ଦୁର୍ଦ୍ଦିନରେ ୧୨ କୁମ୍ଭକାର ପରିବାର

ସୋର, ୧୮।୩(ଜନ୍ମେଜୟ ମିଶ୍ର)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ପାହାଡିଆ ଗଁ। ରଙ୍ଗାମାଟିଆ। ଗଁ। ଠାରୁ ପଞ୍ଚାୟତ ଶ୍ୟାମସୁନ୍ଦରପୁରର ଦୂରତା ୨୦ରୁ ୨୫ କି.ମି. ହୋଇଥିବାବେଳେ ଔପଦା ବ୍ଲକ ହେଡକ୍ୱାର୍ଟର ଦୂରତା ୩୦ରୁ ୩୫ କି.ମି.। ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଗଁ। ସୋର ବ୍ଲକ ସିଙ୍ଗାଖୁଣ୍ଟା ଓ ମହୁମୁହାଣ ପଞ୍ଚାୟତ ନିକଟରେ ରହିଛି। ଫଳରେ ଗ୍ରାମର ଲୋକେ କିଣାବିକା ପାଇଁ ସୋର ବ୍ଲକର ବାଗୁଡ଼ିବଜାର ଉପରେ ନିର୍ଭର କରିଥାନ୍ତି। ଗ୍ରାମର ୮୦ ପରିବାର ମଧ୍ୟରୁ ୭୦ଭାଗ କୁମ୍ଭକାର। ଅବଶିଷ୍ଟ ଆଦିବାସୀ ସମ୍ପ୍ରଦାୟର। ଖର୍ଚ୍ଚ ଅନୁସାରେ କମ୍‌ ପାରିଶ୍ରମିକ ମିଳୁଥିବାରୁ ଅନେକ କୁମ୍ଭକାର ବୃତ୍ତି ହରାଇଛନ୍ତି। ମାତ୍ର ୧୨ ପରିବାର ଏବେ ଏହି ବୃତ୍ତିକୁ ଆଦରି ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ସରକାରଙ୍କ ପକ୍ଷରୁ ବିକ୍ରିବଟା ଲାଗି ବଜାର ସୁବିଧା କରାଗଲେ ଉପକୃତ ହୋଇପାରନ୍ତେ ବୋଲି କୁମ୍ଭକାରମାନେ କହିଛନ୍ତି।
ଦିନକୁ ଦିନ ମାଟି ତିଆରି ସାମଗ୍ରୀର ଆଦର କମିଆସୁଥିବାରୁ କୌଳିକ ବୃତ୍ତି ପ୍ରତି ଆଗ୍ରହ ହେଉ ନ ଥିବା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଚରଣ ବେହେରା (୭୨) କୁହନ୍ତି। ତାଙ୍କ ବାପାଙ୍କ ଅମଳରୁ ଦୀର୍ଘ ୬୦ ବର୍ଷ ହେବ ସେ ଏହି କାମ କରିଆସୁଛନ୍ତି। ତାଙ୍କର ତିନିପୁଅ ଜଳଧର, ଶ୍ରୀଧର, ଲମ୍ବୋଧର ତାଙ୍କୁ କାମରେ ସାହାଯ୍ୟ କରିଥାନ୍ତି। ବାହାରୁ ବେପାରୀମାନେ ଆସି ତାଙ୍କଠାରୁ ମାଟିପାତ୍ରକୁ କିଣି ନେଇଥାନ୍ତି। ବିଶେଷ କରି ପର୍ବପର୍ବାଣି ସମୟରେ ଭଲ ବ୍ୟବସାୟ ହୋଇଥାଏ। ଅନ୍ୟ ସମୟରେ ପ୍ରସ୍ତୁତ ସାମଗ୍ରୀ ଦୀର୍ଘଦିନ ଧରି ପଡ଼ିରୁହେ। ସେ କୁହନ୍ତି, ମାଟିକୁ କିଣି ଘରକୁ ଆଣିବା ପରେ ତାହାକୁ ଶୁଖାଇ ପଥର, ରେଙ୍ଗୁଟି ବାଛି କାଦୁଅ କରାଯାଇଥାଏ। ଏହାକୁ ଚକିରେ ପକାଇ ବିଭିନ୍ନ ସାମଗ୍ରୀ ହାଣ୍ଡି, କଢ଼ା, ମାଟିଆ, ସୁରେଇ, ଦୀପ ଆଦି ପ୍ରସ୍ତୁତି କରି ଶୁଖାଇ ଦିଆଯାଇଥାଏ। ପରେ ଏହାକୁ ଭାଟିରେ ସଜାଇ ରଖି ମାଟିରେ ଲେପଦେଇ କାଠରେ ଚୁଲାରେ ରଖି ନିଆଁ ଲଗାଯାଇଥାଏ। ନିଆଁ ଲିଭିଲା ପରେ ଭାଟି ଖୋଲାଯାଏ। ଏହି ସାମଗ୍ରୀ ତିଆରି ପାଇଁ ଯେତିକି ଖର୍ଚ୍ଚ ହେଉଛି ସେହି ଅନୁସାରେ ଲାଭ ମିଳୁନି ବୋଲି ଗ୍ରାମର ଶଙ୍କର ବେହେରା, ଲକ୍ଷ୍ମୀଧର ବେହେରା, ପବନ ବେହେରା, ରାଜେନ୍ଦ୍ର ବେହେରା, ଶ୍ରୀଧର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ଏହି ଗ୍ରାମରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି। ନିର୍ବାଚନ ସମୟରେ ଆସୁଥିବା ନେତାମାନେ କେବଳ ପ୍ରତିଶ୍ରୁତି ଦେଇ ଚାଲିଯାଇଥାନ୍ତି ବୋଲି ଗ୍ରାମବାସୀ କୁହନ୍ତି। ବିଶେଷ କରି ପାଇପ୍‌ ପାଣି ପାଇଁ ଗ୍ରାମବାସୀ ଚାତକ ଭଳି ଚାହିଁ ବସିଛନ୍ତି। ଦୀର୍ଘ ଏକବର୍ଷ ହେବ ପାଇପ୍‌ ପାଣି ପାଇଁ ପାଇପ୍‌ ବିଛାଯାଇଥିଲେ ମଧ୍ୟ ଏଥିରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି। ଗ୍ରାମରେ ମାତ୍ର ତିନୋଟି ନଳକୂପ ଥିବାରୁ ପାଣି ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ନଳକୂପଗୁଡ଼ିକ ଘରଠାରୁ ଯଥେଷ୍ଟ ଦୂରରେ ରହିଛି। ଗ୍ରାମରେ ଆହୁରି ନଳକୂପର ଆବଶ୍ୟକତା ଅଛି ବୋଲି ଗ୍ରାମର ନିରଞ୍ଜନ ବେହେରା, ଇନ୍ଦ୍ର ବେହେରା, କବିତା ବେହେରା, ଦୂତୀ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ କେହି ଆସି ତାଙ୍କର ସୁବିଧା ଅସୁବିଧା ବୁଝନ୍ତି ନାହଁି ବୋଲି ଚରଣ ବେହେରା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri