Posted inଫୁରସତ

୨ ବର୍ଷରେ ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ବଡ଼ ଏରୋପ୍ଲେନ୍‌

ପ୍ୟାରିସ୍‌,୧୪।୩: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଖାଇବା ଶୈଳୀ ରହିଥାଏ। ଫ୍ରାନ୍ସ୍‌ର ଜଣେ ବ୍ୟକ୍ତି ୨ ବର୍ଷ ମଧ୍ୟରେ ଏକ ବଡ଼ ଏରୋପ୍ଲେନ୍‌କୁ ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ। ଏଭଳି ନିଆରା ଖାଦ୍ୟ ଶୈଳୀ ଥିବା ବ୍ୟକ୍ତି ଥିଲେ ମିଚେଲ ଲୋଟିଟୋ। ଏଭଳି କରି ସେ ଗିନିଜ୍‌ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥିଲେ। ୧୯୫୦ ଜୁନ୍‌ ୧୫ରେ ତାଙ୍କର ଜନ୍ମ ସ୍ଥାନୀୟ ଗ୍ରେନୋବଲଠାରେ ହୋଇଥିଲା। ୧୬ ବର୍ଷ ବୟସରୁ ବିଭିନ୍ନ ମେଟାଲରେ ନିର୍ମିତ ଜିନିଷ ଖାଇବା ସେ ଆରମ୍ଭ କରିଥିଲେ। ପ୍ରକୃତରେ ମିଚେଲଙ୍କୁ ଏକ ପ୍ରକାର ରୋଗ ହୋଇଥିବାରୁ ସେ ଏଭଳି କରୁଥିବା ଡାକ୍ତର କହୁଥିଲେ। ଏହାକୁ ଡାକ୍ତରୀ ଭାଷାରେ ପିକା କୁହାଯାଇଥାଏ। ରୋଗ ଯୋଗୁ ମିଚେଲ ନିଜ ନଖଠାରୁ ଆରମ୍ଭ କରି କାଚ ଟୁକୁଡ଼ା ମଧ୍ୟ ସହଜରେ ଖାଇପାରୁଥିଲେ। ଏସବୁ ସହଜରେ ହଜମ ବି ହେଉଥିଲା। ମାତ୍ର ସାଧାରଣ ମଣିଷଙ୍କ ଉପଯୋଗୀ ଖାଦ୍ୟ ସେ ହଜମ କରି ପାରୁ ନ ଥିଲେ। ୧୯୬୬ରେ ସେ ନିଜ ଅଜବ ଖାଦ୍ୟ ଶୈଳୀର ପ୍ରଦର୍ଶନ ମଧ୍ୟ କରିଥିଲେ । ୧୯୭୮ରେ ସେ ସୈନ୍ୟବାହିନୀର ୧୫୦-ହଓ୍ବାର୍ଡ ବିମାନକୁ ଖାଇବା ଆରମ୍ଭ କରିଥିଲେ। ୧୯୮୦ ବେଳକୁ ବିମାନଟି ଶେଷ ହୋଇଯାଇଥିଲା। ୧୯୫୯ଠାରୁ ୧୯୯୭ ମଧ୍ୟରେ ମିଚେଲ ୮୧୬୪ କିଲୋଗ୍ରାମ୍‌ ମେଟାଲ ଖାଇଦେଇଥିଲେ। ୨୦୦୭ ଜୁନ୍‌ ୨୫ରେ ୫୭ ବର୍ଷ ବୟସରେ ମିଚେଲଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri