Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଏଟିକେକୁ ତୃତୀୟ ଟାଇଟଲ

ମାରଗାଓ, ୧୨।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଏଥର ଏଟିକେ ଏଫ୍‌ସି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଦେଶର ଏହି ସର୍ବବୃହତ ଫୁଟବଲ୍‌ ଲିଗ୍‌ର ଷଷ୍ଠ ସଂସ୍କରଣରେ ଏଟିକେ ପ୍ରତିପକ୍ଷ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରି ବାଜି ମାରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମ ବା ଫଟୋର୍ଡା ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଏଟିକେ ୩-୧ ଗୋଲରେ ଚେନ୍ନାଇନକୁ ହରାଇ ତୃତୀୟଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଟିକେ ଓ ଚେନ୍ନାଇ ପୂର୍ବରୁ ୨ଥର ଲେଖାଏ ଟାଇଟଲ ଜିତିଛନ୍ତି। ଏଥର ବିଜୟୀ ହୋଇ ଏଟିକେ ସର୍ବାଧିକ ୩ଥର ଟାଇଟଲ ହାସଲ କରି ଅନ୍ୟ ସବୁ କ୍ଲବଗୁଡିକୁ ପଛରେ ପକାଇଛି। ପୂର୍ବରୁ ଏଟିକେ ୨୦୧୪ ପ୍ରଥମ ସଂସ୍କରଣରେ ଓ ୨୦୧୬ରେ ଟାଇଟଲ ହାସଲ କରିଥିଲା। ସେହିପରି ଚେନ୍ନାଇନ୍‌ ୨୦୧୫ ଓ ୨୦୧୭-୧୮ ସେସନରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏଟିକେ ଏଏଫ୍‌ସି କପ୍‌ରେ ସ୍ଥାନ ହାସଲ କରିବା ସହ ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିଛି। ଫଳରେ କୋଲକାତା ସହର ପର୍ଯ୍ୟବସିତ ଏହି କ୍ଳବ୍‌ର ଖୁସି ଦୁଇଗୁଣା ହୋଇଛି।
କରୋନା ଭାଇରସ ଆତଙ୍କ କାରଣରୁ ଏହି ମ୍ୟାଚ୍‌ ରୁଦ୍ଧଦ୍ୱାରରେ ଅର୍ଥାତ୍‌ ସମ୍ପୂର୍ଣ୍ଣ ଭାବେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଏଟିକେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏଟିକେ ତରଫରୁ ସ୍ପାନିସ୍‌ ଫୁଟବଲର ଜାଭି ହେର୍ନାଣ୍ଡିଜ୍‌ ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଟାକିଂ ମିଡ୍‌ଫିଲ୍ଡର ଭାବେ ଖେଳୁଥିବା ଜାଭି ଦଶମ ମିନିଟ୍‌ରେ ରଏ କ୍ରିଷ୍ଣାଙ୍କଠାରୁ ପାସ୍‌ ପାଇଥିଲେ ଓ ଏହାର ସଦ୍‌ବ୍ୟବହାର କରି ପ୍ରଥମ ଗୋଲ ଦେଇ ଏଟିକେକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଏଟିକେ ଅଗ୍ରଣୀ ବଜାୟ ରଖିଥିଲା। ଏହାପରେ ୪୮ତମ ମିନିଟ୍‌ରେ ଅନ୍ୟତମ ସ୍ପାନିସ୍‌ ଆଟାକିଂ ମିଡଫିଲ୍ଡର ଏଡୁ ଗାର୍ସିଆ ଓ୍ବିଲିୟମ୍ସଙ୍କଠାରୁ ପାସ ପାଇ ସିଧା ଶଟ୍‌ ଖେଳିଥିଲେ। ତେବେ ଏହା ବାର ବାଜି ପୋଷ୍ଟକୁ ଯାଇଥିଲା। ଏହି ଗୋଲ ସହ ଏଟିକେ ୨-୦ରେ ଅଗ୍ରଣୀ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇନ୍‌ ତରଫରୁ ଲିଥୁଆନିଆ ନେରିଜୁସ ଭାଲସ୍କିଜ୍‌ ରାଇଟ୍‌ କିକ୍‌ ମାରି ସଫଳ ହେବା ସହ ୬୯ତମ ମିନିଟ୍‌ରେ ଗୋଲ ଦେଇଥିଲେ। ଏଥିସହିତ ଚେନ୍ନାଇ ମ୍ୟାଚକୁ ଫେରିଥିଲା। ଏହା ପରେ ଉଭୟ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ଜାଭି ଅନ୍ତିମ ମୁହୂର୍ତ୍ତରେ ଇଞ୍ଜୁରି ଟାଇମ୍‌ର ତୃତୀୟ ମିନିଟ୍‌ରେ ଫ୍ରି ଶଟ୍‌ ମାରି ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ।
ପ୍ଲେ- ଅଫ୍‌ରେ ଉଭୟ ଦଳ ଉନ୍ନତ ପ୍ରଦର୍ଶନ କରିଥିଲେ। ଦୁଇ ଲେଗ ବିଶିଷ୍ଟ ସେମିଫାଇନାଲରେ ଚେନ୍ନାଇନ୍‌ ଲିଗ୍‌ ଏଫ୍‌ସି ଗୋଆକୁ ଏଗ୍ରିଗେଟ୍‌ରେ ୬-୫ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଏଟିକେ ଦୁଇ ଲେଗ୍‌ ବିଶିଷ୍ଟ ସେମିରେ ବେଙ୍ଗାଲୁରୁ ଏଫ୍‌ସିକୁ ଏଗ୍ରିଗେଟ୍‌ରେ ୩-୨ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ରୁଦ୍ଧଦ୍ୱାରରେ ତଥା ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିବାରୁ ମ୍ୟାଚ୍‌ ଅବଶ୍ୟ ସେତେଟା ରୋମାଞ୍ଚକ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri