କରୋନା ବ୍ୟାପିବା ନେଇ ସୋସିଆଲ ମିଡିଆ ଗୁଜବରୁ ରୁହନ୍ତୁ ସତର୍କ

ପ୍ରାଣଘାତକ କରୋନାକୁ ନେଇ ଚାରିଆଡେ ଭୟର ମାହୋଲ। ଏପରିସ୍ଥଳେ ସୋସିଆଲ ମିଡିଆରେ ଭଳିକି ଭଳି ତଥ୍ୟ ଘୂରିବୁଲୁଛି। ଯେପରି କରୋନା ହେଲେ ମୃତ୍ୟୁ ହେବା ସୁନିଶ୍ଚିତ ବୋଲି କେହି କହୁଥିବା ବେଳେ ମାଉଥ୍‌ ଓ୍ବାଶ୍‌ର ବ୍ୟବହାର ଦ୍ୱାରା ଏହି ଭୂତାଣୁକୁ ମାରିହେବ ବୋଲି କୁହାଯାଉଛି। ଯଦି ଆପଣ ବି ସେଭଳି କିଛି ଦେଖୁଛନ୍ତି ଅଥବା ପଢ଼ୁଛନ୍ତି ତେବେ ସତର୍କ ରୁହନ୍ତୁ। ଏଭଳି ଗୁଜବରୁ ଦୂରେଇ ରହିବା ଲାଗି ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଛି। କୌଣସି ବି ରୋଗ ସହ ଲଢ଼ିବାକୁ ହେଲେ ଏହାକୁ ନେଇ ଉପୁଜୁଥିବା ଭ୍ରାନ୍ତ ଧାରଣା ଦୂର ହେବା ଉଚିତ। କରୋନାକୁ ନେଇ ମଧ୍ୟ ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି ହେଉଛି।

ସବିଶେଷ ଜାଣନ୍ତୁ:
-କରୋନା ସବୁ ବୟସର ଲୋକମାନଙ୍କୁ ହୋଇପାରେ। ଏଥିରେ ସଂକ୍ରମିତ ହେବା ଲାଗି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ହେଲେ ପିଲାମାନେ ଏଥିରେ ବିଶେଷଭାବେ ଆକ୍ରାନ୍ତ ହୋଇପାରନ୍ତି। ନବଜାତ ଶିଶୁ ଏବଂ ଗର୍ଭସ୍ଥ ଶିଶୁପାଇଁ ମଧ୍ୟ ଏହା କ୍ଷତିକାରକ। ଏଣୁ ଗର୍ଭବତୀମାନେ ସଂକ୍ରମିତ ହେବାରୁ ନିଜକୁ ରକ୍ଷା କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ। ହାତକୁ ବାରମ୍ବାର ଧୋଇବାଠାରୁ ଆରମ୍ଭ କରି ସ୍ବଚ୍ଛ ପରିବେଶରେ ରହିବା ଆଦି ଦିଗରେ ଯତ୍ନବାନ ହୁଅନ୍ତୁ। ଅନ୍ୟ ବୟସର ଲୋକମାନେ ମଧ୍ୟ ସାବୁନରେ ହାତ ଧୁଅନ୍ତୁ। ଏହାଛଡ଼ା ସେମାନେ କିଛି ଆସନ ମଧ୍ୟ କରିପାରିବେ। ମତ୍ସ୍ୟାସନ, ଉତ୍କଟାସନ,ଉତ୍ତାନାସନ, ବୃକ୍ଷାସନନ୍ଦ ଏବଂ ହଳାସନ ଭଳି ଆସନ କରିପାରିବେ।

ଗୁଜବ:
-କରୋନା ସଂକ୍ରମଣ ଅର୍ଥ ମୃତ୍ୟୁ ସୁନଶ୍ଚିତ
-ନାକରେ କ୍ଲୋରିନ ଲଗାଇଲେ କରୋନାରୁ ରକ୍ଷା ମିଳିବ
-ମାଉଥ୍‌ ଓ୍ବାଶ୍‌ କରିବା ଦ୍ୱାରା କରୋନା ଭୂତାଣୁ ନଷ୍ଟ ହୋଇଯାଏ

ସତ୍ୟତା:
-କରୋନା ସଂକ୍ରମିତ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇପାରିବେ
-କୀଟନାଶକ ତ୍ୱଚାରେ ଲଗାଇଲେ କରୋନା ଜୀବାଣୁ ନଷ୍ଟ ହୁଏନାହିଁ
-ମାଉଥ ଓ୍ବାଶ୍‌ କଲେ କରୋନା ଭୂତାଣୁ ମରେ ନାହିଁ


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri