨୦୮୨ ଅଲିମ୍ପିକ୍ସ ସମେତ ଅନ୍ୟାନ୍ୟ ଇଭେଣ୍ଟଗୁଡ଼ିକ ଲାଗି ଆମର ଭବିଷ୍ୟତ ଯୋଜନା ସମ୍ପର୍କରେ ଜାଣିବାକୁ ଚାହିଁଥିଲା। ଟୋକିଓ ଅଲିମ୍ପିକ୍ସ ଆହୁରି ମଧ୍ୟ ୨୦୨୧କୁ ଘୁଞ୍ଚତ୍ୟାଇଛି। ସମସ୍ତ ଜାତୀୟ ମହାସଂଘ ଏନେଇ ମନ୍ତ୍ରଣାଳୟଠାରୁ କ’ଣ ଆଶା କରୁଛନ୍ତି ତାହା ଦର୍ଶାଇଥିଲେ। ଅନ୍ୟପକ୍ଷରେ ମନ୍ତ୍ରଣାଳୟ କୋଚ୍‌ମାନଙ୍କ ଟ୍ରେନିଂ ପ୍ରୋଗ୍ରାମ ବିକଶିତ କରିବା ସହ ଁ ସେଣ୍ଟର ଅଫ୍‌ ଏକ୍ସଲେନ୍‌ସି ସେଣ୍ଟରମାନ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିବା ଅଫିସିଆଲ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri