Odisha Elections 2024

କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ବିଶ୍ୱର ସବୁଠାରୁ ଗେଡା ମହିଳା ଜ୍ୟୋତି ଆମଜେ। ପିଙ୍କ୍‌ କଲର ଟପ୍‌, ବ୍ଲାକ ବୁଟ୍‌ ସହ ମୁହଁରେ ମାସ୍କ ପିନ୍ଧିଥିବା ୬୨.୮ ସେଣ୍ଟିମିଟରର ମହିଳା ଜ୍ୟୋତି ସୋମବାର ମହାରାଷ୍ଟ୍ରରେ ଏକ ପୋଲିସ ଗାଡିର ବନେଟ ଉପରେ ଠିଆ ହୋଇ ମାଇକ୍‌ ଧରି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ଅନୁରୋଧ କରୁଥିବା ଦେଖାଯାଇଛି। ଘରୁ ନ ବାହାରିଲେ ହିଁ ଆମେ କୋଭିଡ-୧୯କୁ ହରାଇପାରିବା ବୋଲି ସେ କହୁଥିବା ଦେଖାଯାଇଛି। ଜ୍ୟୋତିଙ୍କ ଏହି ଜନହିତକର ବାର୍ତ୍ତା ପ୍ରଚାର ସମୟରେ କେତେଜଣ ପୋଲିସ ତାଙ୍କୁ ସମର୍ଥନ କରୁଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହା ଅଣାୟତ ହେବାରେ ଲାଗିଛି। ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଅତିକ୍ରମ କରିଥିବାରୁ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ଆସିଲା ମନମୋହନ ସିଂଙ୍କ ବଡ଼ ବୟାନ, ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୩୦।୫: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ମୁସଲିମ ସଂରକ୍ଷଣ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ସପ୍ତମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ଭୋଟ ଜୁନ...

କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜିଠୁ ବସିବେ ଧ୍ୟାନରେ

ନୂଆଦିଲ୍ଲୀ,୩୦।୫: ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବ। ଏଥିପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ହେବା ପରେ...

୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌: ୧୫ମୃତ

ଜମ୍ମୁ-କଶ୍ମୀର,୩୦।୫: କରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୫ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା...

ଜମ୍ମୁ କଶ୍ମୀର କୁପଓ୍ବାଡାରେ ସେନା-ପୋଲିସ ମୁହାଁମୁହିଁ, ୧୬ ସୈନିକଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୨୯ା୫: ଜମ୍ମୁ କଶ୍ମୀର ପୋଲିସ କୁପଓ୍ବାଡା ଜିଲାର ଏକ ପୋଲିସ ଷ୍ଟେସନରେ ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ତିନିଜଣ ଅଧିକାରୀଙ୍କ ସମେତ ୧୬ ଜଣ...

ମୋଦିଙ୍କ ଭୋଜପୁରୀ ଅନ୍ଦାଜ, କାଶୀବାସୀଙ୍କୁ ସ୍ପେଶାଲ ମେସେଜ

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଗୋଟିଏ ଦିନ ପରେ ଅର୍ଥାତ ଜୁନ ୧ରେ ହେବ।...

ଆଜମ ଖାନ୍‌ଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଲକ୍ଷ୍ନୌ,୩୦ା୫: ଲୋକ ସଭା ନିର୍ବାଚନ ସମୟରେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସମାଜବାଦୀ ପାର୍ଟିର ନେତା ଆଜମ୍‌ ଖାନ୍‌। ନିର୍ବାଚନର ଶେଷ ପର୍ଯ୍ୟାୟ ଜୁନ ୧ରେ...

Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା

କେରଳ,୩୦।୫: ବୁଧବାର ଅପରାହ୍‌ଣରେ କେରଳ ମାଲାପୁରାମରରେ ଜଣେ ୩୭ ବର୍ଷ ବୟସ୍କା ମହିଳା ଏକ ବସ୍‌ରେ ଥ୍ରୀସୁରରୁ ଥୋଜିଲପାଲମ କୋଜିକୋଡ ଯାତ୍ରା କରୁଥିବା ସମୟରେ ବସ୍‌ରେ...

କେଜ୍‌ରିଓ୍ବାଲଙ୍କ ଜାମିନ ଉପରେ ଏହି ପଦକ୍ଷେପ ନେଲେ କୋର୍ଟ

ନୂଆଦିଲ୍ଲୀ,୩୦ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ରାଉସ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri