Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ
ବୁଧଦୃଷ୍ଟ ଚନ୍ଦ୍ର ହେତୁ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଗୃହୋପକରଣର ଅଭାବ କାମକୁ ସ୍ଥଗିତ ରଖିଦେଇପାରେ।
ବୃଷ
ବୃଷ
ଶନିଦୃଷ୍ଟ ରବିଙ୍କ ନକ୍ଷତ୍ରରେ ଶୁକ୍ର ଅବସ୍ଥାନ କରିଥିବାରୁ ନୀଚ ଜାତିର ବ୍ୟକ୍ତିଙ୍କ ସହ ସମ୍ପର୍କକୁ ନେଇ ନିନ୍ଦିିତ ଅଥବା ସମାଲୋଚିତ ହୋଇପାରନ୍ତି। କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇ ପାରନ୍ତି। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।
ମିଥୁନ
ମିଥୁନ
ଶନିଙ୍କ ଦୃଷ୍ଟିଜନିତ ଆପଣ କୌଣସି ବନ୍ଧୁଙ୍କ ସହ ମତାନ୍ତର ହେତୁକ ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସନ୍ଦେହ ଓ ବୁଝାମଣାର ଅଭାବ ମାନସିକ ଅଶାନ୍ତିକୁ ବଢାଇ ଦେଇପାରେ। ପରାମର୍ଶ ମାନି କାମ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। କରଜ କରି କାମ ଚଳାଇବା ପାଇଁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
ଗ୍ରହମାନଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କିନ୍ତୁ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ ନ କରି ବିବାଦୀୟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ ,ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ପରିବାରରେ ପିଲାମାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଉପର ଅଧିକାରୀମାନଙ୍କ ଦ୍ୱାରା ମାନସିକ ଚାପ ବୃଦ୍ଧି ପାଇବ। ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ପରିବାରରେ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଦିନଟି ନୂତନକର୍ମାରମ୍ଭ, ଭ୍ରମଣ, ରାଜନୀତି,ପ୍ରଶାସନ ପାଇଁ ଭଲ।
କନ୍ୟା
କର୍ମକ୍ଷେତ୍ରରେ ଟେନ୍ସନ ଲାଗି ରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ। ଦୀର୍ଘ ଦିନରୁ ସନ୍ଧାନ ପାଉ ନ ଥିବା ତଥା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
ତୁଳା
ତୁଳା
ଶୁକ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ କିଛି ନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ଜମା ପଡୁ ନ ଥିବା ଲୋକମାନଙ୍କ ଦ୍ୱାରା ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଦୀର୍ଘ ଦିନରୁ ଭଟ୍ଟା ପଡିଥିବା ସମ୍ପର୍କ ପୁନଃ ସ୍ଥାପିତ ହେବାର ଆଶା ରହିଛି।
ବିଛା
ବିଛା
ପାଖପଡୋଶୀଙ୍କ ବ୍ୟବହାରରେ ଅତିଷ୍ଠ ହେବା ସହ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନରେ ଭାବାନ୍ତର ସୃଷ୍ଟିହେବ। ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଗୃହୋପଯୋଗୀ ଭୂମି, ନିର୍ମାଣାଧୀନ କାର୍ଯ୍ୟ, ଗାଡିମୋଟର, ସମ୍ପର୍କୀୟ ଦୁଶ୍ଚିନ୍ତା ଆସିପାରେ।
ଧନୁ
ଧନୁ
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବା ସକାଶେ ବହୁୁତ ହଇରାଣ ହେବାକୁ ପଡିବ। ବନ୍ଧୁ ମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବାର ସୂଚନା ରହିଛି। ପାଖ,ପଡୋଶୀଙ୍କ ସାହାଯ୍ୟ ହେତୁ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିପାରେ।
ମକର
ମକର
ସାଙ୍ଗସାଥୀ,ପାଖପଡୋଶୀ ତଥା ନିକଟ ସମ୍ପର୍କୀୟ ମାନଙ୍କ ମିତ୍ରତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ପାରସ୍ପରିକ ଆଲୋଚନା ମାଧ୍ୟମରେ କାମକଲେ ସମସ୍ୟାର ସରଳ ସମାଧାନ ହେବ। କୌଣସି ମୂଲ୍ୟବାନ ଜିନିଷଟି ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ପାରିବାରିକ ପ୍ରତିକୂଳ ଆପଣଙ୍କୁ ଆନମନା କରିପାରେ।
କୁମ୍ଭ
କୁମ୍ଭ
ସାଧାରଣକଥାରେ ବନ୍ଧୁରେ କଳହ, ଧନହାନି କିମ୍ବା ଅନ୍ୟମନସ୍କତାରୁ ହାତ, ପାଦରେ ଆଘାତ ଲାଗିବାର ସମ୍ଭାବନା ରହିଛି। ସହକର୍ମୀ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି,ଯାହା କି କେତେକ ଅସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବହନ କେତେକାଂଶରେ ବାଧାପ୍ରାପ୍ତ ହୋଇପାରେ।
ମୀନମୀନ
ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟା ମଧ୍ୟରେ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟ, ଆଲୋଚନା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସାମୟିକ ମନଦୁଃଖକୁ ଭୁଲିଯାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri