Posted inଖେଳ

ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସ୍ଥଗିତ: ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ କରିବ ଏଏଫ୍‌ଆଇ

ନୂଆଦିଲ୍ଲୀ,୨୯।୩(ପି.ଟି.)-ଆଗାମୀ ଜୁନ୍‌ରେ ଆୟୋଜନ ହେବାକୁ ଥିବା ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସ୍ଥଗିତ ରଖିବାକୁ ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ନିଷ୍ପତ୍ତି ନେଇଛି। ଦେଶ ତଥା ସାରା ବିଶ୍ୱରେ କୋଭିଡ୍‌-୧୯ର ଆତଙ୍କ ଜାରି ରହିଥିବା ବେଳେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ସାରା ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ କିମ୍ବା ବାତିଲ ହୋଇଥିବାରୁ ଏଏଫ୍‌ଆଇ ନୂଆ କ୍ୟାଲେଣ୍ଡର ପସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି।
ଏହି ଚାମ୍ପିୟନଶିପ୍‌ ବେଙ୍ଗାଲୁରୁରେ ଜୁନ୍‌ ୨୫ରୁ ୨୮ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ଏହା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ମାନ୍ୟତା ମଧ୍ୟ ପାଇଥିଲା। ଅଲିମ୍ପିକ୍ସ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି।
ମେ କିମ୍ବା ଜୁନ୍‌ ସୁଦ୍ଧା ଯଦି ପରିସ୍ଥିତିରେ ସୁଧାର ଆସେ ତା’ହେଲେ ଏହି ଚାମ୍ପିୟନଶିପ୍‌କୁ ଅଗଷ୍ଟରେ ଆୟୋଜନ କରିବୁ ବୋଲି ଡେପୁଟି ନ୍ୟାଶନାଲ ମୁଖ୍ୟ କୋଚ୍‌ ରାଧାକ୍ରିଷ୍ଣନା ନାୟାର କହିଛନ୍ତି। ବିଭିନ୍ନ କୋଚ୍‌ ଓ ବିଦେଶୀ ବିଶେଷଜ୍ଞଙ୍କ ସହ ଆଲୋଚନା କରି ପ୍ଲାନିଂ କମିଟି ନୂଆ କମ୍ପିଟିଶନ କ୍ୟାଲେଣ୍ଡର ଓ ଟ୍ରେନିଂ ପ୍ରୋଗ୍ରାମ ପ୍ରସ୍ତୁତ କରିବ ବୋଲି ଏଏଫ୍‌ଆଇ ତରଫରୁ କୁହାଯାଇଛି। କରୋନା ଭାଇରସ ପାଇଁ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇ ସାରିଥିବା ବେଳେ ଏକ ନୂଆ କ୍ୟାଲେଣ୍ଡରର ଆବଶ୍ୟକତା ରହିଛି ବୋଲି ଏଏଫ୍‌ଆଇ କହିଛି। ଏହି କ୍ରମରେ ନୂଆ ପ୍ରକାର ପରିସ୍ଥିତିରେ ୨୦୨୦ ଘରୋଇ କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ରୁପେ ପରିବର୍ତ୍ତନ ହେବ। ଖାସ କରି ସିନିୟର ଇଭେଣ୍ଟଗୁଡିକରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। କମ୍ପିଟିସନକୁ ବାଦ୍‌ ଦେଲେ କୋଚ୍‌ମାନଙ୍କୁ ଟ୍ରେନିଂ ପ୍ରୋଗ୍ରାମ ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏଏଫ୍‌ଆଇ ଅଧ୍ୟକ୍ଷ ଆଡିଲ୍‌ ସୁମାରିଓ୍ବାଲା କହିଛନ୍ତି। ସେହିପରି ଚେନ୍ନାଇରେ ଅଗଷ୍ଟ ୧୬ରୁ ୧୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ନ୍ୟାଶନାଲ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ବିଳମ୍ବରେ ଖେଳାଯିବ।
ଉଲ୍ଲେଖଥାଉ କି, ପୂର୍ବରୁ ଏଏଫ୍‌ଆଇ ଇଣ୍ଡିଆନ ଗ୍ରାଁ ପ୍ରି ସିରିଜକୁ ମଧ୍ୟ ସ୍ଥଗିତ ରଖିଛି। ଏହା ମାର୍ଚ୍ଚରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ସେହିପରି ଏପ୍ରିଲ ୧୦ରୁ ୧୩ ତାରିଖ ମଧ୍ୟରେ ଫେଡେରେଶନ କପ୍‌ ସିନିୟର ଚାମ୍ପିୟନଶିପ୍‌କୁ ମଧ୍ୟ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରହିବା ପରେ ଅଲିମ୍ପିକ୍‌ ଆସୋସିଏଶନ ଅଧ୍ୟକ୍ଷ ନରିନ୍ଦର ବାତ୍ରା ସବୁ ଜାତୀୟ ଫେଡେରେଶନଗୁଡିକୁ ସେମାନଙ୍କ ଆଥଲେଟମାନଙ୍କ ଟ୍ରେନିଂ ଓ କମ୍ପିଟିଶନ ପ୍ରେଗ୍ରାମ ନେଇ ତଥ୍ୟ ଦାଖଲ କରିବାକୁ ନର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri