ବମିଖାଲରୁ ଲୁଚି ପଳାଇ ଆସିଛନ୍ତି ଦମ୍ପତି, ଭୟରେ ଅଞ୍ଚଳବାସୀ

ରସୁଲପୁର,୧୧।୪(ଡିଏନଏ)- ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ରେ ପହଞ୍ଚତ୍ଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଏହି ସହରର ସତ୍ୟନଗର, ବମିଖାଲ, ସୁନ୍ଦରପଦା, ଝାରପଡ଼ା ଭଳି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହିସବୁ ଅଞ୍ଚଳକୁ ସିଲ କରିଦିଆଯାଇଛି। ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନଭାବେ ଗ୍ରହଣ କରାଯାାଇଛି। ଏହି ସମୟରେ ଚିହ୍ନଟ ଜୋନର ସୀମା ବାହାର ଓ ଭିତରକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏଥିପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏତେସବୁ କଟକଣା ପରେ ବି ବମିଖାଲରୁ ଜଣେ ଦମ୍ପତି ଆସି ଯାଜପୁର ଜିଲା ରସୁଲପୁର ବ୍ଲକର ସାମନ୍ତରାପୁର ପଞ୍ଚାୟତରେ ପହଞ୍ଚତ୍ ଯାଇଛନ୍ତି। ଏହି ଦମ୍ପତି ଆସିବା ପରେ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଣ୍ଟେନମେଣ୍ଟ ଜୋନରୁ ଆସିଥିବା ଦମ୍ପତି ଶୁକ୍ରବାର ରାତିରେ ଏହି ପଞ୍ଚାୟତର ମହାରଣା ସାହିର ପୈତୃକ ଘରେ ରହିଥିଲେ। ଏ ସମ୍ପର୍କରେ ଖବର ପାଇ ସରପଞ୍ଚ ଅଭିମନ୍ୟୁ ମହାଳିକ ଉକ୍ତ ଦମ୍ପତିଙ୍କ ନିକଟରେ ପହଞ୍ଚତ୍ବା ସହ ସେମାନଙ୍କୁ ନେଇ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଛନ୍ତି। ହେଲେ ସେ ଘରେ ଅବସ୍ଥାନ କରୁଥିବା ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମିଶିଛନ୍ତି। ତେବେ ଏହି ଦମ୍ପତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯିବା ସହ ସେମାନଙ୍କଠାରୁ ନମୁନା ସଂଗ୍ରହ ପାଇଁ ଦାବି ହେଉଛି। ପ୍ରକାଶ ଥାଉକି, ଯାଜପୁର ଜିଲାରେ ପ୍ରଥମ କରୋନା ରୋଗୀ ରସୁଲପୁର ବ୍ଲକର ବ୍ରହ୍ମବରଦା ଅଞ୍ଚଳରୁ ଚିହ୍ନଟ ହୋଇଥିଲା। ଉକ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ଆସିଥିବାବେଳେ ଏକ ସଂକ୍ରମିତ ଅଞ୍ଚଳରୁ ଦମ୍ପତି ବ୍ରହ୍ମବରଦା ନିକଟସ୍ଥ ସାମନ୍ତାରପୁର ପଞ୍ଚାୟତକୁ ପଳାଇ ଆସିବା ପୁଣି କରୋନା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସେହିପରି ଡମଣା ଅଞ୍ଚଳରୁ ୪ଜଣ ରାହାମ୍ବା ପଞ୍ଚାୟତ କୁରାଂଶ ଗ୍ରାମକୁ ଚାଲିଆସିଥିବା ମଧ୍ୟ ଜଣାପଡ଼ିଛି। ବ୍ଲକ ପ୍ରଶାସନ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେମାନେ ଶୁଣୁ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ଉକ୍ତ ଗ୍ରାମରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri