ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା

ଓ୍ବାଶିଂଟନ/ଲଣ୍ଡନ/ପ୍ୟାରିସ୍‌, ୩ା୪: ମହାମାରୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି କ୍ରମଶଃ ଭୟଙ୍କର ହୋଇପଡ଼ିଛି। ବିଶ୍ୱର ୨୦୩ ଦେଶକୁ ସଂକ୍ରମିତ ହୋଇଥିବା ଏହି ଭୂତାଣ ଯୋଗୁ ଅଦ୍ୟାବଧି ୫୦,୬୯୧ ଜୀବନ ଗଲାଣି। ୯ ଲକ୍ଷ ୯୧ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ଦିନରେ ୪୧ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ଭୂତାଣୁରେ ଆକ୍ରାନ୍ତ ହେବା। ଏଥିରୁ କେଉଁଭଳି ଭାବେ କରୋନା ବିଶ୍ୱକୁ ଗ୍ରାସକରୁଛି, ତାହା ସହଜେ ଅନୁମେୟ। ବିଶ୍ୱର ସବୁଠାରୁ ପରାକ୍ରମଶାଳୀ ଦେଶ ଆମେରିକାରେ ଆତଙ୍କ ଖେଳିଯାଇଛି। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୨୩୨,୧୦୬ରେ ପହଞ୍ଚିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବଢ଼ି ୫,୫୫୬ ଛୁଇଁଛି। ସେହିଭଳି ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୧୫, ୫୭୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧୩,୯୫୫କୁ ବୃଦ୍ଧିପାଇଛି। ସ୍ପେନ୍‌ ସ୍ଥିତି ଜଟିଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୬୧୬ ଲୋକଙ୍କ ପ୍ରାଣହାନି ଘଟିଛି। ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବଢ଼ିଛି। ଏଠାରେ ୧୧୦,୨୩୮ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଏତଦ୍‌ବ୍ୟତୀତ ବ୍ରିଟେନ୍‌ ଓ ଫ୍ରାନ୍ସରେ ମଧ୍ୟ ଉତ୍କଟ ପରିସ୍ଥିତି ଦେଖାଦେଇଛି। ବ୍ରିଟେନରେ ଗୋଟିଏ ଦିନରେ ୫୬୯ ଜୀବନ ଯାଇଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ବୃଦ୍ଧିପାଇ ୩୩,୭୧୮ରେ ପହଞ୍ଚିଛି। ଜର୍ମାନୀରେ ମଧ୍ୟ ସମାନ ସ୍ଥିତି। ଏଠାରେ ଅଦ୍ୟାବଧି ୯୯୭ ଜଣ ପ୍ରାଣ ହରାଇଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୮୧,୭୨୮ହୋଇଛି। ଚାଇନାରେ ମୃତ୍ୟୁସଂଖ୍ୟା ୩,୩୧୮ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୫୮୯ ରହିଛି। ଫ୍ରାନ୍ସରେ ଭୂତାଣୁ ୪,୦୩୨ ମୁଣ୍ଡ ଗଡ଼ାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୫୬,୯୮୯ରେ ପହଞ୍ଚିଛି। ଇରାନରେ ୩,୧୬୦ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଉପରେ ରହିଛି। ଅନ୍ୟ ପ୍ରମୁଖ ସଂକ୍ରମିତ ଦେଶଗୁଡ଼ିକ ମଧ୍ୟରେ ନେଦରଲାଣ୍ଡରେ ୧,୩୩୯, ବେଲଜିୟମରେ ୧,୦୧୧, ସୁଇଜରଲାଣ୍ଡରେ ୫୨୨, ତୁର୍କୀରେ ୨୭୭, ଅଷ୍ଟ୍ରିଆରେ ୧୫୮, ପର୍ତ୍ତୃଗାଲରେ ୨୦୯, ବ୍ରାଜିଲରେ ୨୫୨, ସ୍ବିଡେନ୍‌ରେ ୨୮୨, ଡେନ୍‌ମାର୍କରେ ୧୨୩, ଫିଲିପାଇନ୍ସରେ ୧୦୭, ଇଣ୍ଡୋନେସିଆରେ ୧୭୦, ଇକ୍ୱେଡରରେ ୯୮, ରୋମାନିଆରେ ୯୪ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଏପର୍ଯ୍ୟନ୍ତ ବିଶ୍ୱରେ ୨୦୩,୫୩୫ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହୋଇ ଫେରିଛନ୍ତି, ତଥାପି ଏହି ପ୍ରାଣଘାତୀ ଭୂତାଣୁରୁ ରକ୍ଷା ପାଇବା ଲାଗି କୌଣସି ଔଷଧ ବାହାରି ନ ଥିବାରୁ ଲୋକଙ୍କ ମନରେ କୋକୁଆ ଭୟ ଘାରିଛି। ବିଭିନ୍ନ ବିଶ୍ୱସ୍ତରୀୟ ନେତା, ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ଭିନ୍ନ ଭିନ୍ନ ପରାମର୍ଶ ଦିଆଯାଉଛି। ବିଶ୍ୱର ପ୍ରାୟ ସବୁଦେଶ ଲକ୍‌ଡାଉନ୍‌କୁ ପାଳନ କରୁଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ତଥାପି ଭୂତାଣୁ ବୋଲ ମାନୁନି। ବିଶ୍ୱବ୍ୟାପୀ ଏନେଇ ଆତଙ୍କର ବାତାବରଣ ସୃଷ୍ଟିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri