Odisha Elections 2024

ବ୍ୟବସ୍ଥା ନ କରି କେବଳ ମିଛ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ-୧୯ ମେଡିକାଲ ନିର୍ମାଣ କରାଯାଉଛି। ଏଣୁ ଏଠାରେ ରୋଗୀ ସେବା ବନ୍ଦ କରି ଦିଆଯାଇଛି। ଅଇଁଠାପାଲି ଓ ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ଖୋଦ୍‌ ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗ କହୁଛି। ହେଲେ ଏହା ମିଛ ବୋଲି ପ୍ରମାଣିତ ହୋଇଛି। ବାସ୍ତବରେ ଉପରୋକ୍ତ ଦୁଇ ଜାଗାରେ ରୋଗୀସେବା ଠିକ୍‌ ଭାବେ ଆରମ୍ଭ ହୋଇ ନ ଥିବା ସ୍ପଷ୍ଟ ହୋଇଛି। ବୁଧବାର ହୀରାକୁଦ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ହଇରାଣ ହେବା ପରେ ପ୍ରଶାସନର ଏହି ମିଛ ଧରା ପଡିଛି। ତାଙ୍କୁ ଭିମସାର ନେବାକୁ ପରାମର୍ଶ ଦିଆଗଲା। ଯଦି ଅଇଁଠାପାଲି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ଖୋଦ୍‌ ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗ କହୁଛି ତେବେ ଏହି ଦୁଇ ମେଡିକାଲକୁ ରୋଗୀକୁ ନ ପଠାଇ ବୁର୍ଲା ପଠାଯିବାର କାରଣ କ’ଣ ବୋଲି ପ୍ରଶ୍ନ ଉଠିଛି। ପ୍ରକାଶଯୋଗ୍ୟ, ଏପ୍ରିଲ ୧୭ ତାରିଖ ତାଙ୍କୁ ପ୍ରସବ ପାଇଁ ସମୟ ଦିଆଯାଇଥିଲା। ହେଲେ ଯନ୍ତ୍ରଣା ଆରମ୍ଭ ହେବାରୁ ସେ ଅଟୋରେ ଆଶା କର୍ମୀଙ୍କ ସହ ମେଡିକାଲ ଆସିଥିଲେ। ହେଲେ କୋଭିଡ ମେଡିକାଲ ପାଇଁ କାମ ଚାଳୁଥିବାରୁ ଏଠାରେ ଚିକିତ୍ସା ହୋଇ ପାରିବ ନାହିଁ ବୋଲି ଉପସ୍ଥିତ ସ୍ବାସ୍ଥ୍ୟ କର୍ମଚାରୀ କହିଥିଲେ। ପରେ ମେଡିକାଲର ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଆଶାକର୍ମୀ ଜଣକ ସମସ୍ୟା ଉପରେ ଅବଗତ କରିବାରୁ ବୁର୍ଲା ଭିମସାର ନେଇଯିବାକୁ ସମ୍ପୃକ୍ତ ଉଚ୍ଚ ଅଧିକାରୀ ଆଶାକର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଏଣୁ ୧୦୨ ଆମ୍ବୁଲାନ୍ସରେ ରୋଗୀଙ୍କୁ ବୁର୍ଲା ନିଆଯାଇଥିଲା। ରୋଗୀଙ୍କ ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ଯଦି ଏଠାରେ ଚିକିତ୍ସା ବନ୍ଦ ହୋଇଯାଇଛି ତାହା ହେଲେ ଲୋକମାନେ ଜାଣିବା କଥା। ଏ ନେଇ ସର୍ବସାଧାରଣରେ ଅବଗତ ମଧ୍ୟ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri